Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏୟାରଟେଲ ଓ ନୋକିଆ ମଧ୍ୟରେ ୭୫୦୦ କୋଟିର ରାଜିନାମା, ଆହୁରି ଉନ୍ନତ ହେବ ନେଟୱାର୍କ

29/04/2020 at 2:57 PM

ନୋକିଆ ସହ ଦେଶର ଅନ୍ୟତମ ପ୍ରମୁଖ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ ଏକ ରାଜିନାମା ସ୍ୱାକ୍ଷର କରିଥିବା ଜଣାପଡିଛି । ୭ ହଜାର ୫୦୦ କୋଟି ଟଙ୍କାର ରାଜିନାମା ଯୋଗୁ ଦେଶରେ ଏୟାରଟେଲଙ୍କ ଭିନ୍ନ ଭିନ୍ନ ସର୍କଲରେ ନେଟୱାର୍କ ଆହୁରି  ମଜଭୁତ ହେବ। ଏଥିଲାଗି ନୋକିଆ ସର଼ଞ୍ଜାମ ପ୍ରଦାନ କରିବେ।  

ଏୟାରଟେଲ ସହ ନୋକିଆ ପ୍ରାରମ୍ଭିକ ପର୍ଯ୍ୟାୟରେ ୯ଟି ସର୍କଲ ଲାଗି ଚୁକ୍ତିବଦ୍ଧ ହୋଇଛନ୍ତି । ନେଟୱାର୍କ ବୁଷ୍ଟ ହେବା ପରେ ଗ୍ରାହକଙ୍କୁ ଏହାର ସୁଫଳ ମିଳିବ ବୋଲି ଏୟାରଟେଲ କହିଛନ୍ତି। ଏ ନେଇ ଏୟାରଟେଲ ଓ ନୋକିଆ ଏ ମିଳିତ ବିବୃତ୍ତିରେ ଏହି ରୋଲଆଉଟ୍ ଦେଶରେ ଫାଇଭ୍-ଜୀ କନେକ୍ଟିଭିଟିର ମୁଳଦୁଆ ହେବ ବୋଲି କହିଛନ୍ତି। ଏଥିଲାଗି ଅଲଗା ଅଲଗା ସ୍ପେକ୍ଟ୍ରମ ବ୍ୟାଣ୍ଡରେ ୩ଲକ୍ଷ ରେଡିଓ ୟୁନିଟ୍ ଲଗାଯିବ।

ତେବେ ଭାରତୀ ଏୟାରଟେଲଙ୍କ ଅନୁସାରେ ଏହି ରାଜିନାମା ଅଲଗା ଅଲଗା ସର୍କଲରେ ଏସଆରଏଅନ୍  ଅର୍ଥାତ ସିଙ୍ଗ ରେଡିଓ ଏକ୍ସେସସ୍ ନେଟୱାର୍କ ଲଗାଇବା ନିମନ୍ତେ ହୋଇଛି। ଫଳରେ ସର୍ବଶେଷ ୟୁଜର ମଧ୍ୟ ଏହାର ଲାଭ ପାଇପାରିବେ। ଏହା ଛଡା ଏହି ଡିଲଦ୍ୱାରା ଆଗାମୀ ଦିନରେ ଫାଇଭ ଜୀ ନେଟୱାର୍କ ଲାଗି ମଧ୍ୟ କାମ ଆରମ୍ଭ ହୋଇଛି। ଏସଆରଏଏନ୍ ଇନଷ୍ଟାଲେସନ କାମ ଆଗାମୀ ୨୦୨୨ ସୁଦ୍ଧା ଦେଶରେ ଶେଷ ହେବ ବୋଲି ଏୟାରଟେଲ ଆଶାବ୍ୟକ୍ତ କରିଛନ୍ତି। ଏଥିରେ ନୋକିଆ ଏୟାରଟେଲକୁ ଯେଉଁ ଇକ୍ୱିପମେଣ୍ଟ ଦେବେ ତାହା ଫାଇଭ ଜୀ ଲାଗି ମଧ୍ୟ କାମରେ ଆସିବ।

   Related Posts