ଏୟାର ଇଣ୍ଡିଆ ଆଣିଲା ନିଯୁକ୍ତି ସୁଯୋଗ : ଜାଣନ୍ତୁ କେତେ ପଦବୀ ରହିଛି ଆଉ ଦରମା କେତେ
16/09/2018 at 5:17 PM

ନୂଆଦିଲ୍ଲୀ ୧୬|୯: ଏୟାର ଇଣ୍ଡିଆ ଏୟାର ଟ୍ରାନ୍ସପୋର୍ଟ ସର୍ଭିସେସ୍ ଲିମିଟେଡ୍ (ଏଆଇଏଟିଏସଏଲ) ଗୋଆ ବିମାନବନ୍ଦରରେ ଗ୍ରାଉଣ୍ଡ ଡ୍ୟୁଟି ପାଇଁ ୬୪ଟି ସୁରକ୍ଷାକର୍ମୀ ପଦ ଲାଗି ବିଜ୍ଞପ୍ତି ଜାରି କରିଛି । ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ତିନି ବର୍ଷ ପାଇଁ ଚୁକ୍ତି ଭିତ୍ତିରେରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀ ସେପ୍ଟେମ୍ବର ୨୯ ଏବଂ ୩୦ ତାରିଖରେ ସାକ୍ଷାତକାର ପରୀକ୍ଷାରେ ଭାଗନେଇପାରିବେ । ଏଭିଏସଇସି ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହ ବିସିଏଏସ ବେସିକ୍ ଏଭିଏସିସି କରିଥିବା ଆବଶ୍ୟକ ବୋଲି କୁହାଯାଇଛି ।ସେହିଭଳି ପ୍ରାର୍ଥୀ ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷା ଜାଣିଥିବା ଆବଶ୍ୟକ ।ଅନ୍ୟପକ୍ଷରେ ଏଭିଏସଇସି ଉତ୍ତୀର୍ଣ୍ଣ ହୋଇନଥିବା ପ୍ରାର୍ଥୀଙ୍କ ଲାଗି ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରଖାଯାଇଛି ।ତେବେ ପ୍ରାର୍ଥୀ ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷା ଜାଣିଥିବା ଆବଶ୍ୟକ ବୋଲି କୁହାଯାଇଛି ।ଏଭିଏସଇସି ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ବସୟ ସର୍ବାଧିକ ୩୧ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ଏଭିଏସଇସି ଉତ୍ତୀର୍ଣ୍ଣ ହୋଇନଥିବା ପ୍ରାର୍ଥୀଙ୍କ ବସୟ ସର୍ବାଧିକ ୨୮ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ଏଭିଏସଇସି ଉତ୍ତୀର୍ଣ୍ଣ ହୋଇଥିବା ଆଶାୟୀ ପ୍ରାର୍ଥୀ ମାନଙ୍କୁ ଶାରିରୀକ ସହିବାଶକ୍ତି ଏବଂ ଲିଖିତ ପରୀକ୍ଷା ଆଧାରରେ ଚୟନ କରାଯିବ । ଏଭିଏସଇସି ଉତ୍ତୀର୍ଣ୍ଣ ହୋଇନଥିବା ଆଶାୟୀ ପ୍ରାର୍ଥୀ ମାନଙ୍କୁ ବ୍ୟକ୍ତିତ୍ବ ମୂଲ୍ୟାଙ୍କନ ଏବଂ ସାକ୍ଷାତକାର ଆଧାରରେ ଚୟନ କରାଯିବ ।ଏହି ସବୁ ପଦବୀ ପାଇଁ ପାରିଶ୍ରମିକ ମାସିକ ୧୮,୩୬୦ଟଙ୍କା ରଖାଯାଇଛି । ଇଚ୍ଛୁକ ସ୍ନାତକ (ବେସିକ୍ ଏଭିଏସଇସି) ପ୍ରାର୍ଥୀ ସେପ୍ଟେମ୍ବର ୨୯ ତାରିଖ ସକାଳ ୯ଟାରୁ ଦିନ ୨ଟା ମଧ୍ୟରେ ଏୟାର ଇଣ୍ଡିଆ ଲିମିଟେଡ୍, ଡେମ୍ପୋ ହାଉସ୍, ଗ୍ରାଉଣ୍ଡ ଫ୍ଲୋର, ସାମ୍ପାଲ, ଡିବି ମାର୍ଗ, ପାଣାଜୀ, ଗୋଆ-୪୦୩୦୦୧ ସ୍ଥାନରେ ପହଞ୍ଚିବା ଆବଶ୍ୟକ । ସେହିଭଳି ସେହିଭଳି ସ୍ନାତକ (ବେସିକ୍ ଏଭିଏସଇସି ବ୍ୟତୀତ) ପ୍ରାର୍ଥୀ ସେପ୍ଟେମ୍ବର ୩୦ ତାରିଖ ସକାଳ ୭ଟାରୁ ଦିନ ୧୧ଟା ମଧ୍ୟରେ ଡୋନ୍ ବୋସ୍କୋ ହାଇସ୍କୁଲ, ଏମଜି ରୋଡ୍, ମ୍ୟୁନିସପାଲ ମାର୍କେଟ୍ ପାଖ, ପାଣାଜୀ, ଗୋଆ-୪୦୩୦୦୧ ସ୍ଥାନରେ ପହଞ୍ଚିବା ଆବଶ୍ୟକ ।