Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଆକାଶମାର୍ଗରେ ଅଚଳ ହୋଇଗଲା ଏୟାର ଇଣ୍ଡିଆ ବିମାନ ; ବର୍ତ୍ତିଗଲେ ୩୭୦ ଯାତ୍ରୀ

18/09/2018 at 1:34 PM

ନ୍ୟୁୟର୍କ ୧୮|୯: ଦୁର୍ଘଟଣାରୁ ଅଲ୍ପକେ ବର୍ତ୍ତି ଯାଇଛି ଏୟାର ଇଣ୍ଡିଆର ଏକ ଅନ୍ତର୍ଜାତୀୟ ବିମାନ । ବିମାନର ଆକାଶ ମାର୍ଗରେ ଥିବା ବେଳେ ଯାନ୍ତ୍ରିକ ବ୍ୟବସ୍ଥା ଅଚଳ ହେବା ଏବଂ ଇନ୍ଧନ ସରିଯିବା ଯୋଗୁଁ ଦୁର୍ଘଟଣା ଘଟିବା ପ୍ରାୟ ନିଶ୍ଚିତ ଥିଲା । ନ୍ୟୁୟର୍କ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ (ଏଟିସି)କୁ ସୂଚନା ମିଳିବା ପରେ ବିମାନଟି ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଫଳରେ ବିମାନରେ ଥିବା ୩୭୦ ଯାତ୍ରୀ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।

ସୂଚନା ଅନୁସାରେ, ଗତ ୧୧ତାରିଖରେ ଏୟାର ଇଣ୍ଡିଆର ଏଆଇ-୧୦୧ ବିମାନ ୩୭୦ ଯାତ୍ରୀଙ୍କୁ ନେଇ ନୂଆଦିଲ୍ଲୀରୁ ଆମେରିକାର ବୋଷ୍ଟନ୍ ସ୍ଥିତ ବ୍ରାଡ୍‌ଲି ଇଣ୍ଟରନ୍ୟାସ୍‌ନାଲ୍‌ ଏୟାରପୋର୍ଟ ଅଭିମୁଖେ ଉଡାଣ କରିଥିଲା। ମାତ୍ର ବିମାନବନ୍ଦରଠାରୁ ଅନେକ ଦୂରରେ ଥିବା ବେଳେ ଯାନ୍ତ୍ରିକ ତ୍ରୁଟି ସହ ବିମାନର ଇନ୍ଧନ ସରିଆସିଥିଲା । ଏହି ସମୟରେ ନ୍ୟୁୟର୍କ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି) ନିକଟକୁ ସୂଚନା ଆସିଥିଲା । “ପାଗ ଖରାପ ଅଛି ଏବଂ ଇନ୍ଧନ ସରିବାକୁ ଲାଗିଲାଣି, ଆମେ ସଂପୂର୍ଣ୍ଣ ଭାବେ ଫସିଗଲୁଣି।” ଏଭଳି ସୂଚନା ଦେଇଥିଲେ ଏୟାର ଇଣ୍ଡିଆର ଦିଲ୍ଲୀ-ନ୍ୟୁୟର୍କ ବିମାନ ଏଆଇ-୧୦୧ର ପାଇଲଟ୍ ରୁସ୍ତମ ପାଲିୟା । ଏହି ସୂଚନା ପାଇବା ପରେ ଏକ ପ୍ରକାର ହଇଚଇ ଖେଳିଯାଇଥିଲା । ଏହି ବିମାନରେ ଥିଲେ ୩୭୦ ଯାତ୍ରୀ । ପାଗ ବହୁତ ଖରାପ ଥିଲା । ବିମାନର ଇନ୍ଧନ ମଧ୍ୟ ସରିବାକୁ ଲାଗିଥିଲା । ବିମାନର ସିଷ୍ଟମ୍ ଫେଲ୍ ହୋଇଯାଇଥିଲା । ଓ୍ବିଣ୍ଡସ୍ପିୟର ସିଷ୍ଟମ, ଅଟୋ ସ୍ପିଡ୍ ବ୍ରେକ୍ କାମ କରୁନଥିଲା ଏବଂ ସହାୟକ ପାଓ୍ବାର ୟୁନିଟ୍ ମଧ୍ୟ ଚାଲୁନଥିଲା । ଏଭଳି ସ୍ଥିତିରେ ପାଇଲଟ୍ ଦୁଇ ଥର କେନିଡି ବିମାନବନ୍ଦରରେ ବିମାନକୁ ଅବତରଣ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଏଥିରେ ସେ ସଫଳ ହୋଇପାରିନଥିଲେ । ଆକାଶ ମାର୍ଗରେ ପ୍ରାୟ ୩୮ମିନିଟ୍ ପର୍ଯ୍ୟନ୍ତ ଅଚଳ ଅବସ୍ଥାରେ ଉଡିଥିଲା ବିମାନ । ୩୮ମିନିଟ୍ ପରେ ନ୍ୟୁୟର୍କ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ଯୋଗାଯୋଗ ପରେ ନେଓ୍ବାର୍କ ବିମାନବନ୍ଦରରେ ବିମାନଟିକୁ ଅବତରଣ କରାଯାଇଥିଲା। ଏୟାର ଇଣ୍ଡିଆ କହିଛି ଯେ, ବହୁତ ଜଟିଳ ପରିସ୍ଥିତିରେ ପାଇଲଟ୍ ବିମାନଟିକୁ ଅବତରଣ କରାଇଥିଲେ । ଏଭଳି ସ୍ଥିତିରେ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ସେ ବିମାନଟିକୁ ଅବତରଣ କରାଇବାରେ ସଫଳ ହୋଇଥିଲେ । ଏହା ତାଙ୍କ ଜୀବନର ସବୁଠାରୁ ବିପଦପୂର୍ଣ୍ଣ ଯାତ୍ରା ଥିଲା ବୋଲି ପାଇଲଟ୍ ରୁସ୍ତମ କହିଛନ୍ତି ।

   Related Posts