Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଏୟାର ଆମ୍ବୁଲାନ୍ସରେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ କଟକରୁ ନିଆଗଲା କୋଲକାତା, ଗ୍ରୀନ୍‌ କରିଡରରେ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା

8/06/2021 at 2:28 PM

କଟକ/ଭୁବନେଶ୍ୱର ୦୮।୦୬ :  ଏୟାରଲିପ୍ଟ ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ ।  କୋଭିଡ୍‌ରେ ଆକ୍ରାନ୍ତ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଇକ୍‌ମୋ ସପୋର୍ଟରେ ସେ ଚିକିତ୍ସିତ ହେଉଥିଲେ । ଏବେ ତାଙ୍କୁ କୋଲକାତାର ଏକ ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସେହିପରି ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିପାରୁ ନାହିଁ । ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୃଷ୍ଟିରେ ରଖି ତାଙ୍କୁ ଉନ୍ନତତର ଚିକିତ୍ସା ସୁବିଧା ପାଇଁ ଏୟାରଲିଫ୍ଟରେ କୋଲକାତା ନିଆଯାଇଛି। ସ୍ବତନ୍ତ୍ର ଗ୍ରୀନ କରିଡର ମଧ୍ୟରେ ତାଙ୍କୁ କଟକରୁ ବିଜୁ ପଟ୍ଟନାୟକ ବିମାନବନ୍ଦର ଅଣାଯାଇଥିଲା । ଏହାପରେ ଏୟାରପୋର୍ଟରୁ ସ୍ୱତନ୍ତ ବିମାନରେ ଏୟାରଲିଫ୍ଟିଂରେ କରାଯାଇଛି ।  କୋଲକାତା ଏକ ସୁପର ସ୍ପେଶାଲିଟି ହସପିଟାଲକୁ ସ୍ଥାନନ୍ତରିତ କରାଯାଇଛି । ଦୀର୍ଘ ଦିନ ଧରି କରୋନା ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ରହିଛନ୍ତି।

ଗତକାଲି ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ଯିବାଲାଗି ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ସମସ୍ତ ପ୍ରସ୍ତୁତି ସରିଥିଲା । ମାତ୍ର ପାଗ ଖରାପ ଥିବାରୁ ଏୟାର ଆମ୍ବୁଲାନ୍ସ ସତ୍ୟବ୍ରତ ଷାଡ଼ିୟମ୍‌ରେ ଓହ୍ଲାଇବାରେ ସମସ୍ୟା ଉପୁଜିବାର ଆଶଙ୍କା ରହିଲା । ଏଣୁ ଅନ୍ତିମ ପର୍ଯ୍ୟାୟରେ ଡ. ପାଣିଗ୍ରାହୀଙ୍କୁ ସ୍ଥାନାନ୍ତର କରାଯିବା ପ୍ରକ୍ରିୟା ବାତିଲ୍‌ ହୋଇଥିଲା । ଆଜି ଇକ୍‌ମୋ ସପୋର୍ଟରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଛି।

ମିଳିଥିବା ସୂଚନାନୁସାରେ, ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ଗତ ୧୯ ଓ ୨୦ ତାରିଖରେ ଦୁଇ ଦିନ ବ୍ୟାପି ସମସ୍ତ କର୍ମଚାରୀଙ୍କ ସ୍ୱାବ୍‌ ସଂଗ୍ରହ କରାଯାଇ କୋଭିଡ୍‌ ପରୀକ୍ଷା କରାଯାଇଥିଲା । ଏଥିରେ ଭିଜିଲାନ୍ସ ନିର୍ଦ୍ଦେଶକ ଡ. ପାଣିଗ୍ରାହୀଙ୍କ ସମେତ ୧୭ ଜଣ କର୍ମଚାରୀଙ୍କର ପଜିଟିଭ୍‌ ରିପୋର୍ଟ ବାହାରିଥିଲା । ଡ. ପାଣିଗ୍ରାହୀ ଗତ ୨୨ ତାରିଖରେ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ସେ ପ୍ରଥମେ ନିଜ କ୍ୱାର୍ଟର୍ସରେ ସଙ୍ଗରୋଧରେ ରହିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ିବାରୁ ୨୯ରେ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୨୯ରୁ ଏଠାରେ ଚିକିତ୍ସା ହେବା ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ବଦଳରେ ଅବନତି ଘଟିଛି । ଫୁସ୍‌ଫୁସ୍‌ ସଂକ୍ରମଣ ଜନିତ ସମସ୍ୟା ସାଙ୍ଗକୁ ଅନ୍ୟ ସମସ୍ୟା ଉପୁଜିଛି । ତେଣୁ ଅଧିକ ଚିକିତ୍ସା ଲାଗି ତାଙ୍କୁ ରାଜ୍ୟ ବାହାରକୁ ନିଆଯିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି ।

   Related Posts