ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ବିନା ଦରମାରେ ୫ ବର୍ଷ ଛୁଟି : କର୍ମଚାରୀ ଚୟନ ପାଇଁ କମିଟି ଗଠନ

Published By : Prameya-News7 Bureau | July 23, 2020 IST

ନୂଆଦିଲ୍ଲୀ ୨୩/୦୭ : ଜାତୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆ ନିଜ କର୍ମଚାରୀଙ୍କୁ ଛୁଟି ପଠାଇବାକୁ ଯୋଜନା କରୁଛି | ସେଥିପାଇଁ କର୍ମଚାରୀଙ୍କ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି | କମ୍ପାନୀ ବିନା ଦରମାରେ କର୍ମଚାରୀଙ୍କୁ ୬ ମାସରୁ ୫ ବର୍ଷରେ ଯାଏଁ ଛୁଟିରେ ପଠାଇବ |   କର୍ମଚାରୀଙ୍କ ଛଟେଇ ପାଇଁ ଏୟାର ଇଣ୍ଡିଆ ଏକ କମିଟି ଗଠନ କରିଛି | କମିଟି ଅଗଷ୍ଟ ୧୧ ତାରିଖ ସୁଦ୍ଧା ରିଜିଓନାଲ ଡ଼ାଇରେକ୍ଟରଙ୍କ ଅଫିସରେ ରିପୋର୍ଟ ପ୍ରଦାନ କରିବ | ଏୟାରଲାଇନ୍ସ ବୋର୍ଡ କିଛି କର୍ମଚାରୀଙ୍କୁ ୬ ମାସରୁ ୨ ବର୍ଷ ଯାଏଁ ବିନା ଦରମାରେ ଛୁଟିରେ ପଠାଇବାକୁ ମଞ୍ଜୁରୀ କରିଥିଲା | ବର୍ତ୍ତମାନ ଏହି ସମୟସୀମାକୁ ୫ ବର୍ଷକୁ ବଢାଇବାକୁ ନିଷ୍ପତ୍ତି ନିଆଯାଇଛି | କମ୍ପାନୀ ଚେୟାରମ୍ୟାନ ରାଜୀବ ବଂସଲ କର୍ମଚାରୀଙ୍କୁ ୫ ବର୍ଷ ପାଇଁ ବିନା ଦରମାରେ ଛୁଟିରେ ପଠାଇବେ |

ଏୟାରଲାଇନ ଚୟନ କମିଟିରେ ଜେନେରାଲ ମ୍ୟାନେଜର (ପର୍ଶନେଲ), ଜେନେରାଲ ମ୍ୟାନେଜର (ଫାଇନାନ୍ସ), ସଦସ୍ୟ, ବିଭାଗ ମୁଖ୍ୟ, ରିଜିଓନାଲ ଡ଼ାଇରେକ୍ଟରର ଜଣେ ସଦସ୍ୟ କମିଟିରେ ସାମିଲ ଅଛନ୍ତି | ଏହି ୪ ଜଣ ବରିଷ୍ଠ ଅଧିକାରୀ କର୍ମଚାରୀଙ୍କୁ ଚୟନ କରି ଏୟାର ଲାଇନ୍ସ ହେଡ଼ ଅଫିସକୁ ରିପୋର୍ଟ ପ୍ରଦାନ କରିବେ | ଏହାପରେ ଏୟାର ଲାଇନ୍ସ ମୁଖ୍ୟ କାର୍ଯ୍ୟାଳୟ ଶେଷ ନିଷ୍ପତ୍ତି ନେବେ | ଜେନେରାଲ ମ୍ୟାନେଜର (ପର୍ଶନେଲ) କର୍ମଚାରୀଙ୍କ ତାଲିକା ସମସ୍ତ ବିଭାଗ ସହ ସେୟାର କରି ଆଲୋଚନା କରିବେ ଏବଂ ନିଷ୍ପତ୍ତି ନେବେ | ଏୟାର ଲାଇନ୍ସ ରିଜିଓନାଲ ଡ଼ାଇରେକ୍ଟରଙ୍କ କାର୍ଯ୍ୟାଳୟକୁ ଅଗଷ୍ଟ ୧୧ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.