ଏୟାର ଷ୍ଟ୍ରାଇକ : ମଦ୍ରାସାର ଛାତ୍ର କହିଥିଲା ରାତିରେ ହୋଇଥିଲା ବଡ ଧମାକା, ପାକିସ୍ତାନୀ ସେନା ସେମାନଙ୍କୁ କରିଥିଲେ ରକ୍ଷା

Published By : Prameya-News7 Bureau | March 05, 2019 IST

ଦିଲ୍ଲୀ ୫/୩ : ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନ ଵାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲେ | ଏୟାର ଷ୍ଟ୍ରାଇକର କିଛି ଘଣ୍ଟା ପରେ ପାକିସ୍ତାନୀ ସେନା ଜୈସ-ଏ-ମହମ୍ମଦର ମଦ୍ରାସା ଛାତ୍ରଙ୍କୁ ସେଠାରୁ ବାହାରକୁ ବାହାର କରି ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲା | ଘଟଣାର କିଛି ଦିନ ପରେ ଛାତ୍ରଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଥିଲା | ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ରକ୍ଷା କରାଯାଇଥିବା ଜଣେ ଛାତ୍ରର ସମ୍ପର୍କୀୟ କହିଥିଲେ ଯେ, ପାକିସ୍ତାନୀ ସେନା ଏୟାର ଷ୍ଟ୍ରାଇକ ଆକ୍ରମଣର ଗୋଟିଏ ସପ୍ତାହ ପୂର୍ବରୁ ଜୈସ କ୍ୟାମ୍ପକୁ ସୁରକ୍ଷା ପ୍ରଦାନ କରିବ ସହ ତା' ଉପରେ କଡା ନଜର ରଖିଥିଲା |

{"id":90842}


ଛାତ୍ର ନିଜ ଘରଲୋକଙ୍କୁ କହିଛି ଯେ, ଫେବୃଆରୀ ୨୬ ତାରିଖ ଏକ ଭୟଙ୍କର ଦିନ ଥିଲା | ସେ ଏବଂ ତାର ଆଉ ଜଣେ ସାଥୀ ଶୋଇଥିଲେ | ସେତେବେଳେ ଏକ ବଡ ଧମାକା ହୋଇଥିଲା | ଧମାକା ଶବ୍ଦ ଶୁଣି ସମସ୍ତେ ଉଠି ଯାଇଥିଲେ | ଶବ୍ଦ ବହୁତ ପାଖରୁ ଆସିଥିଲା ବୋଲି କହିଥିଲା ଛାତ୍ର | ସେମାନେ ଡରିଯାଇ ଉଠିଗଲେ କିନ୍ତୁ ସଂଗେ ସଂଗେ ପୁଣି ଏକ ଧମାକା ଶବ୍ଦ ଶୁଣିବାରୁ ସେମାନେ ଡରିଯାଇ ଶୋଇପଡିଲେ | ସେମାନେ ଭାବିଲେ କିଛି ଧମାକା ନୁହେଁ ବରଂ ସେମାନେ ଭୁଲ ବଶତଃ କଣ ଶୁଣିଲା ଭଳି ଅନୁଭବ କରିଛନ୍ତି | ନଚେତ ଭୂମିକମ୍ପ ହୋଇଥିବା ବୋଲି ଭାବିଥିଲେ ଛାତ୍ରମାନେ |

{"id":90843}


ଛାତ୍ରର ସମ୍ପର୍କୀୟ କହିଛନ୍ତି ଯେ, ସେତେବେଳେ ସକାଳର ନମାଜ ପଢିବା ସମୟ ଥିଲା | ଛାତ୍ରମାନେ ଯେତେବେଳେ ଧମାକା ଶୁଣି ଉଠିବା ପରେ ପୁଣି ଶୋଇପଡ଼ିଥିଲେ, ସେତେବେଳେ ପାକିସ୍ତାନୀ ସେନା ସେମାନଙ୍କୁ ସେ ଜାଗା ଖାଲି କରିବାକୁ କହିଥିଲେ | ପାକିସ୍ତାନୀ ସେନା ସେମାନଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିଥିଲେ | ସେଠାରେ ସେମାନଙ୍କୁ ୨/୩ ଦିନ ରଖାଯିବ ବୋଲି କହିଥିଲେ | ତେବେ ପାକିସ୍ତାନୀ ସେନା ଛାତ୍ରମାନଙ୍କୁ ନେଇ କେଉଁ ଜାଗାରେ ରଖିଥିଲେ ସେ ସମ୍ପର୍କରେ ସେମାନେ କିଛି ଜାଣିନଥିଲେ | ଛାତ୍ର ଜଣକ କହିଛି ଯେ, ମଦ୍ରାସାରେ ବହୁତ ଲୋକ ଉପସ୍ଥିତ ଥିଲେ କିନ୍ତୁ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇନଥିଲା | କେବଳ ସେହି ଛାତ୍ର ଏବଂ ତା' ବୟସର ଅନ୍ୟ ବାଳକଙ୍କୁ ସ୍ଥାନାନ୍ତର କରାଯାଇଥିଲା | ମଦ୍ରାସାରେ ଉପସ୍ଥିତ ଥିବା ଅନ୍ୟମାନେ କୁଆଡେ ଗଲେ ସେ ସମ୍ପର୍କରେ ଛାତ୍ର କିଛି ଜାଣିନଥିବା କହିଛି |

{"id":90844,"width":577,"height":433}


ଛାତ୍ର ନିଜ ଘର ଲୋକଙ୍କୁ କହିଥିଲା ଯେ, ଏୟାର ଷ୍ଟ୍ରାଇକର କିଛି ଦିନ ପୂର୍ବରୁ ମଦ୍ରାସାରେ ସେନା ମୃତୟନ ଥିଲେ | ସେନା ମଦ୍ରାସାର ସୁରକ୍ଷା ପାଇଁ ସେଠାରେ ନିୟୋଜିତ ଅଛନ୍ତି ବୋଲି କହିଥିଲେ | କାରଣ ମଦ୍ରାସାର ଫଟୋ ଲିକ ହୋଇଯାଇଛି ଏବଂ ଯେକୌଣସି ସମୟରେ ସେଠାରେ ଆକ୍ରମଣ ହୋଇପାରେ | ସୁରକ୍ଷିତ ସ୍ଥାନରେ ଛାତ୍ରମାନଙ୍କୁ ୨/୩ ଦିନ ରଖିବା ପରେ ସେମାନଙ୍କୁ ନିଜ ନିଜ ଘରକୁ ଯିବାକୁ କୁହାଯାଇଥିଲା |

{"id":90845}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.