ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର, ପବନରୁ ପାନୀୟ ଜଳ ତିଆରି କରୁଛି ‘ଏରୋଜେଲ୍‌’

Published By : Prameya-News7 Bureau | January 23, 2021 IST

ନୂଆଦିଲ୍ଲୀ ୨୩/୦୧: ବିନା କଷ୍ଟରେ ପବନରୁ ଜଣ ପ୍ରସ୍ତୁତ ହୋଇପାରିବ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନକ ଅନୁଯାୟୀ ଏହି ଜଣ ପିଇବା ଯୋଗ୍ୟ। କୌଣସି ପ୍ରକାର ରାସାୟନିକ ପ୍ରତିକ୍ରିୟା ବିନା ବା ଅତ୍ୟଧିକ ଚାପ ଓ ତାପ ବିନା ବାୟୁରୁ ପିଇବା ଉପଯୋଗୀ ଜଳ ପ୍ରସ୍ତୁତ ହୋଇପାରୁଛି। ଏହାକୁ କରି ଦେଖାଇଛନ୍ତି ସିଙ୍ଗାପୁର ଜାତୀୟ ବିଶ୍ବବିଦ୍ୟାଳୟ (ଏନୟୁଏସ୍‌)ର ଗବେଷକ। ଗବେଷକମାନେ ଏମିତି ଏକ ଜିନିଷ ତିଆରି କରିଛନ୍ତି ଯାହାକୁ ବ୍ୟବହାର କରି ବାୟୁରୁ ଜଳ ତିଆରି ହୋଇପାରୁଛି। ଏହାକୁ ‘ଏରୋଜେଲ୍‌’ ବୋଲି କୁହାଯାଉଛି।

ଗୋଟିଏ କେଜି ‘ଏରୋଜେଲ୍‌’ ରୁ ୧୭ ଲିଟର ଶୁଦ୍ଧ ଜଳ ପ୍ରସ୍ତୁତ ହେଉଛି। ସ୍ପଞ୍ଜ ଭଳି ଦେଖିବାକୁ ଏହି ‘ଏରୋଜେଲ୍‌’ ମାଧ୍ୟମରେ ବାୟୁରୁ ଜଳ ତିଆରି ହୋଇପାରୁଥିବା ବେଳେ ଏହାକୁ ଚିପୁଡ଼ିବାକୁ ପଡ଼ିବ ନାହିଁ। ପଲିମର ଦ୍ବାରା ତିଆରି ହୋଇଥିବା ‘ଏରୋଜେଲ୍‌’ ବାୟୁରୁ ଜଳ ବାହାର କରିପାରୁଛି। ‘ଏରୋଜେଲ୍‌’ ପ୍ରଥମେ ଜଳ କଣା ଗ୍ରହଣ କରୁଛି ତାପରେ ଏହାକୁ ପାଣିରେ ପରିଣତ କରୁଛି।

କିନ୍ତୁ ଗ୍ରୀଷ୍ମ ଋତୁ ବା ଗରମ ଦିନରେ ‘ଏରୋଜେଲ୍‌’ ଅଧିକ ମାତ୍ରାରେ ଜଳ ତିଆରି କରିପାରୁଛି। ଏହା ୯୫ ପ୍ରତିଶତ ଜଳୀୟ ବାଷ୍ପକୁ ପାଣିରେ ପରିଣତ କରୁଛି। ତେବେ ଏହି ଜଳ ପାନୀୟ ଉପଯୋଗୀ। ଏହି ଉଦ୍ଭାବନ ଯୋଗୁ ଯେକୌଣସି ପରିବଶେରେ ଶୁଦ୍ଧ ତଥା ମଧୁର ପାନୀୟ ଜଳ ଉପଲବ୍ଧ ହୋଇପାରିବ। କମ୍‌ କଷ୍ଟ ତଥା ବ୍ୟୟ ସାପେକ୍ଷ ହୋଇଥିବାରୁ ଏହା ଆଗାମୀ ପୀଢ଼ିର ଜଳ ଚାହିଦାକୁ ପୂରଣ କରିବ ବୋଲି ଏନୟୁଏସ୍‌ର ପ୍ରଫେସର ହୋ ଘିମ ଓ୍ବେଇ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.