Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

କରୋନା ମାଡ: ଆଉ ସାଧାରଣ ଲୋକଙ୍କ ଲାଗି ସମ୍ଭବ ହୋଇନପାରେ ବିମାନ ଯାତ୍ରା, ୩ ଗୁଣା ବଢିବ ଭଡା

13/04/2020 at 5:36 PM

ନୂଆଦିଲ୍ଲୀ ୧୩।୪: କରୋନା ଲକଡାଉନ୍‌ ହଟିବା ଉପରେ ଏବେ ସମସ୍ତଙ୍କ ନଜର। ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକେ ଘରକୁ ଫେରିବା ଲାଗି ଅପେକ୍ଷା କରି ରହିଛନ୍ତି। ଲକଡାଉନ୍ ହଟିଲେ ହୁଏତ ସାଧାରଣ ଲୋକଙ୍କ ଲାଗି ଆଉ ବିମାନଯାତ୍ରା ସମ୍ଭବ ହୋଇନପାରେ। କାରଣ ବିମାନ କମ୍ପାନୀମାନେ କରୋନା ସତର୍କତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଏଣୁ ବିମାନରେ ସାମାଜିକ ଦୂରତା ଅବଲମ୍ବନ କରାଯିବ। ଫଳରେ ବିମାନରେ ନିର୍ଦ୍ଧାରିତ ସଂଖ୍ୟକ ଯାତ୍ରୀଙ୍କୁ ପରିବହନ କରାଯାଇ ପାରିବ ନାହିଁ।

ସ୍ୱଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ବିମାନ ଉଡାଣ କରିବାକୁ ଥିବା ବେଳେ ଭଡା ମଧ୍ୟ ସେହି ଅନୁରୂପ ହେବ। ଏଣୁ ଜଣେ ଜଣେ ଯାତ୍ରୀଙ୍କ ଉପରେ ୩ଟି ସିଟ୍‌ର ଭଡା ଲଦାଯିବ ବୋଲି ଏବେ ଆଶଙ୍କା କରାଗଲାଣି। ମିଳିଥିବା ସୂଚା ଅନୁସାରେ ଏଭିଏସନ ଅଥରିଟି ଏବେ ଏପରି ବିକଳ୍ପ ସହ ପୁଣି ରିଷ୍ଟାର୍ଟ କରିବାକୁ ବିଚାର କରୁଛନ୍ତି। ଏଥିରେ ୩ଜଣ ଯାତ୍ରୀଙ୍କ ଧାଡିରେ ଜଣକୁ ବସାଇବାକୁ ବିଚାର କରୁଥିବା ବେଳେ ପଛ ରୋରେ ଯାତ୍ରୀଙ୍କୁ ଡାୟଗୋନଲୀ ବସାଇବାକୁ ଚିନ୍ତା କରୁଛନ୍ତି। ଫଳରେ ବିମାନ ଯାତ୍ରାରେ ସୋସିଆଲ ଡିଷ୍ଟାନସିଂ ମେଣ୍ଟେନ ହୋଇପାରିବ।

ଯଦି ଏପରି ହୁଏ ତେବେ ୧୮୦ ସିଟ୍‌ର ବିମାନରେ ମାତ୍ର ୬୦ ଜଣ ଯାତ୍ରୀ ଯାତ୍ରା କରିପାରିବେ। ଏହି ହିସାବରେ ବିମାନ କମ୍ପାନୀ ଯାତ୍ରୀ ପିଛା ଭଡା ବାବଦକୁ ଦେଢରୁ ୩ ଗୁଣା ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି। ଏପିରି ବି ଶୁଣାଯାଉଛି ରେଗୁଲେଟର ବିମାନ ବନ୍ଦରରେ ମଧ୍ୟ ଯାତ୍ରୀଙ୍କ ଲାଗି ଦେଢ ମିଟର ଦୂରରେ ପଏଣ୍ଟ ରଖିବେ। ଏଥିଲାଗି ଚିହ୍ନିତ ସ୍ଥାନ ଏୟାରପୋର୍ଟର ଏଣ୍ଟ୍ରିଗେଟ୍‌ରୁ ଆରମ୍ଭ ହୋଇ ଇମିଗ୍ରେସ କାଉଣ୍ଟର ଓ ପରେ ବୋର୍ଡିଂ ଗେଟ୍ ପର୍ଯ୍ୟନ୍ତ ରହିବ।

ତେବେ ଭାରତରେ ବିମାନ କମ୍ପାନୀଙ୍କ ଅବସ୍ଥା ଅତ୍ୟନ୍ତ ଖରାପ। ଏଥିରେ କେବଳ ଇଣ୍ଡିଗୋର ଆର୍ଥିକ ଅବସ୍ଥା ଚଳନୀୟ ଅଛି।  ହେଲ ଅନ୍ୟ ବିମାନ କମ୍ପାନୀଙ୍କ କଥା ଏବେଠାରୁ କହି ହେଉ ନାହିଁ। ତେବେ ଲକଡାଉନ୍‌ ହଟିବା ପରେ କେଉଁ ବିମାନ କମ୍ପାନୀମାନେ ଯାତ୍ରୀ ସେବା ଯୋଗାଇପାରିବେ ତାହା କେବଳ ଦେଖିବାକୁ ଅଛି।

   Related Posts