ତୋଫାନ ଯୋଗୁଁ ଦିଲ୍ଲୀରୁ ବିଜୟଓ୍ୱାଡା ଯାଉଥିବା ଏୟାର ଇଣ୍ଡିଆର ଏଆଇ-୪୬୭ ବିମାନ କ୍ଷତିଗ୍ରସ୍ତ ଅଳ୍ପକେ ବର୍ତ୍ତିଲେ ୧୭୨ ଯାତ୍ରୀ…

Published By : Prameya-News7 Bureau | September 22, 2019 IST

ନୂଆଦିଲ୍ଲୀ୨୨|୯: ଦିଲ୍ଲୀ ଏୟାରପୋର୍ଟରୁ ବିଜୟଓ୍ୱାଡା ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୪୬୭ ବିମାନ ଖରାପ ପାଗ ଯୋଗୁଁ ପବନରେ ମାଡ଼ ହୋଇ ନଷ୍ଟ ହୋଇଯାଇଛି।  ଏଥିଯୋଗୁଁ ବିମାନ ଚାଳକ ସଦସ୍ୟ ଆହତ ହୋଇଛନ୍ତି। ବିମାନରେ ଯାତ୍ରା କରୁଥିବା ୧୭୨ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି କାହିଁକି ଦୁର୍ଘଟଣା ହେଲେ ଏନେଇ ଏୟାର ଇଣ୍ଡିଆର ଅଧିକାରୀମାନେ ଯାଞ୍ଚ କରୁଛନ୍ତି।

wp:core-embed/twitter {"url":"https://twitter.com/ANI/status/1175448322808504320","type":"rich","providerNameSlug":"twitter","className":""}
https://twitter.com/ANI/status/1175448322808504320
/wp:core-embed/twitter

ସୂଚନାଯୋଗ୍ୟ ଯେ, ଏଆଇ-୪୬୭ ବିମାନ ଦିଲ୍ଲୀ ଏୟାରପୋର୍ଟରୁ ସକାଳ ୭.୨୮ ମିନିଟରେ ଉଡ଼ାଣ ଭରିଥିଲା। ବିଜୟଓ୍ୱାଡା ଏୟାରପୋର୍ଟରେ ସକାଳ ୯.୪୦ ମିନିଟ୍‌ରେ ପହଞ୍ଚିବାର ଥିଲା। ଏହି ସମୟରେ ତୋଫାନ ହୋଇଥିଲା । ପ୍ରବଳ ବେଗରେ ପବନ ବହିବା ସହ ବିଜୁଳି ଓ ଘଡଘଡି ମାରିଥିଲା । ପ୍ରବଳ ବର୍ଷା ବି ହୋଇଥିଲା । ଏଥିଯୋଗୁଁ ବିମାନର ବିଭିନ୍ନ ଆଭ୍ୟରନ୍ତରୀଣ ଅଂଶ ନଷ୍ଟଭ୍ରଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି ବୋଲି ସୂଚନା ମିଳିଛି। କେବଳ ବିମାନ ଚାଳକ ଆହତ ହୋଇଛନ୍ତି। ଏବେ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.