ସରକାରୀ ଅଫିସରଙ୍କୁ Air Indiaର ଉଧାର ବନ୍ଦ, ଆଉ ବାକିରେ ଦେବନି ବିମାନ ଟିକେଟ୍

Published By : Prameya-News7 Bureau | December 26, 2019 IST

ନୂଆଦିଲ୍ଲୀ ୨୬।୧୨:  ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ ବାକି କାରବାର ବନ୍ଦ କରିଛି। କ୍ଷତିରେ ଚାଲୁଥିବା କମ୍ପାନୀର ସରକାରୀ ସଂସ୍ଥାଙ୍କ ଉପରେ ୨୬୮ କୋଟି ଟଙ୍କା ବାକି ପଡିଛି। ବାକି ଆଦାୟ ହୋଇ ପାରୁନଥିବାରୁ କମ୍ପାନୀ ଏଭଳି କଡା ନିଷ୍ପତ୍ତି ନେଇଛି। ଯେଉଁ ସରକାରୀ ଏଜେନ୍ସୀ ଉପରେ ଏୟାର ଇଣ୍ଡିଆର ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ରହିଛି ସେଭଳି ସଂସ୍ଥାଙ୍କୁ ଆଉ ବାକିରେ ଟିକେଟ୍ ନ ଦେବାକୁ ବିମାନ କମ୍ପାନୀ ସଫାସଫା କହିଦେଇଛି।

{"id":203088,"sizeSlug":"large"}

ଏୟାର ଇଣ୍ଡିଆ ଇତିହାସରେ ଏପରି ନିଷ୍ପତ୍ତି ପ୍ରଥମ ଘଟଣା। ହେଲେବି ପରିସ୍ଥିତି ଦୃଷ୍ଟିରୁ ବିମାନ କମ୍ପାନୀ ଏବେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ଏବେ ଏୟାର ଇଣ୍ଡିଆ ଡିଫଲ୍ଟର ଓ ବାକି ରଖିଥିବା ସଂସ୍ଥାଙ୍କ ସୂଚୀ ବି ପ୍ରସ୍ତୁତ କରିଛନ୍ତି। ଏଥିରେ ସିବିଆଇ, ଆଇବି, ଇଡି, କଷ୍ଟମ କମିଶନର, ସେଣ୍ଟ୍ରଲ ଲେବର ଇନଷ୍ଟିଚ୍ୟୁଟ୍, ଇଣ୍ଡିଆନ ଅଡିଟ୍ ବୋର୍ଡ, କଣ୍ଟ୍ରୋଲର ଅଫ ଡିଫେନ୍ସ ଆକାଉଣ୍ଟସ୍ ଓ ବର୍ଡର ସିକ୍ୟୁରିଟି ଫୋର୍ସର ନାମ ବି ଥିବା ଜଣାପଡିଛି।

{"id":203089,"sizeSlug":"large"}

ସରକାର ଓ ତାଙ୍କ ଏଜେନ୍ସୀମାନଙ୍କର ଅଫିସିଆଲ ଗସ୍ତ ଲାଗି ଏୟାର ଇଣ୍ଡିଆକୁ ପ୍ରାଧାନ୍ୟ ଦିଆଯାଇଥାଏ। ତେବେ ଯଦି ଗନ୍ତବ୍ୟରେ ଏୟାର ଇଣ୍ଡିଆ ବିମାନ ନଥାଏ ତେବେ ଘରୋଇ ବିମାନ କମ୍ପାନୀଙ୍କ ଟିକେଟ୍ କିଣାଯାଏ। ତେବେ ଦୁର୍ଭାଗ୍ୟର କଥା ହେଉଛି ସରକାରୀ ସଂସ୍ଥାଙ୍କୁ ଯେମିତି ପ୍ରାଥମିକତା ଭିତ୍ତିରେ ବିମାନ ଟିକେଟ୍ ଦିଆଯାଇଥାଏ ସେମାନେ ସେମିତି ତତ୍ପରତାରେ କମ୍ପାନୀର ବକେୟା ପୈଠ କରିନଥାନ୍ତି। ଏଥିରେ ବି ସରକାରଙ୍କର ଏପରି କିଛି ସଂସ୍ଥା ଅଛନ୍ତି ଯେଉଁମାନେ ରିହାତି ନେଉଛନ୍ତି । ଏଣୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ବକେୟା ରଖିଥିବା ସଂସ୍ଥାଙ୍କୁ ଏବେ 'କ୍ୟାସ୍ ଏଣ୍ଡ କ୍ୟାରି'ରେ ସେବା ଦିଆଯାଉଥିବା ବିମାନ କମ୍ପାନୀର ଜନୈକ କର୍ମଚାରୀ କହିଛନ୍ତି।

{"id":203090,"sizeSlug":"large"}

ନୂଆ ନୀତି ଅବଲମ୍ବନ ପରେ ଏବେ ଏୟାର ଇଣ୍ଡିଆର ବକେୟା ବାବଦ ଅର୍ଥ ଖୁବ୍ ଶୀଘ୍ର ଆଦାୟ ହେବାରେ ଲାଗିଛି। ଗତ କିଛି ଦିନ ଭିତରେ କମ୍ପାନୀ ବକେୟା ବାବଦେ ୫୦ଲକ୍ଷ ଟଙ୍କା ଅସୁଲ କରିଥିବା ଜଣାପଡିଛି। ତେବେ ଏୟାର ଇଣ୍ଡିଆ ପ୍ରଥମ ଥର ସରକାରୀ ଡିଫଲ୍ଟରଙ୍କ ସୂଚୀ ପ୍ରସ୍ତୁତ କରି ଏହା ଉପରେ କାମ ଆରମ୍ଭ କରିବା ସହ ସଫଳ ହେଉଥିବା ମଧ୍ୟ ଦେଖାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.