ଚେନ୍ନାଇ ୨୬।୧୧: ସାମୁଦ୍ରିକ ବାତ୍ୟା ‘ନିଭାର’ ଗୁରୁବାର ପ୍ରତ୍ୟୁଷରେ ଉପକୂଳ ଅତିକ୍ରମ କରିଛି। ବାତ୍ୟା ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀରେ ବତାସ ଥମିଥିଲେ ହେଁ ବର୍ଷା ଲାଗି ରହିଛି। ତେବେ ବାତ୍ୟା ଯୋଗୁ ବୁଧବାରଠାରୁ ତାମିଲନାଡୁରେ ବାତିଲ ବିମାନ, ମେଟ୍ରୋ ଓ ବସ୍ ସେବା ଗୁରୁବାର ପୁଣି ଆରମ୍ଭ ହୋଇଯାଇଛି। ପୂର୍ବାହ୍ନରେ ଚେନ୍ନାଇ ବିମାନ ବନ୍ଦର ପୁଣି ସେବା ଆରମ୍ଭ କରୁଥିବା ନେଇ ଟ୍ୱିଟ୍ ହ୍ୟାଣ୍ଡଲରେ ସୂଚିତ କରିଥିଲେ। ତେବେ ଯାତ୍ରୀମାନଙ୍କୁ ସେବା ପ୍ରଦାନକାରୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ।
{"id":368021,"width":579,"height":434,"sizeSlug":"large"}ସେହିପରି ମେଟ୍ରୋ ରେଳ ସେବା ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ଜଣାପଡିଛି। ତେବେ ଭିଲ୍ଲିପୁରମ, କୋଡାଲୁର, ନାଗପଟ୍ଟିନମ, ତିରୁଭରୁର, ତାଞ୍ଜାଉର ଓ ପୁଡୁକୋଟାଇ ଜିଲ୍ଲାକୁ ରାଜ୍ୟ ପରିବହନ ବିଭାଗର ବସ୍ ଚଳାଚଳ ବନ୍ଦ ରହିଛି। ଦକ୍ଷିଣ ରେଳ କର୍ତ୍ତୃପକ୍ଷ ଉପନଗରୀୟ ଟ୍ରେନ ସେବା ଆରମ୍ଭ କରିବେ ବୋଲି କହିଛନ୍ତି।
{"id":368022,"sizeSlug":"large"}ବାତ୍ୟା ନିଭାର ଗୁରୁବାର ପ୍ରତ୍ୟୁଷରେ ଉପକୂଳକୁ ପ୍ରବେଶ କରିବା ପରେ ଦୁର୍ବଳ ହୋଇପଡିଛି। ଅତିଭୀଷଣ ଘୂର୍ଣ୍ଣିବାତ୍ୟାରୁ ଏହା ଘୂର୍ଣ୍ଣି ବାତ୍ୟାରେ ପରିଣତ ହୋଇଥିବା ବେଳେ କ୍ରମଶଃ ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚିତ କରିଛନ୍ତି। ତେବା ଭୀଷଣ ଝଡତୋଫାନ ଓ ବର୍ଷାରେ ବଡ଼ବଡ ବୃକ୍ଷ ଉପୁଡି ପଡିଭା ଯୋଗୁ କେତେକ ସ୍ଥାନରେ ରାସ୍ତା ଅବରୋଧ ହୋଇଥିବା ବେଳେ ବିସ୍ତିର୍ଣ୍ଣ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଛି।