Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଏବେ କାଟି ହେବନାହିଁ ଟିକେଟ, ଏୟାର ଇଣ୍ଡିଆର ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନର ବୁକିଂ ଅପ୍ରେଲ ୩୦ ଯାଏଁ ବନ୍ଦ

4/04/2020 at 10:29 AM

ନୂଆଦିଲ୍ଲୀ ୪।୪: ପୁଣି ବଢିବ କି ଲକ୍ ଡାଉନ୍ ସମୟ ? ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିବା ବେଳେ ଏୟାର ଇଣ୍ଡିଆ ପକ୍ଷରୁ ବିମାନ ବୁକିଂକୁ ବନ୍ଦ କରିଦିଆଯାଇଛି । ଅପ୍ରେଲ ୧୪ରୁ ବିମାନ ସେବା ଆରମ୍ଭ ହେବାର କଳ୍ପନାଜଳ୍ପନା ମଧ୍ୟରେ ଅପ୍ରେଲ ୩୦ ପର୍ଯ୍ୟନ୍ତ ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନର ବୁକିଂ ବନ୍ଦ କରିଦେଇଛି ଏୟାର ଇଣ୍ଡିଆ । ଶୁକ୍ରବାର ଦିନ ଏୟାର ଇଣ୍ଡିଆ କହିଛି ଯେ, ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ପାଇଁ ବୁକିଂ ଅପ୍ରେଲ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ।

ସାରା ବିଶ୍ବରେ କରୋନା ଆତଙ୍କ ଖେଳାଇଥିବା ବେଳେ ଭାରତରେ ମଧ୍ୟ ଏହା ତାର କାୟା ବିସ୍ତାର କରିଚାଲିଛି । କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଭାରତରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଯାହା ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଟ୍ରେନ୍, ମେଟ୍ରୋ, ବସ୍ ସମେତ ସମସ୍ତ ଯାନବାହାନ ଚଳାଚଳ ଉପରେ କଟକଣା ରହିଛି ।

ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସ୍ ରେ ୨୫,୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ସେଥିମଧ୍ୟରୁ ୭୧ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ସର୍ବାଧିକ ।

ସେହିଭଳି ବିଶ୍ବରେ ମୃତ୍ୟୁ ସଂଖ୍ୟା ୫୩,୦୦୦ ଅତିକ୍ରମ କରିଛି । ଅଧିକାଂଶ ଲୋକଙ୍କ ମୃତ୍ୟୁ ଇଟାଲୀରେ ଘଟିଛି । ଇଟାଲୀରେ ୧୩,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଥି ସହିତ, ସର୍ବାଧିକ ସଂଖ୍ୟକ ଲୋକ ଆମେରିକାରେ ସଂକ୍ରମିତ ଅଛନ୍ତି । COVID-19 ମାମଲା ଆମେରିକାରେ ୨.୫ ଲକ୍ଷରେ ପହଞ୍ଚିବାକୁ ଯାଉଛି । ବିଶ୍ବବ୍ୟାପୀ ୧୦ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି ।

   Related Posts