Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଅତି ଭୟଙ୍କର ସ୍ଥିତିରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ

22/11/2019 at 11:01 AM

ନୂଆଦିଲ୍ଲୀ ୨୨।୧୧: ଦିଲ୍ଲୀରେ ପ୍ରଦୂଷଣ ସ୍ତର ଏତେ ଭୟଙ୍କର ଯେ ଲୋକେ ପଦାକୁ ପାଦ କାଢ଼ିବାକୁ ଭୟ କରୁଛନ୍ତି । ପ୍ରତ୍ୟେକଟି ଅଞ୍ଚଳରେ ବାୟୁର ମାନ ଅତି ନିମ୍ନ ସ୍ତରରେ ରହୁଛି । ଦିଲ୍ଲୀ ଏକ ଗ୍ୟାସ୍  ଚ୍ୟାମ୍ବରରେ ପରିଣତ ହୋଇସାରିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦେଇଥିବା ରିପୋର୍ଟ ଅନୁଯାୟୀ ଧାର୍ଯ୍ୟ ସୀମାଠାରୁ ଦିଲ୍ଲୀ ବାସିନ୍ଦାମାନେ ପ୍ରାୟ ୨୫ ଗୁଣା ଅଧିକ ବିଷାକ୍ତ ବାୟୁ ନିଶ୍ବାସରେ ନେଉଛନ୍ତି ।

ବିଷାକ୍ତ ପ୍ରଦୂଷଣ ସ୍ତର ବୃଦ୍ଧି ପାଇବାର ଏକ ପ୍ରମୁଖ କାରଣ ହେଉଛି ପିଏମ୍  ୨.୫ କଣିକା । ବାୟୁରେ ସବୁଠାରୁ କ୍ଷତିକାରକ ପ୍ରଦୂଷଣ ହେଉଛି ପିଏମ୍  ୨.୫ କଣିକା । ଏହାଦ୍ବାରା ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ସୃଷ୍ଟି ହେବା ସହ ହୃଦଘାତ ବି ହୋଇପାରେ । ସିକାଗୋ ବିଶ୍ବବିଦ୍ୟାଳୟର ବିଶେଷଜ୍ଞଙ୍କ ଦ୍ବାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି  ଯେ, ବିଶ୍ବର ସମସ୍ତ ପ୍ରମୁଖ ପ୍ରଦୂଷିତ ସହର ଗୁଡ଼ିକ ମଧ୍ୟରୁ ଦିଲ୍ଲୀ ବାସିନ୍ଦାଙ୍କ ବୟସ ପ୍ରଦୂଷଣ ପାଇଁ ପ୍ରାୟ ୧୦ ବର୍ଷ କମିଯିବ ।

ସେହିପରି ଚଳିତ ବର୍ଷ ପ୍ରକାଶ ପାଇଥିବା ‘ଷ୍ଟେଟ୍  ଅଫ୍  ଗ୍ଲୋବାଲ୍  ଏୟାର’ ରିପୋର୍ଟରୁ ଜଣାପଡ଼ିଛି ଯେ ସାରା ବିଶ୍ବରେ ମୃତ୍ୟୁର ପଞ୍ଚମ ବୃହତ୍ତମ କାରଣ ହେଉଛି ପ୍ରଦୂଷଣ । ପ୍ରତ୍ୟେକ ବର୍ଷ ବାୟୁ ପ୍ରଦୂଷଣ ଜନିତ ବିଭିନ୍ନ ରୋଗ ପାଇଁ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଗର୍ଭବତୀ ଏବଂ ଶିଶୁମାନଙ୍କ ପାଇଁ ମଧ୍ୟ ପ୍ରଦୂଷଣ ବିପଦ ସାବ୍ୟସ୍ତ ହୋଇଛି । ପ୍ରଦୂଷଣ ଯୋଗୁ ଅଧିକାଂଶ ଗର୍ଭବତୀ ଏବଂ ଶିଶୁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି ।

   Related Posts