ଏୟାରଟେଲ ଲଞ୍ଚ କଲେ ନୂଆ ପ୍ଲାନ, ୧୭୫ଟଙ୍କାରେ ଏବେ ଗ୍ରାହକଙ୍କୁ ମିଳିପାରିବ ଲଙ୍ଗ ଭେଲିଡିଟି

Published By : Prameya-News7 Bureau | August 28, 2019 IST

ଟେଲିକମ୍ ବଜାର ଏବେ ଅଧିକ ପ୍ରତିଦ୍ୱନ୍ଦ୍ୱୀତାମୂଳକ ହୋଇଛି। ସର୍ଭିସ ପ୍ରୋଭାଇଡରମାନେ ଏବେ ଭଳିକି ଭଳି ଅଫର ଓ ଟାରିଫ ପ୍ଲାନ ଲଞ୍ଚ କରୁଛନ୍ତି। ଏଥିରୁ ଏବେ ଏୟାରଟେଲ ବି ବାଦ ପଡିନି। ନିକଟରେ ଏୟାରଟେଲ ୧୭୫ ଟଙ୍କାର ନୂଆ ଟାରିଫ ପ୍ଲାନ ଲଞ୍ଚ କରିଛନ୍ତି। ଯେଉଁଥିରେ ଗ୍ରାହକଙ୍କୁ ୨୮ ଦିନ ପର୍ଯ୍ୟନ୍ତ  ଲୋକାଲ ଓ ଏସଟିଡି ଅନଲିମିଟେଡ ଟକ୍ ଟାଇମ ସହ ୬ ଜିବି ୪-ଜି ଡାଟା ପାଇପାରିବେ।

{"id":150007,"width":576,"height":367}

ପୂର୍ବରୁ ଏୟାର ଟେଲର ଟ୨୮, ୪୮, ୯୨ ଓ ୯୮ ର ଫୋର ଏଡନ ପ୍ଲାନ ଥିଲା। ହେଲେ ଏବେ ୧୭୫ଟଙ୍କା ପ୍ଲାନ ସଂଯୁକ୍ତ ହେବା ଯୋଗୁ  କମ୍ପାନୀର ମୋଟ ପ୍ଲାନ ସଂଖ୍ୟା ୫ରେ  ପହଞ୍ଚିଛି। ନୂଆ ଯୋଜନାରେ କେବଳ ଅନଲିମିଟେଡ କଲ କି  ଡାଟା ନୁହେଁ ଏଧିକ ଏସଏମଏସ ସୁବିଧା ବି ଉପଲବ୍ଧ କରୁଛନ୍ତି। ଡାଟା ଲାଗି ଏୟାରଟେଲ ସବୁଠୁ ଶସ୍ତା ପ୍ଲାନ ୨୮ଟଙ୍କା ରଖିଛନ୍ତି। ଏଥିରେ ୫ଶହ ଏମବି ଡାଟା ମିଳୁଥିବା ବେଳେ ୨୮ ଦିନିଆ ଭେଲିଡିଟି ମିଳିଥାଏ।

{"id":150008}

ତେବେ ଏୟାରଟେଲ ପ୍ଲାନ ୪୮ରେ ୩ ଜିବି  ଡାଟା ୨୮ ଦିନ ପର୍ଯ୍ୟନ୍ତ ମିଳିଥାଏ। ତେବେ ଏୟାରଟେଲର ନୂଆ ପ୍ଲାନ ଠିକ୍ ୯୮ ଟଙ୍କା ଟାରିଫ ପ୍ଲାନ ଭଳି। ହେଲେ ଏହି ପ୍ଲାନରେ ମାଗଣା ଏସଏମଏସ ଫାସେଲିଟି ମିଳିନଥାଏ। ତେବେ ଏୟାରଟେଲଙ୍କ ୧୭୫ ଟଙ୍କା ପ୍ଲାନ ଲଞ୍ଚର ଉଦେଶ୍ୟ ସମ୍ପର୍କରେ ଜଣାପଡି ନାହିଁ। ହେଲେ ଏଥିରୁ ଉପଭୋକ୍ତା ଫ୍ରି ଏସଏମଏସ ସହ ଡାଟା ବି ଏନଜୟ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.