Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

୧୯ରୁ ଦେଶ ଭିତରେ ଉଡ଼ିବ ଏୟାର ଇଣ୍ଡିଆ : ରେଳବାଇ ଭଳି ପାଳନ କରାଯିବ ସାମାଜିକ ଦୂରତା ନିୟମ

13/05/2020 at 3:13 PM

ନୂଆଦିଲ୍ଲୀ ୧୩/୦୫ : ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଘରେ ପହଞ୍ଚାଇବାକୁ ରେଳ ସେବା ଆରମ୍ଭ କରାଯାଇଛି | ରେଳବାଇ ଭଳି ବିମାନ ସେବା ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି | ଲୋକଙ୍କୁ ନିଜ ଠିକଣା ଜାଗାରେ ପହଞ୍ଚାଇବାକୁ ଏୟାର ଇଣ୍ଡିଆ ମଧ୍ୟ ମେ ୧୯ ତାରିଖରୁ ଜୁନ ୨ ତାରିଖ ଭିତରେ ବିମାନ ସେବା ଆରମ୍ଭ କରିବ | ଏଥିପାଇଁ ସ୍ପେଶାଲ ଡୋମେଷ୍ଟିକ ଫ୍ଲାଇଟ ବା ସ୍ପେଶାଲ ଘରୋଇ଼ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି | ଅଧିକାଂଶ ବିମାନ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଭଳି ସହରକୁ ଉଡାଣ ଆରମ୍ଭ କରିବେ |  

ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାୟୀ, ଚେନ୍ନାଇକୁ ମାତ୍ର ଗୋଟିଏ ବିମନା ଚଳାଚଳ ହେବ | ଏହା ମେ ୧୯ ତାରିଖରେ କୋଚିରୁ ଚେନ୍ନାଇ ଅଭିମୁଖେ ଯାତ୍ରା ଆରମ୍ଭ କରିବ | ଦିଲ୍ଲୀ ପାଇଁ ୧୭୩, ମୁମ୍ବାଇ ପାଇଁ ୪୦, ହାଇଦ୍ରାବାଦ ପାଇଁ ୨୫ ଏବଂ କୋଚି ପାଇଁ ୧୨ଟି ବିମାନ ଚାଲିବ | ଦିଲ୍ଲୀରୁ ଯେଉଁ ବିମାନ ଉଡାଣ ଆରମ୍ଭ କରିବ ତାହା ଅମୃତସର, ବେଙ୍ଗାଲୁରୁ, ଗୟା, ଜୟପୁର, ହାଇଦ୍ରାବାଦ, ଅହମଦାବାଦ, କୋଚି, ବିଜୟବାଡା, ଲଖନଉ ଏବଂ ଆଉ କିଛି ସହରକୁ ଯିବ | ଠିକ ସେହିଭଳି ମୁମ୍ବାଇରୁ ଉଡାଣ ଆରମ୍ଭ କରିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଅହମଦାବାଦ, ହାଇଦ୍ରାବାଦ, କୋଚି, ବେଙ୍ଗାଲୁରୁ, ବିଶାଖାପାଟନମ, ବିଜୟବାଡା ଆଦି ସହରକୁ ଯିବ | ହାଇଦ୍ରାବାଦରୁ ମୁମ୍ବାଇ ଏବଂ ଦିଲ୍ଲୀ ପାଇଁ ମଧ୍ୟ ବିମାନ ସେବା ଯୋଗାଇ ଦିଆଯିବ | ଏହାଛଡା ଭୁବନେଶ୍ୱରରୁ ଗୋଟିଏ ଏୟାର ଇଣ୍ଡିଆ ବିମାନ ବେଙ୍ଗାଲୁରୁ ଯିବ |

ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ତାଙ୍କ ତରଫରୁ ସମସ୍ତ ପ୍ରସ୍ତୁତି ହୋଇସାରିଛି | କେବଳ ସିଭିଲ ଏଭିଏସନ ମନ୍ତ୍ରାଳୟର ମଞ୍ଜୁରୀ ପାଇଁ ଅପେକ୍ଷା କରିଛନ୍ତି | ବିଦେଶରେ ଫସିଥିବା ଭାରତୀୟଙ୍କୁ ଭାରତକୁ ଆଣିବା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଗକୁ ବଢିଛନ୍ତି | ସରକାର କହିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟରେ ଘରୋଇ ବିମାନ ସେବାକୁ ଅନୁମତି ଦିଆଯିବ | କରୋନା ସ୍ଥିତି ମଧ୍ୟରେ ଯାତ୍ରୀଙ୍କୁ କିଭଳି ସୁରକ୍ଷିତ ପହଞ୍ଚିବେ ସେଥିପାଇଁ ଏୟାର ଇଣ୍ଡିଆ ଅଧିକାରୀ ସମସ୍ତ ପ୍ରସ୍ତୁତି କରିଛନ୍ତି ଏବଂ ସୁରକ୍ଷିତ ଯାତ୍ରା ପାଇଁ ଯାତ୍ରୀଙ୍କୁ ପୁରା ସାହାଯ୍ୟ କରିବେ ବୋଲି ସେ କହିଛନ୍ତି | 

ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ପୂର୍ବରୁ ସ୍ପେଶାଲ ବିମାନସେବା ମେ ୧୫ ତାରିଖରେ ଆରମ୍ଭ କରିବାକୁ ଯୋଜନା ହୋଇଥିଲା କିନ୍ତୁ ପରେ ତାକୁ ୧୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା | ତୃତୀୟ ପର୍ଯ୍ୟାୟ ଲକ ଡାଉନ ମେ ୧୭ ତାରିଖରେ ଶେଷ ହେବ | ସେଥିପାଇଁ ଘରୋଇ ବିମାନସେବା ମେ ୧୯ ତାରିଖରୁ ଆରମ୍ଭ କରିବାକୁ ଯୋଜନା କରାଯାଇଛି | ସରକାରଙ୍କ ଅନୁମତି ମିଳିବା ପରେ ଏୟାରଲାଇନ ସାଇଟରୁ ଟିକେଟ ବୁକିଂ ଆରମ୍ଭ ହେବ ବୋଲି ଅଧିକାରୀ କହିଛନ୍ତି |

   Related Posts