ଏୟାରଟେଲ ଡିଜିଟାଲ ଟିଭି ଧମାକା, ଲଞ୍ଚ ହେଲା ଅଲ ଚ୍ୟାନେଲ ପ୍ୟାକ୍

Published By : Prameya-News7 Bureau | September 15, 2019 IST

ଟିଭି ଦେଖିବା ଅପେକ୍ଷା ଏଥିଲାଗି ଡିଟୁଏଚ୍ କମ୍ପାନୀଙ୍କ ଚୟନ ଏବେ କଷ୍ଟକର ହୋଇପଡିଲାଣି। ଦେଶରେ ଯେବେଠାରୁ ଟ୍ରାଇ କଟକଣା ଲାଗୁ ହୋଇଛି ସେବେଠୁ ସମସ୍ୟା ଉପୁଜିଛି। ଗ୍ରାହକ ଚାନେଲ ବାଛିବାଛି ପ୍ୟାକେଜ୍ ନେଉଛନ୍ତି। ଏଥିରେ ଏୟାରଟେଲ ଡିଟୁଏଚ୍ ଏବେ ଆଣିଛି ଅଲ ଚାନେଲ ପ୍ୟାକ୍ । ଏଥିରେ ୨୨୬ ଚାନେଲ ଦେଖାଯାଉଥିବା ବେଳେ ପ୍ରାୟ ସବୁ ଆଞ୍ଚଳିକ ଚାନେଲ ବି ଦେଖାଯାଉଛି।

{"id":158011}

ଏଥିଲାଗି ଏୟାରଟେଲ ଡିଟୁଏଚ୍ ପ୍ୟାକର ମୂଲ୍ୟ ରଖିଛି ମାତ୍ର ୧ ହଜାର ୩୧୫ ଟଙ୍କା। ଏହି ପ୍ୟାକ୍ କ୍ରୟ କରିବା ଲାଗି ଗ୍ରାହକଙ୍କୁ ୩୬୦ ଟଙ୍କାର ନେଟୱାର୍କ କ୍ୟାପାସିଟି ଫିସ ଅତିରିକ୍ତ ପ୍ରଦାନ କରିବାକୁ ପଡୁଛି। ଫଳରେ ମୋଟ ପ୍ୟାକ୍ ର ମୂଲ୍ୟ ବାବଦେ ଗ୍ରହାକଙ୍କୁ ୧ହଜାର ୬୭୫ଟଙ୍କା ପଡିଯାଉଛି। ଏୟାରଟେଲ ଡିଜିଟାଲ ଟିଭି ତାର ଅଲ ଚାନେଲ ପ୍ୟାକ୍ କୁ ମୋବାଲ ଆପ୍ ସମେତ ହେଲ୍ପଲାଇନ ନମ୍ବର ମାଧ୍ୟମରେ ବି ବିକ୍ରୟ କରୁଛି। କୁହାଯାଉଛି ଏହି ପ୍ୟାକ୍ ରେ ଏୟାରଟେଲ ଏଚଡିର ଏସଡି ଭର୍ସନ ଚ୍ୟାନେଲଗୁଡିକୁ ସାମିଲ କରିନି। ଏହା ଛଡା ସର୍ଭିସ୍ ଚାନେଲ ମଧ୍ୟ ପ୍ୟାକ୍ ରେ ଉପଲବ୍ଧ ନୁହେଁ ।

{"id":158012}

ପ୍ୟାକ୍ ରେ ଏୟାରଟେଲ ପକ୍ଷରୁ ଏଣ୍ଟରଟୈନମେଣ୍ଟ, ଇଂଫୋଟୈନମେଣ୍ଟ, ନ୍ୟୁଜ୍ ଓ ସ୍ପୋର୍ଟସ୍ ଭଳି ପ୍ରମୁଖ ଚାନେଲସବୁ ଦେଖି ହେଉଛି। ଆଞ୍ଚଳିକ ଚାନେଲଗୁଡିକୁ ମଧ୍ୟ ଏୟାରଟେଲ ଡିଜିଟାଲ ଟିଭି ଗୁରୁତ୍ୱ ଦେଉଛି। ଏଣୁ ସବୁ ରାଜ୍ୟର ଆଞ୍ଚଳିକ ଚାନେଲ ବି ଏଥିରେ ଦେଖି ହେଉଛି। ଅଲଚ୍ୟାନେଲ ପ୍ୟାକ୍ ରେ ପିଲାଙ୍କ ଲାଗି ମଧ୍ୟ ଭଲ ଚ୍ୟାନେଲ ଉପଲବ୍ଧ କରିଛି। ଏଥିରେ ଡିସ୍କଭରୀ କିଡସ୍, ଡିଜନୀ, ଡିଜନୀ ଇଣ୍ଟରନ୍ୟାସନାଲ ଏଚଡି, ନିକ୍ ଓ ପୋଗୋ ଭଳି ଚାନେଲ ସବୁ ବି ଦେଖୁ ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.