ଏୟାରଟେଲ ଆରମ୍ଭ କରିଛି ୫ଟି ନୂଆ ପ୍ରିପେଡ଼ ପ୍ଲାନ, ଜାଣନ୍ତୁ କଣ କଣ...

Published By : Prameya-News7 Bureau | November 26, 2018 IST

ଭୁବନେଶ୍ୱର ୨୬/୧୧ : ଦେଶଏଅ ଅନ୍ୟତମ ବଡ ଟେଲିକମ କମ୍ପାନୀ ନିଜ ଗ୍ରାହକମାନଙ୍କ ପାଇଁ ଆଣିଛି ଏକ ନୂଆ ଅଫର | ଏୟାରଟେଲ ଲଞ୍ଚ କରିଛି ୫ଟି ପ୍ରିପେଡ଼ ପ୍ଲାନ | ଏହି ପ୍ଲାନ ଗୁଡିକ ହେଲା ୩୪ ଟଙ୍କା, ୬୪ ଟଙ୍କା, ୯୪ଟଙ୍କା, ୧୪୪ ଟଙ୍କା ଏବଂ ୨୪୪ ଟଙ୍କା | ଏହି ସମସ୍ତ ପ୍ଲାନରେ ଗ୍ରାହକଙ୍କୁ ମିଳିବ ୮୪ ଦିନର ଅବଧି | ଜାଣନ୍ତୁ କେଉଁ ପ୍ଲାନରେ କଣ ରହିଛି : ୩୪ ଟଙ୍କା ପ୍ଲାନ - ଏହି ପ୍ଲାନରେ ଗ୍ରାହକ ପାଇବେ ୨୫.୬୬ ଟଙ୍କାର ଟକଟାଇମ, ୧୦୦ ଏମବି ଡାଟା | ଏହାର ଅବଧି ୨୮ ଦିନ | ଘରୋଇ ନେଟୱାର୍କରୁ ଆଉଟ ଗୋଇଙ୍ଗ କଲ କଲେ ସେକେଣ୍ଡ ପିଛା ୨.୫ ପଇସା କାଟିବ | ୬୪ ଟଙ୍କା ପ୍ଲାନ - ଏହି ପ୍ଲାନରେ ଗ୍ରାହକ ପାଇବେ ୫୪ ଟଙ୍କା ଟକଟାଇମ ସାଙ୍ଗକୁ ୨୦୦ ଏମବି ଡାଟା | ଘରୋଇ ନେଟୱାର୍କରୁ ଆଉଟ ଗୋଇଙ୍ଗ କଲ କଲେ ସେକେଣ୍ଡ ପ୍ରତି କାଟିବ ୧ ପଇସା | ଏହାର ଅବଧି ୨୮ ଦିନ | ୯୪ ଟଙ୍କା ପ୍ଲାନ - ଏହି ପ୍ଲାନରେ ଗ୍ରାହକ ପାଇବେ ୯୪ ଟଙ୍କା ଟକଟାଇମ ସାଙ୍ଗକୁ ୫୦୦ ଏମବି ଡାଟା | ଘରୋଇ ନେଟୱାର୍କରୁ ଆଉଟ ଗୋଇଙ୍ଗ କଲ କଲେ ମିନିଟକୁ ୩୦ ପଇସା କାଟିବ | ଏହାର ଅବଧି ୨୮ ଦିନ | ୧୪୪ ଟଙ୍କା ପ୍ଲାନ - ଏହି ପ୍ଲାନରେ ଗ୍ରାହକ ପାଇବେ ୧୪୪ ଟକଟାଇମ ସାଙ୍ଗକୁ ୧ ଜିବି ଡାଟା | ଏହି ପ୍ଲାନର ଅବଧି ରହିବ ୪୨ ଦିନ | ଘରୋଇ ନେଟୱାର୍କରୁ ଆଉଟ ଗୋଇଙ୍ଗ କଲ କଲେ ମିନିଟକୁ ୩୦ ପଇସା କାଟିବ | ୨୪୪ ଟଙ୍କା ପ୍ଲାନ - ଏହି ପ୍ଲାନରେ ଗ୍ରାହକ ୨୪୪ ଟଙ୍କାର ଟକଟାଇମ ପାଇବା ସହ ୨ଜିବି ଡାଟା ପାଇବେ | ଏହି ପ୍ଲାନର ଅବଧି ରହିବ ୮୪ ଦିନ ପର୍ଯ୍ୟନ୍ତ | ଘରୋଇ ନେଟୱାର୍କରୁ ଆଉଟ ଗୋଇଙ୍ଗ କଲ କଲେ ମିନିଟକୁ ୩୦ ପଇସା କାଟିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.