ଜିଓ ବନାମ ଏୟାରଟେଲ୍- ଏବେ ଏମିତି ଚାଲିଛି ଟକ୍କର, ରିଟେଲର୍ସଙ୍କୁ ଏଥିପାଇଁ ଦେଉଛନ୍ତି ଟଙ୍କା

Published By : Prameya-News7 Bureau | December 12, 2019 IST

ନୂଆଦିଲ୍ଲୀ୧୨/୧୨: ବର୍ତ୍ତମାନ ସମୟରେ ଟେଲିକମ୍ କମ୍ପାନୀଗୁଡିକ ମଧ୍ୟରେ ଜୋର୍‌ଦାର୍ ଟକ୍କର ଆରମ୍ଭ ହୋଇଯାଇଛି। ଏୟାର୍‌ଟେଲ ଓ ଜିଓ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଚାଲିଛି। ଗ୍ରାହକଙ୍କୁ ନିଜ ପ୍ଲାନ ଆଡ଼କୁ ଆକର୍ଷଣ କରିବା ଲାଗି ଜିଓ ଓ ଏୟାରଟେଲ କମ୍ପାନୀ ରିଟେଲର୍ସଙ୍କୁ ୧୦୦ ଟଙ୍କା ଲେଖାଏଁ ପୁରସ୍କାର ଦେବା ପାଇଁ ଘୋଷଣା କରିଛି। ଏହି ଦୁଇଟି ଟେଲିକମ୍ କମ୍ପାନୀ ନିଜ ନିଜର ରିଟେଲର୍ସଙ୍କୁ ଅଧିକ  ଲାଭ ଦେବା ପାଇଁ  କେତକ ସ୍କିମ୍ ଘୋଷଣା କରିଛନ୍ତି ।

ରିଟେଲର୍‌ଙ୍କ କହିବା ଅନୁସାରେ ଜିଓର ଦୁଇଟି ଗ୍ରାହକଙ୍କୁ ଏୟାରଟେଲରେ ଅନ୍ତର୍ଭୁକ୍ତ କରାଇଲେ ରିଟେଲର୍ସଙ୍କୁ ୧୦୦ ଟଙ୍କା ଏୟାରଟେଲ କମ୍ପାନୀ ପୁରସ୍କାର ଦେବ। ସେହିପରି  ଏୟାରଟେଲର ଜଣେ ଗ୍ରାହକଙ୍କୁ ଜିଓରେ ଅନ୍ତର୍ଭୁକ୍ତ କରାଇଲେ ଜିଓ କମ୍ପାନୀ ରିଟେଲର୍ସଙ୍କୁ ୧୦୦ ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରିଛି।

ଡିସେମ୍ବର ୬ ତାରିଖରୁ ଜିଓ ଅନ୍ୟ କମ୍ପାନୀଠାରୁ  ନିଜର ପ୍ଲାନରେ ୨୫ ପ୍ରତିଶତ ଶସ୍ତା କରିଛି। ସେହିପରି ଡିସେମ୍ବର ୩ ତାରିଖରୁ ଭୋଡ଼ାଫୋନ, ଆଇଡିଆ ଓ ଏୟାରଟେଲ ନିଜ ନିଜ ପ୍ଲାନରେ ୪୦ ପ୍ରତିଶତ ବୃଦ୍ଧି କରିଛି। ଭୋଡ଼ାଫୋନ ଓ ଆଇଡିଆ ଗ୍ରାହକଙ୍କ ପାଇଁ ଜିଓ ଏବଂ ଏୟାରଟେଲ କୌଣସି ପୁରସ୍କାର ଘୋଷଣା କରି ନାହାନ୍ତି। ରିଟେଲର୍ସଙ୍କ କହିବା ଅନୁସାରେ ଜିଓ ସିମ୍ ବିକ୍ରି କଲେ କମ୍ପାନୀ ପକ୍ଷରୁ ୪୦ ଟଙ୍କା ମିଳୁଥିଲା। କିନ୍ତୁ  ଏବେ ଏଇଟା ୧୦୦ ଟଙ୍କାରେ ପହଞ୍ଚିଛି। ବର୍ତ୍ତମାନ ସମୟରେ ସିମ୍ କମ୍ପାନୀଗୁଡିକ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.