ଓଡ଼ିଶାର ୪୪ ଦିବ୍ୟାଙ୍ଗ ପିଲାଙ୍କ ଆକାଶରେ ଉଡିବାର ସ୍ୱପ୍ନକୁ ପୂରଣ କରିବ ଏୟାର ଇଣ୍ଡିଆ

Published By : Prameya-News7 Bureau | January 18, 2020 IST

ଭୁବନେଶ୍ୱର ୧୮।୦୧ - ଏୟାର ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ୪୪ ଜଣ ଦିବ୍ୟାଙ୍ଗ ପିଲାଙ୍କ ଆକାଶରେ ଉଡିବା ସ୍ୱପ୍ନ ପୂରଣ ହୋଇ ପାରିବ । ଭୁବନେଶ୍ୱର ଓ ବାରିପଦାର ବିଭିନ୍ନ ଦିବ୍ୟାଙ୍ଗ ଅନୁଷ୍ଠାନର ୪୪ ପିଲାଙ୍କୁ ଭୁବନେଶ୍ୱର ଆକାଶମାର୍ଗରେ ବିମାନରେ ଉଡିବାର ଅନୁଭୂତି ପ୍ରଦାନ କରାଯିବ ।

ଏହା ପିଲାଙ୍କ ପାଇଁ ଏକ ସ୍ୱତନ୍ତ୍ର ଉଡାଣ ରହିବ । ପୂର୍ବରୁ ଏୟାର ଇଣ୍ଡିଆ ତରଫରୁ ଗରିବ ମହିଳାମାନଙ୍କୁ ପାଇଁ ବିମାନରେ ଏକ ସ୍ୱତନ୍ତ୍ର ଉଡାଣର ବ୍ୟବସ୍ଥା କରାଯାଇଥିଲା ।

{"id":212997,"width":583,"height":388,"sizeSlug":"large"}

ଦିବ୍ୟାଙ୍ଗ ପିଲାଙ୍କ ପାଇଁ କରାଯାଉଥିବା ଏହି ସ୍ୱତନ୍ତ୍ର ଉଡାଣରେ ୯ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲା ସାମିଲ ହେବେ । ଏମାନଙ୍କ ମଧ୍ୟରେ ୨୩ ଜଣ ବାଳିକା ଥିବା ବେଳେ ୨୧ ଜଣ ବାଳକ ରହିଛନ୍ତି । ଏମାନଙ୍କ ସହ ୨୧ ଜଣ ସହାୟକ ଓ ସହାୟିକା ମଧ୍ୟ ଉଡାଣରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

ବିମାନରେ ଉଡିବା ପୂର୍ବୁର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.