Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଭାରତୀୟ ଟିମ୍‌ର ହୋଟେଲ ନିକଟରେ ଖସିପଡିଲା ବିମାନ, ଷ୍ଟାଡିୟମ ଛାଡି ଦୌଡିଲେ ଖେଳାଳି

15/11/2020 at 9:44 AM

ସିଡ୍‌ନୀ ୧୫।୧୧: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ୍ ଟିମ୍ । ସିଡ୍‌ନୀ ସ୍ଥିତ ଅଲମ୍ପିକ୍‌ ପାର୍କ ହୋଟେଲରେ ସମସ୍ତ ଖେଳାଳି ଓ ସଦସ୍ୟ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ଶନିବାର ଦିନ ସେହି ହୋଟେଲ୍‌ ଠାରୁ ୩୦କିମି ଦୂରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ହୋଟଲରୁ ୩୦କିମି ଦୂରରେ ଥିବା କ୍ରୋମର ପାର୍କରେ ସ୍ଥାନୀୟ କ୍ରିକେଟର ଓ ଫୁଟବଲ ଖେଳାଳିମାନେ ବିମାନ ଦୁର୍ଘଟଣା ଦେଖି ଭୟଭୀୟ ହୋଇଯାଇଥିଲେ ।  ବିମାନଟି ଯେତେବେଳେ ପଡିଆରେ ଦୁର୍ଘଟଣାରେ ଶିକାର ହୋଇଥିଲା । ସେହି ସମୟରେ ସେଠାରେ କ୍ରିକେଟ ଓ ଫୁଟବଲ ମ୍ୟାଚ ଖେଳାଯାଉଥିଲା । ବିମାନଟି ତଳକୁ ଖସୁଥିବାର ଦେଖି ଖେଳାଳିମାନେ ଭୟରେ ପଡିଆ ଛାଡିଦେଇଥିଲେ ।

ତେବେ ଭାରତୀୟ ଟିମ୍ ବ୍ୟତୀତ ସେହି ହୋଟେଲରେ ସ୍ଥାନୀୟ କ୍ରିକେଟର ଓ କିଛି ଫୁଟବଲ ଖେଳାଳି ରହିଛନ୍ତି । ଘଟଣାରେ କିଛି ସମୟ ପାଇଁ ଚିନ୍ତାର ମୋହଲ ସୃଷ୍ଟି ହୋଇଯାଇଥିଲା । ସୌଭାଗ୍ୟବଶତଃ ବିମାନଟି ଯେଉଁଠି ଦୁର୍ଘଟଣା ହୋଇଛି । ସେଠାରେ କୌଣସି ଲୋକ ଉପସ୍ଥିତି ନଥିଲେ । ଘଟଣାସ୍ଥଳରୁ କିଛି ଦୂରରେ ଲୋକ ଥିଲେ । ବିମାନ ଦୁର୍ଘଟଣାରେ ଖବର ପ୍ରସାରିତ ହେବା ପରେ , ଘଟଣାସ୍ଥଳରେ ଲୋକଙ୍କ ଭିଡ ଆରମ୍ଭ ହୋଇଯାଇଥିଲା । ସେହିପରି ଦୁର୍ଘଟଣାଗ୍ରସ୍ଥ ବିମାନରେ ୨ଜଣ ଲୋକ ଥିଲେ । ସେମାନେ ସୁରକ୍ଷିତ ଭାବେ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ।

   Related Posts