କୋଭିଡ ସଂକ୍ରମଣ ହ୍ରାସ ସହ ଦେଶରେ ବଢୁଛି ବିମାନ ଯାତ୍ରା, ବଢୁଛନ୍ତି ଯାତ୍ରୀ : ବେସାମରିକ ବିମାନ ଚଳାଚଳା ମନ୍ତ୍ରାଳୟ

Published By : Prameya-News7 Bureau | May 23, 2021 IST

ନୂଆଦିଲ୍ଲୀ ୨୩।୫: କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ସାରା ଦେଶକୁ ତ୍ରସ୍ତ କରିଛି। ଫଳରେ ଗତ କିଛି ସମୟରୁ ବିମାନରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ହୋଇଥିଲା। ତେବେ ସଂକ୍ରମଣ କ୍ରମଶଃ ହ୍ରାସ ହେବା ପରେ ବିମାନ ଯାତ୍ରୀ ସଂଖ୍ୟ ପୁଣି ଥରେ ବଢିଥିବା ବେଳେ ଉଡ଼ାଣ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରବିବାକ ସୂଚନା ଦେଇଥିବା ବଏଳେ କେବଳ ଶନିବାର ଦେଶରେ ୮୧୯ ଉଡାଣରେ ୫୬ ହଜାର ୯୦୦ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଞ୍ଚାଯାଇଥିବା ସୂଚିତ କରାଯାଇଛି।

{"id":456143,"sizeSlug":"large","linkDestination":"none"}

ଗତ ମେ ୧୮ ତାରିଖ ବେଳକୁ ଦେଶରେ ବିମାନ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ହୋଇ ୪୦ ହଜାରକୁ ପହଞ୍ଚିଯାଇଥିଲା। ସେଦିନ ୬୪୧ ଉଡାଣରେ ୩୯ ହଜାର ୩୭୦ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟରେ ପହଞ୍ଚାଯାଇଥିଲା। ତେବେ ମେ ୧୯ ତାରିଖରୁ ପୁଣି ଉଡାଣ ସଂଖ୍ୟା ବୃଦ୍ଧି ହୋଇଥିଲା। ସେଦିନ ୭୦୭ ଟି ଉଡାଣ ହୋଇଥିବା ବେଳେ ୪୫ ହଜାର ୫୩୨ ଜଣ ଯାତ୍ରୀଙ୍କୁ ଗନ୍ତବ୍ୟରେ ପହଞ୍ଚାଯାଇଥିଲା।

{"id":456144,"sizeSlug":"large","linkDestination":"none"}

ଏହା ପରଠାରୁ କ୍ରମାଗତ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ଅଭିବୃଦ୍ଧି ଦେଖା ଦେଇଥିବା ବେଳେ ମେ ୨୦ ତାରିଖରେ ୭୨୫ ଓ ୨୧ ତାରିଖରେ ୭୬୧ ଉଡାଣ ହୋଇଥିଲା। ଏଥିରେ ଯଥାକ୍ରମେ ୪୮ ହଜାର ୧୯୭ ଓ ୪୯ ହଜାର ୮୧୯ ଯାତ୍ରୀଙ୍କୁ ପରିବହନ କରାଯାଇଛି। ମେ ମାସ ଆରମ୍ଭ ବେଳକୁ ଦେଶରେ ଦୈନିକ ସଂକ୍ରମଣ ହାର ଯଥେଷ୍ଟ ବୃଦ୍ଧି ହୋଇଥିଲା।

{"id":456153,"width":838,"height":558,"sizeSlug":"large","linkDestination":"none"}

ତେବେ ବିଭିନ୍ନ କଟକଣା ଓ ଲକଡାଉନ୍‌ ଯୋଗୁ ପରିସ୍ଥିତି ପୁଣି ଆୟତ୍ତାଧିନ ହୋଇଥିବା ବେଳେ ଏବେ ଦୈନିକ ସଂକ୍ରମଣ ହାର ଯଥେଷ୍ଠ ହ୍ରାସ ହୋଇଛି। ଗତ ୨୪ ଘଣ୍ଟାରେ ଦେଶର ମୋଟ ୨ଲକ୍ଷ ୪୧ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରୁ ମହାମାରୀ ଦ୍ୱିତୀୟ ଲହର କ୍ରମଶଃ ଦୁର୍ବଳ ହେଉଥିବାର ଅନୁମାନ କରାଯାଉଥିବା ବେଳେ ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି ହୋଇଥିବାର ଦେଖାଯାଉଛି। ଏଣୁ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବାର ମନ୍ତ୍ରାଳୟ ଆକଳନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.