ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ଲାଗିଲା ନିଆଁ : ଜଣେ ଯବାନ ସହିଦ

Published By : Prameya-News7 Bureau | April 26, 2019 IST

କାରୱାର ୨୬/୪ : କର୍ଣ୍ଣାଟକ କାରୱାରରେ ବିମାନ ବାହକ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ନିଆଁ ଲାଗିଯାଇଥିଲା | ନିଆଁ ଲିଭାଇବାକୁ ଯାଇ ଜଣେ ଅଧିକାରୀ ସହିଦ ହୋଇଛନ୍ତି | ଚାଳକ ଦଳ ନିଆଁକୁ ଆୟତ୍ତ କରିଛନ୍ତି | ଫଳରେ ଯୁଦ୍ଧ ଜାହାଜରା କ୍ଷମତାକୁ କ୍ଷତି ହୋଇନାହିଁ |

{"id":107609,"width":582,"height":349}


ନୌସେନା ଘଟଣାରା ଯାଞ୍ଚ ପାଇଁ ବୋର୍ଡ ଅଫ ଇନକ୍ୱାରୀକୁ ଆଦେଶ ଦେଇଛନ୍ତି | ନୌସେନା ଏକ ବୟାନରେ କହିଛନ୍ତି ଯେ, ଲେଫ୍ଟେନେଣ୍ଟ କମାଣ୍ଡର ଡି.ଏସ.ଚୌହାନ ବାହାଦୁରି ସହ ଜାହାଜରେ ଲାଗିଥିବା ନିଆଁକୁ ଲିଭାଇବାକୁ ଉଦ୍ୟମ କରିଥିଲେ | ନିଆଁକୁ ଆୟତ୍ତ କରାଯାଇଥିଲା | କିନ୍ତୁ ଅଧିକାରୀ ଧୂଆଁ ଯୋଗୁଁ ବେହୋସ ହୋଇଯାଇଥିଲେ | ତାଙ୍କୁ ତୁରନ୍ତ ନୌସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ତାଙ୍କର ମୃତ୍ୟୁ ହୋଇସାରିଥିଲା |

{"id":107610}


୨୦୧୬ ମସିହାରେ ଆଇଏନଏସ ବିକ୍ରମାଦିତ୍ୟ ଏହିଭଳି ଏକ ଦୁର୍ଘଟଣାରା ଶିକାର ହୋଇଥିଲା | ବିଷାକ୍ତ ଗ୍ୟାସ ଲିକ ହୋଇ ୨ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା |

{"id":107614}


ଜାଣନ୍ତୁ କଣ ଆଇଏନଏସ ବିକ୍ରମାଦିତ୍ୟ ଯୁଦ୍ଧ ଜାହାଜ :
ଋଷରା ଯୁଦ୍ଧ ପୋତ ଏଡମିରାଲକୁ ନୌସେନା ଆଇଏନଏସ ବିକ୍ରମାଦିତ୍ୟ ନାଁ ଦିଆଯାଇଛି | ବିକ୍ରମାଦିତ୍ୟ ଏକ ଭାସମାନ ସହର ସଦୃଶ୍ୟ | ଏହି ଜାହାଜ ଲଗାତାର ୪୫ ଦିନ ସମୁଦ୍ରରେ ରହିପାରେ | ଏହି ଜାହାଜରା ଦୈର୍ଘ୍ୟ ୬୦ ମିଟର | ଏହି ଜାହାଜରା ଆକାର ୩ଟି ଫୁଟବଲ ପଡିଆ ସହ ସମାନ |

{"id":107611}


୧୫ ହଜାର କୋଟି ଟଙ୍କା ବ୍ୟୟରେ ତିଆରି କରାଯାଇଛି ବିକ୍ରମାଦିତ୍ୟ ଯୁଦ୍ଧପୋତ | ଏହି ଜାହାଜରେ ୩୦ଟି ଯୁଦ୍ଧ ବିମାନ, ହେଲିକେପ୍ଟର ନିୟୋଜିତ କରାଯାଇପାରେ | ଏହି ଜାହାଜରେ ମୋଟ ୨୨ ଡେ଼କ ରହିଛି | ଏଥିରେ ଏକାଥରକେ ୧୬୦୦ ଯବାନ ନିୟୋଜିତ କରାଯାଇପାରେ | ଏଥିରେ ଲାଗିଥିବା ଜେନେରେଟରରୁ ୧୮ ମେଗାୱାଟ ବିଜୁଳି ମିଳିଥାଏ | ସମୁଦ୍ରର ଲୁଣି ପାଣି ସଫା କରି ପିଇବା ପାଣିରେ ପରିଣତ କରୁଥିବା ଅସମୋସିସ ପ୍ଲାଣ୍ଟ ମଧ୍ୟ ଏହି ଜାହାଜରେ ଲଗାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.