'ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ଅଛି, ଏକାଥରେ ଦୁହିଁଙ୍କ ଫୁଟାଣି ଭାଙ୍ଗିପାରିବୁ', ଚୀନ୍ ଓ ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ ଚରମବାଣୀ

Published By : Prameya-News7 Bureau | October 05, 2020 IST

ନୂଆଦିଲ୍ଲୀ, ୦୫ ।୧୦:  ଚୀନ୍‌ ଓ ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ ଚରମବାଣୀ । ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ ଅଛି । ଏପରିକି ଯୁଦ୍ଧରେ ଭାରତ ଉଭୟ ଚୀନ୍‌ ଓ ପାକିସ୍ତାନକୁ ଏକା ସମୟରେ ଧୂଳି ଚଟାଇବାରେ ସମର୍ଥ ବୋଲି ହୁଙ୍କାର ଭରିଛନ୍ତି ଆକାଶବାହିନୀ ମୁଖ୍ୟ ଆର୍‌.କେ. ଭଦୌରିଆ । ସେହିପରି ବାୟୁସେନା ଦିବସରେ ମଧ୍ୟ ଭାରତ ପୂରା ପରାକ୍ରମ ଦେଖାଇବ । ସେପଟେ ଯୁଦ୍ଧ ହେଲେ ଅଟଳ ଟ୍ୟାନେଲ୍‌ ଉପରେ ଡ୍ରାଗନର ଟାର୍ଗେଟ୍‌ ରହିବ ବୋଲି ଚୀନ୍‌ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଛି ।

{"id":339234,"sizeSlug":"large"}

ଖବରଦାର୍ ଡ୍ରାଗନ୍‌ ! ଖବରଦାର ପାକିସ୍ତାନ ! ପୁରା ପ୍ରସ୍ତୁତ ହିନ୍ଦୁସ୍ତାନ । ଏକାଥରେ ଦୁହିଁଙ୍କ ଫୁଟାଣି ଭାଙ୍ଗିପାରିବୁ । ଏଭଳି କିଛି ଢଙ୍ଗରେ ଆଜି ବେଜିଂକୁ ଚେତାବନୀ ଦେଇଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଆର୍‌.କେ.ଏସ୍‌. ଭଦୌରିଆ । ଚୀନ୍‌ ସହ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ ଅଛୁ । ଏପରିକି ଲଦାଖରେ ଇଣ୍ଡିଆନ୍‌ ଏୟାରଫୋର୍ସ ଫରୱାର୍ଡ ପୋଜିସନ୍‌ରେ ଥିବା କହିଛନ୍ତି ଭଦୌରିଆ । ଯୁଦ୍ଧ ଲଢ଼ିବା ପାଇଁ ଯେଉଁ ମଜଭୁତ୍‌ କ୍ଷମତା ଆବଶ୍ୟକ ତାହା ବାୟୁସେନା ପାଖରେ ଭରପୂର ଥିବା ମଧ୍ୟ ଆଶ୍ବସ୍ତ କରାଇଛନ୍ତି ଭଦୌରିଆ । ସେହିପରି ପାକିସ୍ତାନ ଚାଲିବଜି କରିବାକୁ ଚେଷ୍ଟା କଲେ ମଧ୍ୟ ଦୃଢ଼ ଜବାବ ଦିଆଯିବ। ଏକା ସମୟରେ ଉଭୟଙ୍କୁ ସବକ ଶିଖାଇବାକୁ ଭାରତ ସମର୍ଥ ବୋଲି ବାୟୁସେନା ମୁଖ୍ୟ ଚେତାଇଦେଇଛନ୍ତି ।  

ସେପଟେ ଅକ୍ଟୋବର ୮ରେ ପାଳନ ହେବାକୁ ଥିବା ୮୮ତମ ବାୟୁସେନା ଦିବସରେ ଚମକ ଦେଖାଇବ ରାଫେଲ୍‌ । ୫୬ଟି ଏୟାରକ୍ରାଫ୍ଟ ସହ ଏଥର ରାଫେଲ୍ ଯୁଦ୍ଧ ବିମାନ ମଧ୍ୟ ବାୟୁସେନା ଦିବସର ଫ୍ଲାଇଙ୍ଗ୍ ମାର୍ଚ୍ଚରେ ସାମିଲ ହେବ । ଗତବର୍ଷ ୫୧ଟି ଏୟାରକ୍ରାଫ୍ଟ ବାୟୁସେନା ଦିବସରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଏଥର ଏହି ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ମାନେ ଅକ୍ଟୋବର ୮ରେ ଗାଜିଆବାଦର ହିଣ୍ଡନ ଏୟାରବେସ୍‌ରେ ଏଥର ଏୟାରଫୋର୍ସର ଦମ୍‌ ଦେଖିବାକୁ ମିଳିବ ।

{"id":339236,"width":675,"height":385,"sizeSlug":"large"}

ଏସବୁ ଭିତରେ କିନ୍ତୁ ଭାରତକୁ ନାଲିଆଖି ଦେଖାଇବାକୁ ଚେଷ୍ଟା କରିଛି ଡ୍ରାଗନ୍ । ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା ଅଟଳ ଟନେଲ୍‌ ଯୋଗୁଁ କମ୍‌ରୁ କମ୍ ସମୟ ମଧ୍ୟରେ ସୀମାରେ ସେନା ନିୟୋଜିତ ହୋଇପାରିବେ । ତେଣୁ ଭାରତର ସେନା ନିୟୋଜନ ଏବଂ ରଣନୀତି ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ଚୀନ ସରକାରଙ୍କ ମୁଖପତ୍ର ଗ୍ଳୋବାଲ୍ ଟାଇମ୍ସରେ ଆର୍ଟିକିଲ୍ ପ୍ରକାଶ ପାଇଛି । ତେଣୁ ଯୁଦ୍ଧ ହେଲେ ଚୀନ୍‌ର ପ୍ରଥମ ଟାର୍ଗେଟ୍‌ ଅଟଳ ଟନେଲ୍‌ ହେବ । ତେବେ ପିଏଲଏ ନିକଟରେ ଏହି ସୁଡ଼ଙ୍ଗକୁ ବେକାର କରିବାକୁ ବହୁ ଉପାୟ ରହିଛି ବୋଲି ଗ୍ଲୋବାଲ୍‌ ଟାଇମସ୍‌ ଲେଖିଛି ।

ସେପଟେ ଜମ୍ମୁ-କାଶ୍ମୀରରେ ସିଆରପିଏଫ ଜବାନଙ୍କ ଉପରେ ଆକ୍ରମଣ ଯୋଗୁଁ ୨ ଜଣ ସହିଦ୍‌ ହୋଇଛନ୍ତି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଡ୍ୟୁଟିରେ ଥିବା ସମୟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଆଖିବୁଜା ଗୁଳିବର୍ଷା କରିଥିଲେ । ଏବେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.