Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଏୟାର ଇଣ୍ଡିଆକୁ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପ୍ରକାଶ : କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ

27/01/2020 at 5:45 PM

ନୂଆଦିଲ୍ଲୀ ୨୭/୧: ଦେଶର ସବୁଠାରୁ ବଡ଼ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆକୁ ବିକ୍ରି ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।  ଏତିକିବେଳେ ବିରୋଧୀ ସରକାର ଦେବାଳିଆ ହୋଇଯାଇଥିବା କହିଥିବା ବେଳେ ମନ୍ତ୍ରୀ କହିଛନ୍ତି ଏୟାର ଇଣ୍ଡିଆ ଦେଶର ମୂଲ୍ୟବାନ ସଂପତ୍ତି।

ମହାରାଜ ହେବେ କମ୍ପାନି ମାଲ୍ ।  ମହାରାଜମାନେ  ଏୟାର ଇଣ୍ଡିଆ। ଦେଶର ସବୁଠାରୁ ବଡ଼ ବିମାନ ଚଳାଚଳ ସଂସ୍ଥା । ଏହାକୁ ସଂପୂର୍ଣ୍ଣ ଭାବେ ବିକ୍ରି କରିଦେବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ୨୦୧୮ରେ  ଏୟାର ଇଣ୍ଡିଆର ୭୬ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ କେହି ବି ଆବେଦନ କରିନଥିଲେ।  ଏଣୁ ଏବେ ନିୟମରେ କୋହଳ କରାଗଲା। ଯେମିତିକି ଖାରିଦଦାର ଆଗ୍ରହୀ ହେବେ।  ଏଥର  ୭୬ ପ୍ରତିଶତ ଅପେକ୍ଷା ସିଧା ଶତ ପ୍ରତିଶତ ବିକ୍ରି କରାଯିବ। ସେହିପରି ଏୟାର ଇଣ୍ଡିଆ ଉପରେ ଥିବା ୬୨ ହଜାର କୋଟି ଟଙ୍କାର ଋଣକୁ କମାଯାଇ ଏହାକୁ ୨୩ ହଜାର ୨୮୬ କୋଟି  କରାଯାଇଛି। ଏ ପ୍ରସଙ୍ଗରେ ବେସାମରିକ ବିମାନଚଳାଚଳ ମନ୍ତ୍ରୀ କହିଛନ୍ତି ଯଦିଏ ଶତପ୍ରତିଶତ ବିକ୍ରି ହେବ କିନ୍ତୁ ନାଁ ବଦଳିବନି। ମାନେ ସେହି ଏୟାର ଇଣ୍ଡିଆ ନାଁରେ ଏହାର ଚଳାଚଳ ଜାରି ରହିବ।

ସରକାରଙ୍କ ଏଭଳି ନିଷ୍ପତ୍ତିକୁ କିନ୍ତୁ ବିରୋଧୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। କଂଗ୍ରେସ କହିଛି ସରକାର ବାୟା ହେଇଗଲେଣି, ଯାହା ପାରୁଛନ୍ତି ସବୁ ବିକି ପକଉଛନ୍ତି। ଏୟାର ଇଣ୍ଡିଆ ବିକିବା ଦେବାଳିଆ ହେବାର ଲକ୍ଷଣ ବୋଲି କଂଗ୍ରେସ ନେତା କପିଲ ସିବ୍ବଲ କହିଛନ୍ତି। ସେପଟେ କଂଗ୍ରେସର ଏଭଳି ଯୁକ୍ତିକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ପୁରୀ।

ଏଥିସହିତ ଏୟାର ଇଣ୍ଡିଆ ଏକ୍ସପ୍ରେସର ମଧ୍ୟ ଶତପ୍ରତିଶତ ବିକ୍ରି କରାଯିବ। ଆସନ୍ତା ୧୭ ତାରିଖ ବିଡ ଦାଖଲ ଶେଷ ତାରିଖ ହୋଇଥିବା ବେଳେ ୩୧ ତାରିଖ ଦିନ  ବିଡ୍  ବିଜେତାଙ୍କ ଘୋଷଣା କରାଯିବ। ବିମାନ କମ୍ପାନୀ ଲାଗି ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍ ଏସ୍ ) ଏବଂ ଋଣ ପୁନର୍ଗଠନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି।

   Related Posts