ବାଲାକୋଟରେ ଏୟାରଫୋର୍ସର ଏୟାର ଷ୍ଟ୍ରାଇକ୍ ନେଇ ମିଳିଲା ପ୍ରମାଣ : ମଦ୍ରାସା କ୍ଷତିଗ୍ରସ୍ତ ନେଇ ମସୁଦ୍ ଅଜହରର ଭାଇର ସ୍ବୀକାରୋକ୍ତି

Published By : Prameya-News7 Bureau | March 03, 2019 IST

ବାଲାକୋଟ ୩/୩:  ଶେଷରେ ସବୁ ଚର୍ଚ୍ଚା, ଆଲୋଚନାରେ ବିରାମ ଲାଗିଛି । ବାଲାକୋଟରେ ଭାରତୀୟ ବାୟୁସେନା ଜୈଶ-ଇ-ମହମ୍ମଦର କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ କରିଥିବା ନେଇ ପ୍ରମାଣ ମିଳିଛି । ଜୈଶର ମୁଖିଆ ମସୁଦ ଅଜହରର ଭାଇ ମୌଲନା ଅମର ନିଜେ ଏହାକୁ ସ୍ବୀକାର କରିଛି ।

{"id":90243,"width":597,"height":339}

ଜଣେ ପାକିସ୍ତାନୀ ସାମ୍ବାଦିକ ଅମରର ସ୍ବୀକାରୋକ୍ତି ସମ୍ପର୍କିତ ଏକ ଅଡିଓ କ୍ଲିପକୁ ଟ୍ବିଟ୍ କରିଛନ୍ତି । ବାଲାକୋଟରେ ଜୈଶର କ୍ୟାମ୍ପ ସହ ମଦ୍ରାସା ଉପରେ ଏୟାର ଷ୍ଟ୍ରାଇକ୍ ହୋଇଛି । ଏଥିପାଇଁ ଭାରତକୁ ବହୁମୂଲ୍ୟ ଦେବାକୁ ହେବ ବୋଲି ମଧ୍ୟ ଧମକ ଦେଇଛି ଅମର । ସେହିପରି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ମୁକ୍ତ ହେବାକୁ ମଧ୍ୟ ସହଜରେ ଗ୍ରହଣ କରିପାରିନି ଅମର । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ମଧ୍ୟ ପ୍ରବଳ ବର୍ଷିଛି ଅମର ।

{"id":90244,"width":595,"height":549}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.