Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ବିଷ ବଳୟରେ ତାଳଚେର ସହର : ପ୍ରଦୂଷଣରେ ପେଶି ହେଉଛନ୍ତି ସହରବାସୀ, ୫୩ ନମ୍ବର ଜାତୀୟ ରାଜପଥରେ ଯାତାୟତ ମୁସ୍କିଲ

10/11/2019 at 6:51 PM

ତାଳଚେର ୧୦।୧୧: ଦିଲ୍ଲୀ ଭଳି ତାଳଚେରର ସ୍ଥିତି । ବିଷ ବଳୟରେ ତାଳଚେର ସହର । ସକାଳେ, ସଂଜେ ୫୩ ନମ୍ବର ଜାତୀୟ ରାଜପଥରେ ଯାତାୟତ ମୁସ୍କିଲ ହୋଇପଡ଼ୁଛି । କଳକାରଖାନାରୁ ନିର୍ଗତ ଧୂଆଁ ଏବଂ ଦିନ ରାତି କୋଇଲା ଟ୍ରକ୍ ଯାତାୟତ କରୁଥିବାରୁ ଶୁଦ୍ଧ ବାୟୁ ଟିକିଏ ପାଉନାହାନ୍ତି ଲୋକେ ।

ପ୍ରଦୂଷଣ ଭିତରେ ପେଶି ହୋଇଗଲେଣି ତାଳଚେରବାସୀ । ଶୁଦ୍ଧ ବାୟୁ ଟିକିଏ ମିଳିବା ମୁସ୍କିଲ । ପୁରା ଦିଲ୍ଲୀ ଭଳି ଏଠାରେ ସ୍ଥିତି । ଧୂଳି ଧୁଆଁରେ ଭର୍ତ୍ତି ବାୟୁ ମଣ୍ଡଳ । ସକାଳେ କି ସନ୍ଧ୍ୟାରେ ରାସ୍ତା ଦେଖା ଯାଉନାହିଁ। ୫୩ ନମ୍ବର ଜାତୀୟ ଜାତୀୟ ରାଜପଥରେ ଯାତାୟତ ବେଳେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । କଳକାରଖାନାରୁ ଅନବରତ କଳା ଧୂଆଁ ବାହାରୁଛି ।  କୋଇଲା ଗାଡି ବି ତା ବାଟରେ ଚାଲିଛି । ଅଧିକାଂଶ ସମୟରେ ଦୁର୍ଘଟଣା ମଧ୍ୟ ହେଉଛି । ବର୍ତ୍ତମାନ ତାଳଚେରର ବାୟୁମଣ୍ଡଳରେ ୧୦୦-୧୩୦ mg ଧୂଳିକଣା ରହିଛି। ଯାହାକି ୧୦୦mg ଭିତରେ ରହିବା କଥା। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର  ରିପୋର୍ଟ ଅନୁସାରେ ଓଡ଼ିଶାର ତାଳଚେର ହେଉଛି ଅନ୍ୟ ଏକ ସର୍ବାଧିକ ପ୍ରଦୂଷିତ ଅଞ୍ଚଳ।

ସେପଟେ କିନ୍ତୁ ରାଜ୍ୟ ଆଞ୍ଚଳିକ ପ୍ରଦୂଷଣ ବିଭାଗ କହୁଛି କଣ ନା ଧୀରେ ଧୀରେ ତାଳଚେରର ସ୍ଥିତି ସୁଧୁରୁଛି ।  ଏଥିପାଇଁ ଆମେ ବିଭନ୍ନ ପ୍ରକାର ପଦକ୍ଷେପ ନେଉଛୁ। କୋଇଲା ନେଇ ଆସୁଥିବା ଟ୍ରକ ଗୁଡିକରୁ ମାଟି ଗୁଡିକୁ ସଫା କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ରାସ୍ତାର ଦୁଇ ପାର୍ଶ୍ଵରେ ସିମେଣ୍ଟ କଂକ୍ରିଟ କରି ମାଟିକୁ ଉଠାଯିବା ପାଇଁ ବ୍ୟବସ୍ଥା ହେଉଛି ।

   Related Posts