ମହିଳା ପାଇଲଟଙ୍କୁ ବରିଷ୍ଠ ପାଇଲଟଙ୍କ ଯୌନ ଶୋଷଣ ପ୍ରସଂଗ:ମୁହଁ ଖୋଲିଲେ ଏୟାର ଇଣ୍ଡିଆର ଅଧ୍ୟକ୍ଷ

Published By : Prameya-News7 Bureau | May 17, 2019 IST

ନୂଆଦିଲ୍ଲୀ ୧୭/୫: ଜଣେ ମହିଳା ପାଇଲଟ ନିଜ ସିନିୟରଙ୍କ ବିରୋଧରେ ଯୈାନ ଶୋଷଣ ଅଭିଯୋଗ କରିବା ପରେ ଏୟାରଇଣ୍ଡିଆର ଚେୟାରମ୍ୟାନ୍ ଏହି ପ୍ରସଂଗରେ ମୁହଁ ଖୋଲିଛନ୍ତି। ଏୟାରଇଣ୍ଡିଆର କର୍ମଚାରୀଙ୍କୁ ବାର୍ତ୍ତା ଦେଇ ସେ କହିଛନ୍ତି ଯେ,  ଯେଉଁଭଳି ଯୈାନ ଶୋଷଣର ଘଟଣା ସାମନାକୁ ଆସିଛି,ଏହା ଅତ୍ୟନ୍ତ ଲଜ୍ଜାକର ବିଷୟ। ଏୟାରଇଣ୍ଡିଆର ଜଣେ ମହିଳା ପାଇଲଟ ନିଜର ଜଣେ ବରିଷ୍ଠ ପାଇଲଟଙ୍କ ବିରୋଧରେ ଯୈାନ ଶୋଷଣର ଅଭିଯୋଗ କରିଛନ୍ତି।

ମହିଳା ପାଇଲଟ ନିଜ ଅଭିଯୋଗରେ କହିଛନ୍ତି ଯେ ଉକ୍ତ ବରିଷ୍ଠ ପାଇଲଟ ପ୍ରଶିକ୍ଷଣ ସରିବା ପରେ ହାଇଦ୍ରାବାଦର ଏକ ରେଷ୍ଟୁରାଣ୍ଟରେ ରାତ୍ରି ଭୋଜନ କରିବାର ଅଫର ଦେଇଥିଲେ। ସେ ତାଙ୍କ ଅଫରରେ ରାଜି ହୋଇଯାଇଥିଲେ କାରଣ ସେ କିଛି ଦିନ ହେବ ଉଡ଼ାଣବେଳେ ତାଙ୍କ ସହ ଥିଲେ ଏବଂ ବରିଷ୍ଠ ଅଧିକାରୀ ଜଣକ ତାଙ୍କୁ ଭଦ୍ର ଲାଗୁଥିଲେ। ସେମାନେ ପାଖାପାଖି ରାତି ୮ଟାବେଳେ ରେଷ୍ଟୁରାଣ୍ଟ ଯାଇଥିଲେ । ସେଠାକୁ ଯିବା ପରେ ସେ ମହିଳା ପାଇଲଟଙ୍କ ସହ ଖରାପ ବ୍ୟବହାର କରିଥିଲେ। ମହିଳା ପାଇଲଟ କହିବାନୁସାରେ ବରିଷ୍ଠ ଅଧିକାରୀ ଜଣକ ତାଙ୍କୁ କହିଥିଲେ ଯେ ସେ ତାଙ୍କ ବିବାହିତ ଜୀବନରେ ଖୁସି ନଥିଲେ। ସେ ମହିଳାଙ୍କୁ ପଚାରିଥିଲେ ଯେ ସେ ତାଙ୍କ ସ୍ବାମୀଙ୍କ ସହ କିପରି ରହୁଛନ୍ତି ଏବଂ ପ୍ରତିଦିନ ସେକ୍ସର ଆବଶ୍ୟକତା ପଡ଼ୁଛି କି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.