Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

କେରଳ କୋଝିକୋଡ଼େରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ : ରନୱେରେ ଖସିଗଲା, ୧୭୦ ଯାତ୍ରୀ ଥିବା ସୂଚନା

7/08/2020 at 8:32 PM

କୋଝିକୋଡ଼ ୦୭/୦୮ : କେରଳ କୋଝିକୋଡ଼ରେ ଶୁକ୍ରବାର ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି। କୋଝିକୋଡ଼ କରିପୁର ବିମାନବନ୍ଦରରେ ଅବତରଣ ବେଳେ ଏୟାର ଇଣ୍ଡିଆ ବିମାନ ବି-୭୩୭ ରନୱେରେ ସ୍ଲିପ୍‌ ହୋଇ ଘାଟିକୁ ଖସିପଡିଛି। ଫଳରେ ପାଇଲଟ୍‌ ଓ ଅନ୍ୟ ୬ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି।

ଦୁର୍ଘଟଣାଗ୍ରସ୍ତ ବିମାନର ଅନେକ ଯାତ୍ରୀ ଏବେବି ନିଖୋଜ ଥିବା ସୂଚନା ମିଳୁଛି। ବିମାନ ଦୁବାଇରୁ ଅପରାହ୍ନ ୪ଟା ୪୫ ମିନିଟ୍‌ରେ ଭାରତ ଅଭିମୁଖେ ଉଡାଣ କରିଥିଲା। ନିୟମିତ ସମୟ ୭ଟା ୪୦ ମିନିଟରେ ଅବତରଣ କରୁଥିବା ବେଳେ ବର୍ଷା ଯୋଗୁ ରନୱେରେ ଖସଡିଯାଇଥିଲା | ବିମାନରେ ୧୭୦ ଜଣ ଯାତ୍ରୀ ଓ ୨୧ ଜଣ ଚାଳକଦଳ ସଦସ୍ୟ ଥିଲେ। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି | ଦମକଳ ଓ ୨୪ ଟି ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି |


ରିପୋର୍ଟ ଅନୁଯାୟୀ, କେରଳରେ ଲଗାତାର ଭୀଷଣ ବର୍ଷା ଯୋଗୁଁ ରନୱେରେ ଜଳପ୍ରବାହ ହୋଇଥିବାରୁ ବିମାନ ରନୱେରୁ ଖସି ଆଗକୁ ଚାଲିଯାଇଥିଲା ଏବଂ ଦୁର୍ଘଟଣା ଘଟିଥିଲା | କେରଳ ପୋଲିସ କହିଛି ଯେ ଆହତ ମାନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଅନ୍ୟମାନଙ୍କୁ ଖୋଜିବା କାମ ଜାରି ରହିଛି |

   Related Posts