ଘନ କୁହୁଡି ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ୍ ମୃତ

Published By : Prameya-News7 Bureau | January 04, 2020 IST

ସାଗର ୪।୧: ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ସାଗର ଜିଲ୍ଲାଠାରୁ ୧୪ କିଲୋମିଟର ଦୂରରେ ଥିବା ଢାନା ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି । ଲ୍ୟାଣ୍ଡିଂ କରିବା ସମୟରେ ପାଇଲଟ୍ ରନଓ୍ବେ ଛାଡି ଅନ୍ୟ ସ୍ଥାନରେ ଲ୍ୟାଣ୍ଡ କରାଇଦେବା ଫଳରେ ବିମାନଟି ଏକ ବିଲରେ ଯାଇ ଖସିଥିଲା । ମୃତ ଦୁଇ ପାଇଲଟ୍ ହେଲେ ଅଶୋକ ମକୱାନା ଏବଂ ଟ୍ରେନି ପାଇଲଟ୍ ପୀୟୁଷ ଚଣ୍ଡେଲ।

{"id":206527,"sizeSlug":"large"}

ତେବେ ଦୁର୍ଘଟଣାଗ୍ରସ୍ତ ବିମାନଟି ଏଭିଏସନ ଏକାଡେମୀର । ପ୍ରବଳ କୁହୁଡି ଯୋଗୁଁ ବିମାନ ଦୁର୍ଘଟଣା ହୋଇଥିବା ଜଣାପଡିଛି । ରାତିରେ ବିମାନଟିକୁ ଅବତରଣ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା । ବିମାନ ଦୁର୍ଘଟଣା ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ସେଠାରୁ ଜଣଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

{"id":206528,"sizeSlug":"large"}

ଏହି ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଟ୍ବିଟ୍ ଜରିଆରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଶୋକପ୍ରକାଶ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.