ଏୟାର ଇଣ୍ଡିଆ ଆରମ୍ଭ କଲା ବୁକିଂ: ମେ’ ୪ରୁ ଘରୋଇ ଓ ଜୁନ ୧ରୁ ଅନ୍ତରାଷ୍ଟ୍ରୀୟ ଉଡାଣ

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ, ୧୮|୦୪:  ଆସନ୍ତା ମେ’ ମାସ ୪ ତାରିଖରେ ଦେଶରେ କିଛି ରୁଟରେ ଘରୋଇ ବିମାନ ସେବା ଆରମ୍ଭ ହେବ । ସେହିପରି ଜୁନ ୧ରୁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ଆରମ୍ଭ ହେବ ବୋଲି ଶନିବାର କହିଛି ଏୟାର ଇଣ୍ଡିଆ ।ଏଥିପାଇଁ ବୁକିଂ ମଧ୍ୟ ଆରମ୍ଭ ହୋଇଛି ।

ଏୟାର ଇଣ୍ଡିଆ କହିଛି ଯେ, କରୋନା ଭାଇରସ ସଂକ୍ରମଣ ପାଇଁ ମେ ମାସ ୩ ତାରିଖ ଯାଏଁ ଲକଡାଉନର ଅବଧିକୁ ସରକାର ବୃଦ୍ଧି କରିଛନ୍ତି । ବିଶ୍ୱରେ ମଧ୍ୟ କରୋନାର ଆତଙ୍କ ଜାରି ରହିଛି । ତେଣୁ ୩ ତାରିଖ ଯାଏଁ ସମସ୍ତ ଘରୋଇ ବିମାନ ଉଡାଣ ଉପରେ ରୋକ ଲାଗିଛି । ସେହିପରି ମେ ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ମଧ୍ୟ ବାତିଲ ରହିଛି ।

କେତେକ ନିର୍ଦ୍ଦିଷ୍ଟ ଘରୋଇ ରୁଟରେ ମେ ୪ରୁ ବିମାନ ଚଳାଚଳ କରିବ । ସେହିପରି ଜୁନ ୧ରୁ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ କରିବା ବୋଲି କମ୍ପାନୀ ନିତ ଓ୍ୱେବସାଇଟରେ କହିଛି ।

ମାର୍ଚ ୨୫ ତାରିଖରୁ ଦେଶରେ ଲକଡାଉନ ଜାରି ରହିଛି । ଏହାକୁ ପ୍ରଥମେ ଏପ୍ରିଲ ୧୪ ଯାଏଁ କରାଯାଇଥିଲା । କିନ୍ତୁ ପରେ ଏହାକୁ ମେ ୩ ଯାଏଁ ଘୁଞ୍ଚାଇ ଦିଆଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ଏହି ସମୟରେ ସମସ୍ତ ବିମାନ ଚଳାଚଳ ଉପରେ ରୋକ ଲାଗିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.