Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

Corona virus: ଉହାନରୁ ଭାରତୀୟଙ୍କ ଉଦ୍ଧାର ଲାଗି ଦିଲ୍ଲୀରୁ ଉଡିଲା Air India ବିମାନ,ସାଙ୍ଗରେ ଯାଇଛନ୍ତି ୫ଜଣିଆ ଡାକ୍ତରଙ୍କ Team

31/01/2020 at 6:10 PM

ନୂଆଦିଲ୍ଲୀ ୩୧।୧: ଚୀନର କରୋନା ଭାଇରସ ସଂକ୍ରମିତ ଅଞ୍ଚଳ ଉହାନରେ ଫଶି ରହିଥିବା ଭାରତୀୟଙ୍କ ଉଦ୍ଧାର ଲାଗି ଶୁକ୍ରବାର ଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନ ଉଡାଣ କରିଛି। ଏଥିଲାଗି ୪୨୩ ସିଟର ବି-୭୪୭ ବିମାନକୁ ଚୀନ ପଠାଯାଇଥିବା ବେଳେ ଏଥିରେ ରାମମନୋହର ଲୋହିଆ ହସ୍ପିଟାଲର ୫ ଡାକ୍ତର ଓ ଜଣେ ପାରାମେଡିକାଲ କର୍ମଚାରୀ ମଧ୍ୟ ଯାଇଛନ୍ତି।

ଅଧିକାରୀମାନଙ୍କ ସୂଚନା ଅନୁସାରେ ଏଥିରେ ୪୦୦ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଆଶା କରାଯାଉଛି। ଶନିବାର ମଧ୍ୟାହ୍ନ ଗୋଟାଏରୁ ୨ଟା ସୁଧା ବିମାନ ଚୀନରୁ ଫେରିବ। ଏୟାର ଇଣ୍ଡିଆର ମୁଖପାତ୍ରଙ୍କ ଅନୁସାରେ ଉହାନରୁ ବାକି ଭାରତୀୟଙ୍କ ଉଦ୍ଧାର ଲାଗି ହୁଏତ ଶନିବାର ମଧ୍ୟ ଏକ ବିମାନ ଚୀନ ପଠାଯାଇପାରେ।

କ୍ୟାପ୍ଟେନ ଅମିତାଭ ସିଂହ ନେଇଛନ୍ତି ଏୟାର ଲିଫ୍ଟର ନେତୃତ୍ୱ
ଚୀନର କରୋନା ଭାଇରସ ସଂକ୍ରମିତ ଅଞ୍ଚଳରୁ ଭାରତୀୟଙ୍କ ଉଦ୍ଧାର ଲାଗି ସମ୍ପୂର୍ଣ୍ଣ ଅଭିଯାନର ନେତୃତ୍ୱ ନେଇଛନ୍ତି ଏୟାର ଇଣ୍ଡିଆର ନିର୍ଦ୍ଦେଶକ (ସଞ୍ଚାଳନ) କ୍ୟାପ୍ଟେନ୍ ଅମିତାଭ ସିଂହ। ବିମାନରେ ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କ ସହ ଇଞ୍ଜିନିୟ ଓ ସୁରକ୍ଷା ଟିମ୍ ମଧ୍ୟ ଯାଇଛନ୍ତି। ଏହି ସୂଚନା ଦେଇଛନ୍ତି ଏୟାର ଇଣ୍ଡିଆ ମୁଖପାତ୍ର। ସେ କହିଛନ୍ତି ଯେ ବିମାନରେ ୫ ଜଣିଆ ଚାଳକ ଦଳ ସଦସ୍ୟ ଥିବା ବେଳେ ୧୫ କ୍ର୍ୟୁ ମେମ୍ବର ବି ଅଛନ୍ତି।

ଯାତ୍ରୀଙ୍କୁ ମିଳିବନି ବିମାନରେ ସେବା
ତେବେ ଚୀନରୁ ଏୟାରଲିଫ୍ଟ ଲାଗି ଯାଇଥିବା ବିମାନରେ ସାଧାରଣ ଯାତ୍ରା ବେଳେ ଯେପରି ସର୍ଭିସ ଯୋଗାଇ ଦିଆଯାଏ ସେପରି କିଛି ସର୍ଭିସ ଉପଲବ୍ଧ ହେବନି ବୋଲି ଏୟାର ଇଣ୍ଡିଆର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ ଲୋହାନୀ କହିଛନ୍ତି। ଯାତ୍ରାବେଳେ ଯାତ୍ରୀ ଭୋଜନରେ ଯାହା ଆବଶ୍ୟକ କରନ୍ତି ସେ ସବୁ ସିଟ୍‌ର ପକେଟ୍‌ରେ ରଖିଦିଆଯିବ। ବିମାନରେ ଚାଳକ ଦଳ ଓ କ୍ର୍ୟୁ ମେମ୍ବରଙ୍କ ଲାଗି ମାସ୍କ ଓ ଗ୍ଲୋବସ୍‌ର ବ୍ୟବସ୍ଥା ହୋଇଛି। ଏହା ଛଡା ସେମାନଙ୍କ ଲାଗି ପୂର୍ଣ୍ଣ ସୁରକ୍ଷା ଗିୟର ବି ଦିଆଯାଇଛି।

ବିମାନରେ ଯାଇଛି ପ୍ୟାକ୍‌ଡ ଫୁଡ
ବିମାନରେ ଡାକ୍ତରୀ ଦଳ, ପାରାମେଡିକାଲ ଟିମ ଓ ବିମାନ କର୍ମଚାରୀଙ୍କ ସମେତ ଯାତ୍ରୀଙ୍କ ନିମନ୍ତେ ନିଶ୍ଚିତ ଔଷଧ ସମେତ ପ୍ୟାକଡ୍ ଫୁଡ ରଖି ଦିଆଯାଇଛି। ଏହା ଛଡା ମାସ୍କ ଏବଂ ଓଭର କୋଟ୍ ବି ପ୍ରଦାନ କରାଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନରେ ଯଥା ସମ୍ଭବ ସୁରକ୍ଷା ଅବଲମ୍ବନ ନିମନ୍ତେ ଉଦ୍ୟମ କରାଯାଇଥିବା କହିଛନ୍ତି ଏୟାର ଇଣ୍ଡିଆ ମୁଖପାତ୍ର।

   Related Posts