ଫ୍ଲାଏ ଓଭର ତଳେ ଫସିଗଲା ବିମାନ

Published By : Prameya-News7 Bureau | December 25, 2019 IST

ଦୁର୍ଗାପୁର ୨୫।୧୨: ପଶ୍ଚିମବଙ୍ଗରେ ଫ୍ଲାଏ ଓଭର ତଳେ ଫସିଗଲା ବିମାନ । ବିମାନଟିଏ ଏପରି ଭାବରେ ଫ୍ଲାଏ ଓଭର ତଳେ ଫସିଛି,  ଯାହାକୁ ବାହାର କରିବାକୁ ନାକେଦମ୍ ହୋଇପଡିଥିଲେ ।

{"id":202333,"sizeSlug":"large"}

ପଶ୍ଚିମବଙ୍ଗରେ ଏକ ପରିତ୍ୟକ୍ତ ବିମାନକୁ ଟ୍ରକ୍ ଯୋଗେ ନିଆଯାଉଥିଲା । ଦୁର୍ଗାପୁରର ୨ ନମ୍ବର ଜାତୀୟ ରାଜପଥ ଦେଇ ବିମାନ ବୋଝେଇ ଟ୍ରକ୍ ଯିବାବେଳେ ରାସ୍ତା ମଝିରେ ଥିବା ଏକ ଫ୍ଲାଏ ଓଭରରେ ମାଡ଼ ହୋଇଥିଲା । କୁହୁଡି ପଡ଼ିଥିବାରୁ ଟ୍ରକ୍ ଚାଳକ ଜାଣିପାରି ନ ଥିଲେ କି ଫ୍ଲାଏଓଭର ଉଚ୍ଚତା କମ୍ ରହିଛି। ଫଳରେ ଏହାକୁ ଅତିକ୍ରମ କରିବା ହେବା ବେଳେ ବିମାନର ଉପର ଅଂଶ ଫ୍ଲାଏଓଭର ଛାତରେ ଲାଗି ଯାଇଥିଲା ।

{"id":202337,"sizeSlug":"large"}

ଏହାପରେ ସେହି ରାସ୍ତାରେ ଦୀର୍ଘ ସମୟ ହେବ ଟ୍ରାଫିକ୍ ଜାମ୍ ହୋଇରହିଥିଲା । ଏହା ସହ ସେହି ସ୍ଥାନରେ ହଜାର ହଜାର ଲୋକ ରୁଣ୍ଡ ହୋଇଯାଇଥିଲେ ।  ଫସିରହିଥିବା ବିମାନ ବୋଝେଇ ଟ୍ରକକୁ ଉଦ୍ଧାର ପାଇଁ ଜେସିବି, କ୍ରେନର ସହାୟତା ନିଆଯାଥିଲା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.