Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ବିଶେଷଜ୍ଞଙ୍କ ଚେତାବନୀ-ପ୍ରଦୂଷଣ ବଢ଼ିଲେ ମହାମାରୀ ବ୍ୟାପିବ, ଦିଲ୍ଲୀରେ ଏୟାର କ୍ବାଲିଟି ହେଲା ଖରାପ

13/10/2020 at 5:03 PM

ନୂଆଦିଲ୍ଲୀ ୧୩/୧୦: ନୂଆଦିଲ୍ଳୀରେ ବାୟୁ ପ୍ରଦୂଷଣ ବଢ଼ୁଛି। ପୁଣିଥରେ ଦିଲ୍ଲୀରେ ବାୟୁର ମାନ(ଏୟାର କ୍ବାଲିଟି) ଖରାପ ହୋଇଛି। ମଙ୍ଗଳବାର ଦିଲ୍ଲୀ ଜଳବାୟୁର ମାନ ଅତ୍ୟନ୍ତ ଖରାପ ହୋଇଥିବା ରେକର୍ଡ କରାଯାଇଛି। ଏହି ସମୟରେ ପ୍ରଥମ ଥର ଦିଲ୍ଳୀରେ ଜଳବାୟୁ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇଥିବା କୁହାଯାଉଛି।

ସେପଟେ ଦିଲ୍ଳୀ ଏନସିଆରରେ ବାୟୁ ପ୍ରଦୂଷଣ ବଢ଼ିଲେ କରୋନା ସଂକ୍ରମଣ ବୃଦ୍ଧି ପାଇବ ବୋଲି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ। ତେ​‌ବେ ପଞ୍ଜାବ, ହରିୟାଣା ଓ ପାକିସ୍ତାନରେ ଶସ୍ୟ ଅବଶେଷ ଦହନ ହେତୁ ଦିଲ୍ଲୀରେ ଏଭଳି ଅବସ୍ଥା ଉପୁଜିଥିବା ଭୂ-ବିଜ୍ଞାନୀ ମତ ରଖିଛନ୍ତି। ଦିଲ୍ଲୀ ମଙ୍ଗଳବାର ଦିନ ବାୟୁ ଗୁଶବତ୍ତା ସୂଚଙ୍କାଙ୍କ ୩୦୪ ରେକର୍ଡ କରାଯାଇଛି। ଯାହାକି ବହୁତ ଖରାପ ଶ୍ରେଣୀର ବୋଲି ଜଣାପଡ଼ିଛି। ସୋମବାର ଏହା ୨୬୧ ଥିଲା ଯାହାକି ଫେବୃଆରୀ ପରେ ସବୁଠୁ ଖରାପ ସ୍ତର।

ସେହିଭଳି ବଜୀରପୁରରେ ଏକ୍ୟୁଆଇ(ଏୟାର କ୍ବାଲିଟି ଇଣ୍ଡେକ୍ସ) ୩୮୦, ବିବେକ ବିହାର ଏକ୍ୟୁଆଇ ୩୫୫, ଜାହାଙ୍ଗୀରପୁରି ଏକ୍ୟୁଆଇ ୩୪୯ ରହିଥିଲା। ତେବେ ୦-୫୦ ଏକ୍ୟୁଆଇକୁ ଭଲ, ୫୧-୧୦୦ ଏକ୍ୟୁଆଇକୁ ‘ସନ୍ତୋଷଜନକ’, ୧୦୧-୨୦୦ ମଧ୍ୟମ, ୨୦୧-୩୦୦ ଏକ୍ୟୁଆଇ ଖରାପ, ୩୦୧-୪୦୦ ଏକ୍ୟୁଆଇ ବହୁତ ଖରାପ ଏବଂ ୪୦୧-୫୦୦ ଏକ୍ୟୁଆଇ ‘ଗମ୍ଭୀର’ ପରିସ୍ଥିତ ବୋଲି କୁହାଯାଏ।

ବିଶେଷ କରି ବିଶେଷଜ୍ଞ ଚେତାବନୀ ଚିନ୍ତା ବଢ଼ାଇଛି। ବାୟୁ ପ୍ରଦୂଷଣ ବଢ଼ିଲେ ଦିଳ୍ଲୀରେ ମହାମାରୀ ଦ୍ରୁତ ଗତିରେ ବିସ୍ତାର କରିବ। କିନ୍ତୁ ବାୟୁ ପ୍ରଦୂଷଣ ବଢ଼ୁଥିବା ଦେଖି ଦିଲ୍ଲୀ ସରକାର ଏହା ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣ ବିରୋଧୀ ଅଭିଯାନ ‘ୟୁଦ୍ଧ ପ୍ରଦୂଷଣ କେ ବିରୁଦ୍ଧ’ଆରମ୍ଭ କରିଛନ୍ତି। ଏହାର ନେତୃତ୍ବ ଖୋଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନେଉଥିବା ଜଣାପଡ଼ିଛି।

   Related Posts