Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ମୂଷା ପାଇଁ ଏୟାର ଇଣ୍ଡିଆ ବିମାନ ୧୨ ଘଣ୍ଟା ବିଳମ୍ବ

12/11/2019 at 3:49 PM

ହାଇଦ୍ରାବାଦ – ମୂଷା ପାଇଁ ଏୟାର ଇଣ୍ଡିଆର ଏକ ବିମାନ ୧୨ ଘଣ୍ଟା ବିଳମ୍ବ ହୋଇଛି । ରବିବାରରେ ଏହି ଘଟଣା ହାଇଦ୍ରାବାଦରେ ଘଟିଛି । ହାଇଦ୍ରାବାଦରୁ ବିଶାଖାପାଟଣା ଯାଉଥଇବା ଏହାର ଇଣ୍ଡିଆର ବିମାନରେ କ୍ୟାବିନରେ ଥିବା କର୍ମଚାରୀମାନେ ଗୋଟିଏ ମୂଷାକୁ ଦେଖିଥିଲେ । ବିମାନରେ ମୂଷା ରହିବା ଏକ ଗୁରୁତର ଘଟଣା । ଏହାପରେ ବିମାନ ମଧ୍ୟରେ ଥିବା ଯାତ୍ରୀମାନେ ମଧ୍ୟ ମୂଷା ବିଷୟରେ ଅଭିଯୋଗ କରିଥିଲେ । କେତକ ଯାତ୍ରୀ ବିମାନ ଚଳାଚଳ ମନ୍ତ୍ରାଳୟକୁ ଏ ବିଷୟରେ ଟ୍ୱିଟ କରି ଅଭିଯୋଗ କରିଥିଲେ ।

ସକାଳ ୬ଟା୩୦ରେ ଏହି ବିମାନ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଛାଡିବାର ଥିଲ । ମାତ୍ର ମୂଷା ଯୋଗୁଁ ବିମାନଟି ସନ୍ଧ୍ୟା ୫ଟା୩୦ରେ ଛାଡିଥିଲା ।

ମୂଷା ମିଳିବା ଖବର ମିଳିବା ପରେ ବିମାନ ବନ୍ଦରର ଇଂଜିନିୟରି ବିଭାଗକୁ ଖବର ଦିଆଯାଇଥିଲା । ପୂରା ବିମାନ ଭିତରେ ତନ୍ନ ତନ୍ନ କରି ମୂଷାକୁ ଖୋଜା ଯାଇଥିଲା ।


ମୂଷା ଦ୍ୱାରା ବିମାନର କୌଣସି କ୍ଷତି କରାଯାଇଛି କି ନାହିଁ ତାହାର ଯାଞ୍ଚ କରାଯାଇଥିଲା । ଏହି ବିମାନଟି ବିଶାଖାପାଟଣା ପହଞ୍ଚିବା ପରେ ଦିଲ୍ଲୀ ଯିବାର ଥିଲା । ୧୨ ଘଣ୍ଟା ବିଳମ୍ବ ଯୋଗୁଁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏୟାର ଇଣ୍ଡିଆର କର୍ତ୍ତୃପକ୍ଷଙ୍କ ସହ ଯୁକ୍ତି ତର୍କ କରିଥିଲେ ।

   Related Posts