Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ବର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ : ୧ କେଜି ୪୮ ଗ୍ରାମ୍ ଧଳାଜହର ଜବତ, ଜଣେ ଗିରଫ
  • ||

‘ବନ୍ଦେ ଭାରତ’ ମିସନକୁ ଝଟକା, କେରଳ କାରୀପୁର ଏୟାପୋର୍ଟ ରନୱେରେ ସ୍ଲିପ୍ ହେଲା Air India ବିମାନ, ୧୬ ମୃତ, ୧୨୩ ଆହତ

7/08/2020 at 10:42 PM

କାରୀପୁର ୭।୮: କୋଭିଡ-୧୯ ଯୋଗୁ ବିଭିନ୍ନ ଦେଶରେ ଫଶି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ସରକାର ହାତକୁ ନେଇଥିବା ‘ବନ୍ଦେ ଭାରତ’ ମିସନକୁ ଶୁକ୍ରବାର ଝଟକା ଲାଗିଛି। ଦୁବାଇରୁ ଭାରତୀୟଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆ  ବୋଇଂ-୭୩୭ କେରଳ କୋଝିକୋଡ କାରୀପୁର ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ରନୱେରୁ ସ୍ଲିପ ହୋଇ ଦୁଇ ଖଣ୍ଡ ହୋଇଯାଇଛି। ଫଳରେ ବିମାନର ଜଣେ ପାଇଲଟଙ୍କ ସମେତ ମୋଟ ୧୬ଜଣ ପ୍ରାଣ ହରାଇଛନ୍ତି।

ଦୁର୍ଘଟଣାରେ ୧୨୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।  ସମସ୍ତ ଆହତ ଯାତ୍ରୀଙ୍କୁ ନିକଟସ୍ଥ ରିମସ୍‌ ଓ ମର୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫ୍ଲାଇଟ୍ ସଂଖ୍ୟା ଆଇଏକ୍ସ-୧୩୪୪ରେ  ଦୁଇ ପାଇଲଟ୍, ୬ ଚାଳକ ଦଳ ସଦସ୍ୟ ଓ ୧୦ ଶିଶୁଙ୍କ ସମେତ ମୋଟ ୧୮୪ ଜଣ ଯାତ୍ରୀ ଥିଲେ। ବିମାନଟି ଦୁବାଇରୁ ଅପରାହ୍ନ ୪ଟା ୪୫ ମିନିଟ୍‌ରେ ଉଡାଣ କରିଥିବା ବେଳେ ସନ୍ଧ୍ୟା ୭ଟା ୪୫ ମିନିଟ୍‌ରେ କୋଝିକୋଡ ପହଞ୍ଚିଥିଲା। ତେବେ ଭୀଷଣ ବର୍ଷାଯୋଗୁ ରନ୍‌ୱେ ପିଛିଳ ଥିବାରୁ ବିମାନଟି ପ୍ରାୟ ୩୦ ଫୁଟ ପର୍ଯ୍ୟନ୍ତ ଖସଡି ଯାଇ ଦୁଇ ଖଣ୍ଡ ହୋଇଯାଇଛି।

ବିମାନରେ ନିଆଁ ଲାଗି ନଥିବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଘଟଣାସ୍ଥଳରେ ରହି ଉଦ୍ଧାର ପରିଚାଳନା କରୁଥିବା ଏନଡିଆରଏଫ ଡିଜି କହିଛନ୍ତି। ବିମାନ ବନ୍ଦର ଏକ ପାହାଡ ଉପରେ ଅବସ୍ଥିତ ଥିବାରୁ ଏଠାରେ ବିମାନ ଟେବୁଲ ଟପ୍ ଅବତରଣ କରିଥାଏ। ଏଣୁ ବିମାନର ବେଗ ଅଧିକ ରହିବା ସ୍ୱଭାବିକ । ଯଦି ବିମାନରେ ନିଆଁ ଧରିଯାଇଥାନ୍ତା ତେବେ ଅକଳ୍ପନୀୟ କ୍ଷୟକ୍ଷତି ହୋଇଥାନ୍ତା ବୋଲି କହିଛନ୍ତି ଡିଜି।  ଦୁର୍ଘଟଣାଗ୍ରସ୍ତ ବିମାନର ଯାତ୍ରୀଙ୍କ ପରିଜନଙ୍କ ନିମନ୍ତେ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି। ୦୪୯୫-୨୩୭୬୯୦୧ ନମ୍ବରରେ ଫୋନ କରି ଯାତ୍ରୀଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରାଯାଇପାରିବ ବୋଲି କୋଝିକୋଡ ଜିଲ୍ଲାପାଳ କହିଛନ୍ତି। ଏହା ବ୍ୟତୀତ ୦୫୬୫୪୬୩୯୦୩, ୦୫୪୩୦୯୦୫୭୨ ଓ ୦୫୪୩୦୯୦୫୭୫ ନମ୍ବରରେ କଲ କରି ମଧ୍ୟ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇପାରିବେ।

ବିମାନ ଦୁର୍ଘଟଣା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଥିବା ବେଳେ ମୃତ ଯାତ୍ରୀଙ୍କ ପରିଜନଙ୍କ ନିମନ୍ତେ ଶୋକ ବ୍ୟକ୍ତ କରିଛନ୍ତି। ଘଟଣା ନେଇ ପ୍ରଧାନମନ୍ତ୍ରୀ ଟେଲିଫୋନ ଯୋଗେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ସହ ଦୁର୍ଘଟଣାଗ୍ରସ୍ତ ବିମାନରୁ ଯାତ୍ରୀଙ୍କ ଉଦ୍ଦାର ଓ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ନେଇ କଥା ହୋଇଛନ୍ତି। ଦୁର୍ଘଟଣାରେ ବିମାନର ସମ୍ମୁଖ ଭାଗରେ ଯାତ୍ରା କରୁଥିବା ଯାତ୍ରୀ ବିଶେଷ ପ୍ରଭାବିତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ରିମସ୍‌ ଓ ନିକଟସ୍ଥ ମର୍ସି ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

ବିମାନ ଦୁର୍ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଦୁଃଖ ବ୍ୟକ୍ତ କରିବା ସହ ଏକ ଟ୍ୱିଟ୍‌ ବାର୍ତ୍ତାରେ ମୃତ ଯାତ୍ରୀଙ୍କ ପରିବାର ନିମନ୍ତେ ସମବେଦନା ଜ୍ଞାପନ କରିଛନ୍ତି।  ସେହିପରି ପୂର୍ବତନ ଏଆଇସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏକ ଟ୍ୱିଟ୍‌ ବାର୍ତ୍ତାରେ କୋଝିକୋଡ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ବ୍ୟକ୍ତ କରିଥିବା ବେଳେ ମୃତକଙ୍କ ପରିଜନ ନିମନ୍ତେ ଶୋକ ପ୍ରକାଶ କରିଛନ୍ତି। ଆହତଙ୍କ ନିମନ୍ତେ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାହୁଲ ଗାନ୍ଧି।

   Related Posts