ମେ ୨୫ରୁ ଆରମ୍ଭ ହେବ ଘରୋଇ ବିମାନସେବା, ଫ୍ଲାଇଟରେ ମିଳିବ ନାହିଁ ଖାଦ୍ୟ

Published By : Prameya-News7 Bureau | May 21, 2020 IST

ନୂଆଦିଲ୍ଲୀ, ୨୧|୦୫: ପ୍ରାୟ ୨ ମାସର ଲକଡାଉନ ପରେ ଦେଶ ଏବେ ପୂର୍ବାବସ୍ଥାକୁ ଫେରିବାକୁ ପ୍ରୟାସ ଚଳାଇଛି । ଏହି ସମ.ରେ ମେ ୨୫ରୁ ଘରୋଇ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ବିମାନ ଯାତ୍ରା ବେଳେ ଅନେକ ନିୟମ ଓ କାନୁନକୁ ଧ୍ୟାନ ଦେବାକୁ ହେବ । ଏହାକୁ ଯାତ୍ରୀମାନେ ପାଳନ କରିବା ମଧ୍ୟ ବାଧ୍ୟତାମୂଳକ । କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ହରଦୀପ ପୁରୀ କହିଛନ୍ତି ଯେ, ବନ୍ଦେ ଭାରତ ମିଶନରେ ଏବେସୁଦ୍ଧା ୨୦ ହଜାର ଭାରତୀୟଙ୍କୁ ବାହାର ଦେଶରୁ ଫେରାଇ ଅଣାଯାଇଛି । କିଛି ଦେଶ ଲୋକଙ୍କୁ ଫେରାଇ ଆଣିବାକୁ ଅନୁମତି ଦେଇନାହାଁନ୍ତି । ଫଳରେ ନାନା ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏବେ କିନ୍ତୁ ଲୋକଙ୍କୁ ଆଣିବା ପାଇଁ ପ୍ରୟାସକୁ ଦ୍ରୁତ କରାଯିବ ।

{"id":273522,"width":748,"height":419,"sizeSlug":"large"}

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମେଟ୍ରୋ ଟୁ ମେଟ୍ରୋ ସହରରେ କିଛି ନିୟମ ହେବ । ମେଟ୍ରୋରୁ ନନ୍ ମେଟ୍ରୋ ସହରରେ ଅଲଗା ନିୟମ ପାଳନ କରାଯିବ । ମୁମ୍ବାଇ, କୋଲକାତା, ଚେନ୍ନାଇ ଭଳି ସହର ମେଟ୍ରୋରେ ସାମିଲ ହେବେ । ପ୍ରାରମ୍ଭରେ ବିମାନବନ୍ଦରର କିଛି ଅଂଶ ହିଁ କାର୍ଯ୍ୟକ୍ଷମ ହେବ । କୌଣସି ବିମାନରେ ଯାତ୍ରୀଙ୍କୁ ଖାଦ୍ୟ ମିଳିବ ନାହିଁ ।

ସରକାରଙ୍କ ତରଫରୁ ଅଗଷ୍ଟ ଯାଏଁ ଟିକେଟ୍ ଦାମ ସ୍ଥିର କରାଯାଇଛି । ଟିକେଟର ଦାମ ୩୫୦୦ ଟଙ୍କାରୁ ୧୦ ହଜାର ଟଙ୍କା ଯାଏଁ ରଖାଯାଇଛି । ଯାତ୍ରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପକୁ ବାଧ୍ୟତାମୂଳକ କରାଯାଇଛି । ଏହାସହ ଦେଶର ରୁଟକୁ ୭ ଭାଗରେ ବିଭକ୍ତ କରାଯାଇଛି । ଏହାକୁ ୩୦, ୪୦, ୬୦, ୧୨୦, ୧୫୦, ୧୮୦ ଓ ୨୧୦ ମିନିଟରେ ଭାଗ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.