ଦେଶର ସବୁଠୁ ମଜଭୁତ ସ୍ପେକ୍ଟ୍ରୁମ ହୋଲ୍ଡିଂସ୍ ହାତେଇଲା Airtel, ୧୮,୬୯୯ କୋଟି ଟଙ୍କାରେ ନେଲା ନିଲାମ

Published By : Prameya-News7 Bureau | March 02, 2021 IST

ନୂଆଦିଲ୍ଲୀ ୨।୩: ଟେଲିକମ୍ୟୁନିକେଶନ କ୍ଷେତ୍ରରେ ଅନ୍ୟତମ ଘରୋଇ କମ୍ପାନୀ ଭାରତୀ ଏୟାରଟେଲ ନିକଟରେ ହୋଇଥିୂବା ସ୍ପେକ୍ଟ୍ରୁମ ନିଲାମୀରେ ୧୬ ହଜାର ୬୯୯ କୋଟି ଟଙ୍କାର ବେତାର ତରଙ୍ଗ  ହାତେଇଛି। ଏ ନେଇ କମ୍ପାନୀ ମଙ୍ଗଳବାର ସୂଚିତ କରିଥିବା ବେଳେ ଏଥିରେ ମିଡ ବ୍ୟାଣ୍ଡରେ ୩୫୫.୪୫ ମେଗାହର୍ଜ ଓ ବ୍ରଡବ୍ୟାଣ୍ଡରେ ୨୩୦୦ ମେଗାହର୍ଜ ସ୍ପେକ୍ଟ୍ରୁମ ଅଧିଗ୍ରହଣ କରିଛି। ଏହା ସହ ଏୟାରଟେଲ ଦେଶର ସବୁଠୁ ମଜଭୁତ ସ୍ପେକ୍ଟ୍ରୁମ ହୋଲ୍ଟିଂସ୍‌ କମ୍ପାନୀରେ ପରିଣତ ହୋଇଛି।

{"id":416947,"width":577,"height":308,"sizeSlug":"large","linkDestination":"none"}

ଯଦି ଭବିଷ୍ୟତରେ ୫-ଜି ସେବା ପ୍ରଚଳନ ହୁଏ ତେବେ ଏୟାରଟେଲ ଦେଶରେ ଗ୍ରାହକଙ୍କୁ ବିନା ଝିନଝଟ୍‌ରେ ଏହି ସେବା ଏବେ ଉପଲବ୍ଧ କରିପାରିବ ବୋଲି କମ୍ପାନୀ କହିଛି। ନିଲାମୀରୁ ଗିଗାହର୍ଜ ପାଖାପାଖି ମେଗାହର୍ଜ ସ୍ପେକ୍ଟ୍ରୁମ ହାସଲ ହୋଇ ପାରିଥିବା କମ୍ପାନୀ ସୂଚିତ କରିଛି। ଫଳରେ ଦେଶର ସହରାଞ୍ଚଳମାନଙ୍କରେ ଆହୁରି ଉନ୍ନତମାନର ସେବା ଯୋଗାଇବାକୁ ସକ୍ଷମ ହେବା ସହ ଗ୍ରାମାଞ୍ଚଳ ସେବା  ମଧ୍ୟ ମଜଭୁତ କରିପାରିବ ବୋଲି କମ୍ପାନୀ କହିଛି।

{"id":416949,"sizeSlug":"large","linkDestination":"none"}

ସ୍ପେକ୍ଟ୍ରମ ନିଲାମରେ ୭ଶହ ମେଗାହର୍ଜ ବ୍ୟାଣ୍ଡରେ କେହି ବୋଲି ଲଗାଇ ନଥିଲେ। ଆର୍ଥିକ ଦୃଷ୍ଟିରୁ ଏହି ବ୍ୟାଣ୍ଡ ଉପଯୋଗୀ ନଥିବା ବେଳେ ଏହାର ଦର ମଧ୍ୟ ବେଶ ଉଚ୍ଚା ଥିଲା । ତେବେ ଏୟାରଟେଲ ଯେତିକି ସ୍ପେକ୍ଟ୍ରୁମ ଅଧିଗ୍ରହଣ କରିଛି ସେଥିରୁ କମ୍ପାନୀ ମଜଭୁତ ସ୍ପେକ୍ଟ୍ରୁମ ପୋର୍ଟଫୋଲିଓ  ହାସଲ କରିଥିବା କମ୍ପାନୀର ସିଇଓ ଗୋପାଲ ଭିଟ୍ଟଲ କହିଛନ୍ତି।

{"id":416951,"width":576,"height":436,"sizeSlug":"large","linkDestination":"none"}

ଭାରତ ସରକାରଙ୍କ ଦୂର ସଞ୍ଚାର ବିଭାଗ ପକ୍ଷରୁ ଆୟୋଜିତ ସ୍ପେକ୍ଟ୍ରମ ନିଲାମ ମଙ୍ଗଳବାର ସମାପ୍ତ ହୋଇଛି। ଏଥିରେ ମୋଟ ୭ଟି ବ୍ୟାଣ୍ଡରେ ୨,୩୦୮.୮୦ ମେଗାହର୍ଜ ସ୍ପେକ୍ଟ୍ରୁମ ନିଲାମ ଲାଗି ରଖାଯାଇଥିଲା। ନିଲାମର ପ୍ରଥମ ଦିନରେ ୭୭,୧୪୬ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ ଲାଗି ବୋଲିମିଳିଥିଲା।  ଏଥିରେ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଆଦି କମ୍ପାନୀମାନେ ଅଂଶଗ୍ରହଣ କରିଥିଲେ। ତେବେ ସ୍ପେକ୍ଟ୍ରମ ଲାଗି ଆଶା କରାଯାଉଥିବା ଦରରୁ ବେଶ ଉଚ୍ଚ ଦର ମିଳିଥିବା ଦୂରସଞ୍ଚାର ବିଭାଗ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.