Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପାକିସ୍ତାନକୁ ଭାରତୀୟ ବିମାନ ଅପହରଣ କରିନିଆଯିବ ବୋଲି ଆସିଲା ଧମକ : ଦେଶର ୬୧ଟି ବିମାନବନ୍ଦରରେ ହାଇ ଆଲର୍ଟ ଜାରି

23/02/2019 at 6:33 PM

ଦିଲ୍ଲୀ ୨୩/୨ : ବିମାନ ହାଇଜ୍ୟାକ ନେଇ ଏୟାର ଇଣ୍ଡିଆର ମୁମ୍ବାଇ କଣ୍ଟ୍ରୋଲ ବୋର୍ଡକୁ ଆଜି ଏକ ଧମକପୂର୍ଣ ଫୋନ ଆସିଥିଲା | ଫଳରେ ସମସ୍ତ ଏୟାର ଲାଇନ ଏବଂ CISF ଙ୍କୁ ସୁରକ୍ଷା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି | ମୁମ୍ବାଇ ଷ୍ଟେସନ ଡ୍ୟୁଟି ଅଫିସରଙ୍କ ପାଖକୁ ଆଜି ଟେଲିଫୋନ ମେସେଜ ଆସିଥିଲା ଯେ, ଇଣ୍ଡିଆନ ଏୟାର ଲାଇନ୍ସ ବିମାନ ପାକିସ୍ତାନକୁ ହାଇଜ୍ୟାକ କରାଯିବ |ଦେଶର ୧୦୦ ଅପରେସନାଲ ବିମାନବନ୍ଦର ମଧ୍ୟରୁ ୬୧ ବିମାନବନ୍ଦରକୁ CISF ସୁରକ୍ଷା ଯୋଗାଇଛି | ଏହିସବୁ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।


ଏୟାରପୋର୍ଟ ସିକ୍ୟୁରିଟି ୟୁନିଟ CISF ର ଏକ ଅଂଶ ବିଶେଷ | ଇଣ୍ଡିଆନ ଏୟାର ଲାଇନ୍ସ ମଧ୍ୟ ସେହିଭଳି ଏୟାର ଇଣ୍ଡିଆର ଏକ ଅଂଶ | ମେସେଜ ଆସିବା ପରେ ବିମାନବନ୍ଦରର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାରକୁ ବନ୍ଦ କରିଦିଆଯାଇଛି | ଏହାସହ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ହାଇ ଆଲର୍ଟ ଜାରି କରାଯାଇଛି | କର ବୋମା ବିସ୍ଫୋରଣ ଆଶଙ୍କାରେ କାର ପାର୍କିଙ୍ଗରେ ଥିବା ସମସ୍ତ କାରକୁ ଯାଞ୍ଚ କରାଯାଉଛି | ଟର୍ମିନାଲ ବିଲଡିଂ ଏବଂ ଅପରେସନ ଏରିଆର ସମସ୍ତ ସିସିଟିଭିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି |


ପୁଲୱାମା ହମଲା ପରେ ସମସ୍ତ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା | କିନ୍ତୁ ଆଜି ପ୍ଲେନ ହାଇଜ୍ୟାକ ନେଇ ମେସେଜ ଆସିବା ପରେ ଅତିରିକ୍ତ ସୁରକ୍ଷା ଅଧିକାରୀ ପାର୍କିଙ୍ଗ ଏବଂ କାର୍ଗୋ ଅଂଚଳରେ ନିୟୋଜିତ ହୋଇଛନ୍ତି | କୁକୁର ସ୍କ୍ୱାର୍ଡ ଏବଂ ବିସ୍ଫୋରକ ଚିହ୍ନଟ ମେସିନ ମଧ୍ୟ କାର ପାର୍କିଙ୍ଗ ଅଂଚଳରେ ନିୟୋଜିତ କରାଯାଇଛି | ସୁରକ୍ଷାକର୍ମୀ ଲଗାତାର ବିମାନବନ୍ଦର ପାଖାପାଖି ଅଂଚଳରେ ପାଟ୍ରୋଲିଂ କରୁଛନ୍ତି |

   Related Posts