ଜୁନ୍‌ରେ ଆଉ ଉଡିପାରିବନି ଏୟାର ଇଣ୍ଡିଆ ! ମିଳୁ ନାହାନ୍ତି କ୍ରେତା, ଋଣ ବୋଝ ଅସମ୍ଭାଳ

Published By : Prameya-News7 Bureau | December 30, 2019 IST

ନୂଆଦିଲ୍ଲୀ ୩୦।୧୨:  ଆସନ୍ତାବର୍ଷ ଜୁନ୍ ସୁଦ୍ଧା ବନ୍ଦ ହୋଇଯିବ ଏୟାର ଇଣ୍ଡିଆ ।ଯଦି କେହି କ୍ରେତା ନମିଳନ୍ତି, କିମ୍ବା ଶକ୍ତ ଏବଂ ସ୍ଥାୟୀ ସମାଧନ ଫର୍ମୁଲା ନବାହାରେ ତେବେ ଆଉ ଉଡିପାରିବନି ନ୍ୟାସନାଲ କ୍ୟାରିୟର ।ବନ୍ଦ ହେବାକୁ ବାଧ୍ୟ ହେବ ଏୟାର ଇଣ୍ଡିଆର ସମସ୍ତ ଅପରେସନ । କାରଣ ଋଣ ବୋଝ ଅସମ୍ଭାଳ, ସାମୟୀକ ସହାୟତା ପ୍ୟାକେଜ ଯଥେଷ୍ଟ ନୁହେଁ, କିମ୍ବା ସମାଧାନ ବି ନୁହେଁ । ଜଣେ ବରିଷ୍ଠ ଅଧିକାରୀ ଏହି ଆଶଙ୍କା ପ୍ରକାଶ କରିଛନ୍ତି ।

{"id":204744,"sizeSlug":"large"}

 ଏୟାର ଇଣ୍ଡିଆ ବିମାନ ଉଡାଣ ଜାରି ରଖିବାକୁ ପର୍ଯାପ୍ତ ଅର୍ଥ ଦରକାର । ତା ସହ ବନ୍ଦ ହୋଇଥିବା ୧୨ ଟି ଉଡାଜାହାଜର ଉଡାଣ ପୁଣି ଆରମ୍ଭ ଲାଗି ପାଣ୍ଠି ଦରକାର । ନ୍ୟାସନାଲ କ୍ୟାରିୟର କମ୍ପାନୀ ଏୟାର ଇଣ୍ଡିଆର ଋଣ ପରିମାଣ ୬୦ ହଜାର କୋଟିରେ ପହଞ୍ଚିଲାଣି । ତା ସହ ଏହି କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ଲାଗି ସରକାର ଉପାୟ ଚିନ୍ତାରେ ଅଛନ୍ତି ।ଏଥିଯୋଗୁ ଏୟାର ଇଣ୍ଡିଆ ଗୁରୁତର ଆର୍ଥିକ ସମସ୍ୟାରେ ଫସିଛି । ଯଦି ଜୁନ୍ ସୁଦ୍ଧା କେହି କ୍ରେତା ବା ପୁଞ୍ଜିନିବେଶକାରୀ ଏୟାର ଇଣ୍ଡିଆ ପ୍ରତି ଆଗ୍ରହ ନଦେଖାନ୍ତି । ତେବେ ସ୍ଥିତି ଅସମ୍ଭାଳ ହେବ ।ଏୟାର ଇଣ୍ଡିଆ ସହ ଜଡିତ ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ଏହି ସଂକଟ ଅତି ଗୁରୁତର । ଜେଟ୍‌ ଏୟାରୱେଜ ଭଳି ଏୟାର ଇଣ୍ଡିଆକୁ ପରିଣାମ ଭୋଗିବାକୁ ପଡିପାରେ ବୋଲି ସେ ଆଶଙ୍କା କରିଛନ୍ତି ।ଘରୋଇ କରଣ ବଦଳରେ ମଝିରେ ମଝିରେ କିଛି ସହାୟତା ଦେଇ ଏୟାର ଇଣ୍ଡିଆକୁ ଦୀର୍ଘଦିନ ଚଳାଇବା କାଠିକର ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି ।

{"id":204746,"sizeSlug":"large"}

କ୍ରମାଗତ କ୍ଷତି କରିଆସୁଥିବା ଏୟାର ଇଣ୍ଡିଆକୁ ସରକାର ୨୦୧୧-୧୨ ମସିହାରୁ ଚଳିତ ଡିସେମ୍ବର ସୁଦ୍ଧା ୩୦୫୨୦.୨୧ କୋଟି ଟଙ୍କା ଦେଇସାରିଲେଣି । ୟୁପିଏ ସରକାରଙ୍କ ଅମଳରେ ହୋଇଥିବା ଯୋଜନାରେ ଇଣ୍ଡିଆନ ଏୟାର ଲାଇନ୍ସ ୧୦ ବର୍ଷରେ ୩୦ ହଜାର କୋଟି ଟଙ୍କା ସହାୟତା ପାଇବା କଥା । ତେବେ ବର୍ତ୍ତମାନ ଏୟାର ଇଣ୍ଡିଆକୁ ଚଲାଇବା କାଠିକର ହୋଇଛି । ୨୪ ହଜାର କୋଟିର ଗ୍ୟାରେଣ୍ଟି  ଆବଶ୍ୟକ ବେଳେ ସରକାର ମାତ୍ର ୫ ଶହ କୋଟି ଟଙ୍କାର ଗ୍ୟାରେଣ୍ଟି ଦେଇଛନ୍ତି ।ଏପଟେ ୨୦୧୮-୧୯ରେ ଏୟାର ଇଣ୍ଡିଆର କ୍ଷତି ପରିମାଣ ପାଖାପାଖି ୮,୫୫୬.୩୫ କୋଟି ହେଲାଣି । ତେଣୁ ନ୍ୟାସନାଲ କ୍ୟାରିୟର ଲାଗି ଏକ ଠୋସ୍ ଏବଂ ବଡ ପଦକ୍ଷେପ ଦରକାର ବୋଲି କହିଛନ୍ତି ଏୟାର ଇଣ୍ଡିଆ ସ୍ଥିତି ଉପରେ ନଜର ରଖିଥିବା  ବରିଷ୍ଠ ଅଧିକାରୀ ।

{"id":204747,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.