Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ଉପହାର ! ସ୍ଥାୟୀ କର୍ମଚାରୀଙ୍କ ପାଇଁ ନୂଆ ଯୋଜନା, ସପ୍ତାହକୁ ୩ ଦିନ କାମ କରି ପାଇବେ ୬୦ ପ୍ରତିଶତ ଦରମା

20/06/2020 at 11:15 AM

ନୂଆଦିଲ୍ଲୀ ୨୦/୦୬ : କରୋନା ଭାଇରସ ଲକଡାଉନ ଯୋଗୁଁ ସଙ୍କଟରେ ଚାଲିଥିବା ସରକାରୀ ଏୟାରଲାଇନ କମ୍ପାନୀ ଏୟାର ଇଣ୍ଡିଆ କର୍ମଚାରୀଙ୍କ ଦରମା କାଟ ହେବ | ତେବେ କର୍ମଚାରୀଙ୍କ ପାଖରେ କମ କାମ କରିବାକୁ ବିକଳ୍ପ ରହିଛି | କମ୍ପାନୀ ଶୁକ୍ରବାର shorter working week scheme ଲଞ୍ଚ କରିଛି | ଏହି ଯୋଜନା ଅନୁଯାୟୀ, ପାଇଲଟ ଓ କ୍ରୁ କ୍ୟାବିନ ସଦସ୍ୟଙ୍କୁ ଛାଡି ସ୍ଥାୟୀ କର୍ମଚାରୀଙ୍କୁ ସପ୍ତାହକୁ ୩ ଦିନ କାମ କରିବାକୁ ବିକଳ୍ପ ଚୟନ କରିପାରିବେ | ଏଥିପାଇଁ ସେମାନଙ୍କୁ ୬୦ ପ୍ରତିଶତ ଦରମା ମିଳିବ |

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ, ଏହି ଯୋଜନାକୁ ନେଇ ଏୟାରଲାଇନ ଅଧିକାରୀ କହିଛନ୍ତି ଯେ ଏହି ଯୋଜନା ଲାଗୁ କରିବାର ସବୁଠାରୁ ବଡ କାରଣ ହେଲା କରୋନା ଭାଇରସ ସମୟରେ ଏୟାର ଇଣ୍ଡିଆର ନଗଦ ପ୍ରବାହ ସ୍ଥିତି ସୁଧାରିବା | ସ୍ଥାୟୀ କର୍ମଚାରୀ ଏହି ଯୋଜନାକୁ ବର୍ଷେ ପାଇଁ ବାଛିପାରିବେ ଏବଂ ସେହି ଅନୁଯାୟୀ କାମ କରିପାରିବେ ବୋଲି ଅଧିକାରୀ କହିଛନ୍ତି |

ଅଧିକାରୀ କହିଛନ୍ତି ଯେ ଯେଉଁ ସ୍ଥାୟୀ କର୍ମଚାରୀ shorter working week scheme ଯୋଜନା ଅନୁଯାୟୀ ଡ୍ୟୁଟି କରିବେ ସେମାନେ ସପ୍ତାହକୁ ୩ ଦିନ କାମ କରିବା ପରେ ବାକି ଦିନ ସେହି ସମୟରେ ଅନ୍ୟ କୌଣସି ରୋଜଗାର କରିପାରିବେ ନାହିଁ |

କରୋନା ଭାଇରସ ଯୋଗୁଁ ଏଭିଏସନ ଇଣ୍ଡଷ୍ଟ୍ରି ଆର୍ଥିକ ସଙ୍କଟ ଦେଇ କରୁଛି | ଦେଶରେ ସମସ୍ତ ଏୟାରଲାଇନ୍ସ କମ୍ପାନୀ ନିଜ ନିଜର କ୍ୟାସ ଫ୍ଲୋ ସୁଧାରିବା ପାଇଁ କର୍ମଚାରୀଙ୍କ ଦରମା କାଟ କରିବା ସହ ଛଟେଇ ମଧ୍ୟ କରିଛନ୍ତି | କରୋନା ଭାଇରସ ଲକଡାଉନ ଯୋଗୁଁ ସମସ୍ତ ବିମାନ ସେବା ବନ୍ଦ ଥିଲା | ପାଖାପାଖି ୨ ମାସ ପରେ ମେ ୨୫ ତାରିଖରୁ ପୁଣିଥରେ ଘରୋଇ ବିମାନସେବା ଆରମ୍ଭ ହୋଇଛି | ତେବେ ଅନ୍ତରାଷ୍ଟ୍ରୀୟ ବିମାନ ସେବା ଏବେ ମଧ୍ୟ ବନ୍ଦ ରହିଛି |

   Related Posts