Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମଗିରି : ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ, ଭାଇଙ୍କ ମୃତ୍ୟୁ ପରେ ଭାଉଜଙ୍କୁ କରିଥିଲା ବିବାହ
  • ||
  • ଖସୁଛି ସଂକ୍ରମଣ : ଦେଶରେ ୨୪ ଘଣ୍ଟାରେ ବାହାରିଲେ ୪୦ ହଜାରରୁ ଅଧିକ ପଜିଟିଭ୍
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୬ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୩୧୫ କରୋନା ପଜିଟିଭ୍
  • ||

ଜେଲ୍‌ ଉପରେ ଏୟାର ଷ୍ଟ୍ରାଇକ୍‌- ସାଉଦି ଏୟାର ଷ୍ଟ୍ରାଇକ୍‌ରେ ୟେମନ୍‌ ଜେଲରେ ୬୦ ମୃତ

1/09/2019 at 5:00 PM

ସାନା – ୟେମନର ଏକ ଜେଲ୍‌ ଉପରେ ସାଉଦି ଆରବ ଏୟାରଷ୍ଟ୍ରାଇକ୍‌ କରିବା ଯୋଗୁଁ ୬୦ରୁ ଅଧିକ ବନ୍ଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଗୁରୁତର ହୋଇଥିବା ସୂଚନା ମିଳିଛି । ୟେମନର ପଶ୍ଚିମାଞ୍ଚଳରେ ଥିବା ଏକ ଜେଲ୍‌ ଉପରେ ବୋମା ବର୍ଷା କରାଯାଇଥିଲା । ଏବେ ୟେମନରେ ବିଦ୍ରୋହୀ ଗୋଷ୍ଠୀ ଓ ଶାସକଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି ।
୬୦ ଜଣ ବନ୍ଦୀଙ୍କର ମୃତ୍ୟୁ ହୋଇଥିବା କଥା ହାଉଥିର ସ୍ୱାସ୍ଥ୍ୟମନ୍ତ୍ରାଳୟର ମୁଖପାତ୍ର ୟୁସୁଫ ଅଲ୍‌ ହାଦ୍ରି ସୂଚନା ଦେଇଛନ୍ତି ।

ଏଥିରେ ବିଦ୍ରୋହୀମାନେ ଚଳାଉଥିବା ଅଲ୍‌ ମସିରାହ ଟିଭି ପକ୍ଷରୁ ୫୦ ଜଣ ଆହତ ହୋଇଥିବା କଥା ସୂଚନା ଦିଆଯାଇଛି । ୧୮୫ ଜଣ ବନ୍ଦୀଙ୍କୁ ଏହି ସ୍ଥାନରେ ରଖାଯାଇଥିବା ବୋଲି ବିଦ୍ରୋହୀମାନଙ୍କ ଟିଭିରେ ସୂଚନା ଦିଆଯାଇଛି ।
ପୂର୍ବରୁ ହାଉଥିର ମୁଖପାତ୍ର ଏକ ଟ୍ୱିଟର ପୋଷ୍ଟରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ ଆହତ ହୋଇଥିବା ସୂଚନା ଦେଇଥିଲେ ।

ସାଉଦିର ଜାତୀୟ ଟେଲିଭିଜନ ଚ୍ୟାନେଲ୍‌ ଅନୁସାରେ ହାଉଥିର ସୈନ୍ୟ ଶିବିରମାନଙ୍କରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିବା କଥା ପ୍ରକାଶ କରାଯାଇଛି ।

   Related Posts