Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଦେଶର କୋଣ ଅନୁକୋଣରେ ଭ୍ୟାକସିନ ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ, ଚୟନ ହେଲା ୪୧ ବିମାନ ବନ୍ଦର

7/01/2021 at 9:18 PM

ନୂଆଦିଲ୍ଲୀ ୦୭।୦୧: କୋଭିଡ୍-୧୯ର ଭ୍ୟାକସିନକୁ ମଞ୍ଜୁରୀ ପ୍ରକ୍ରିୟା ପରେ ଏହାର ଯୋଗାଣ ପାଇଁ ସରକାର ପ୍ରସ୍ତୁତି ପୂରା କରି ସାରିଛନ୍ତି। ସରକାର ଆକାଶ ମାର୍ଗରେ ଭ୍ୟାକସିନ ପରିବହନକୁ ନେଇ ପୂରା ଯୋଜନା ପ୍ରସ୍ତୁତ କରିଛନ୍ତି। ବଡ କଥା ଦେଶର ଅନେକ ବିମାନ ବନ୍ଦରରେ ଏହି ପ୍ରକ୍ରିୟା ଆଜି କିମ୍ବା ଆସନ୍ତାକାଲିଠୁ ଆରମ୍ଭ ହୋଇପାରେ।

ସରକାରୀ ସୂତ୍ର ଅନୁଯାୟୀ, ପୂରା ଦେଶରେ ଭ୍ୟାକସିନ ପରିବହନ ପାଇଁ ଏକ କମନ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି। ଏହି ଡ୍ରାଫ୍ଟକୁ ଖୁବ୍ ଶୀଘ୍ର ଷ୍ଟୋକହୋଲର୍ଡ୍ସଙ୍କୁ ପଠାଇ ଦିଆଯିବ। ଭ୍ୟାକସିନର ପରିବହନ ଆଜି କିମ୍ବା ଆସନ୍ତାକାଲିଠୁ ଆରମ୍ଭ ହୋଇପାରେ। ଭ୍ୟାକସିନ ପରିବହନର କେନ୍ଦ୍ରସ୍ଥଳ ପୁଣେ ରହିବ। ଅନ୍ୟପଟେ ଦେଶର କୋଣ ଅନୁକୋଣକୁ ଭ୍ୟାକସିନ ଯୋଗାଣ ପାଇଁ ବିମାନ ବନ୍ଦରର ବ୍ୟବହାର କରାଯିବ।

ସୂତ୍ର ଅନୁଯାୟୀ, ସରକାର ସମଗ୍ର ଦେଶରେ ଅନେକ ମିନି ହବ୍ ମଧ୍ୟ ପ୍ରସ୍ତୁତ କରିଛି। ଦେଶର ମୋଟ୍ ୪୧ ବିମାନ ବନ୍ଦରକୁ କରୋନା ଭ୍ୟାକସିନ ଯୋଗାଣ ପାଇଁ ପ୍ରସ୍ତୁତ କରାଯାଇଛି। ଅନେକ ଷ୍ଟୋକହୋଲର୍ଡ୍ସ, ମନ୍ତ୍ରଣାଳୟ ଓ କାର୍ଗୋ ଏବଂ ବିମାନବନ୍ଦର ସଞ୍ଚାଳକ ମଧ୍ୟରେ ବୈଠକ  ହୋଇ ସାରିଛି।

   Related Posts