ମାସ୍କ ପିନ୍ଧିବାକୁ ମନା କଲେ ମହିଳା : ୧୨୯ ଯାତ୍ରୀଙ୍କୁ ଧରି ଫେରି ଆସିଲା ବିମାନ

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ,୨୨/୦୧:   ଆମେରିକାର ନିୟାମିରୁ ଲଣ୍ଡନ ଯାଉଥିବା ବିମାନରେ ହାଙ୍ଗାମା । ଜଣେ ଯାତ୍ରୀ ମାସ୍କ ନ ପିନ୍ଧିବାରୁ ଫେରି ଆସିଲା ବିମାନ । ତଦନ୍ତ ପରେ ମହିଳାଙ୍କ ବିମାନ ଯାତ୍ରା ଉପରେ ରୋକ୍ ଲାଗିଛି । ତେବେ ୨୦୨୨ ଆରମ୍ଭରୁ ଏପରି ପ୍ରାୟ ୧୫୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଅନେକ ଯାତ୍ରୀ କୋଭିଡ୍ ସମ୍ବନ୍ଧୀୟ ନିୟମ ପାଳନ କରିବାକୁ ଅମଙ୍ଗ ହେଉଛନ୍ତି ।

ବିବିସି ରିପୋର୍ଟ ଅନୁସାରେ, ଆମେରିକା ଏଯାର ଲାଇନ୍ସ କହିଛି ଯେ, ଏଏଏଲ୩୮ ବିମାନଟି ୧୨୯ ଯାତ୍ରୀଙ୍କୁ ଧରି ଇଂଲଣ୍ଡ ଅଭିମୁଖେ ଯାଉଥିଲା । କିନ୍ତୁ ନିୟମ ନ ମାନିବାରୁ ଏହା ଫେରି ଆସିଛି । କାରଣ ଏଥିରେ ଜଣେ ମହିଳା ମାସ୍କ ନ ପିନ୍ଧିବାକୁ କହିଥିଲେ । ତେଣୁ ଲ୍ୟାଣ୍ଡି ପରେ ବିବାନର କୌଣସି ଯାତ୍ରୀଙ୍କୁ ବାହାରକୁ ବାହାରିବାକୁ ଦିଆଯାଇ ନଥିଲା । ତେବେ ଯାତ୍ରୀଙ୍କ ଅସୁବିଧା କାରଣରୁ ବିମନ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନା କରିଛନ୍ତି । ଏପରିକି ମହିଳାଙ୍କ କିଛି ବିମାନ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି କର୍ତ୍ତୃପକ୍ଷ ।

ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନର ରିପୋର୍ଟ ଅନୁସାରେ, ଗତବର୍ଷ ଅମାନିଆ ଯାତ୍ରୀଙ୍କ ସଂଖ୍ୟା ୬ ହଜାର ଥିଲା । ଜାନୁଆରୀର ପ୍ରଥମ ସପ୍ତାହରେ ହିଁ ୧୫୦ରୁ ଅଧିକ ଯାତ୍ରୀ କୋଭିଡ ନିୟମ ନ ମାନି ହଟହଟା ହୋଇଛନ୍ତି । ଏହାମଧ୍ୟରୁ ଅଧିକାଂଶ ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରିଥିଲେ । କିଛି ମାମଲାରେ ଯାତ୍ରୀ ଓ ବିମାନ କର୍ମଚାରୀ ମୁହାଁମୁହିଁ ମଧ୍ୟ ହୋଇଥିବା ଖବର ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.