ଏୟାର ଇଣ୍ଡିଆ ଏକ୍ସପ୍ରେସ ଉପରେ ଦୁବାଇ ଲଗାଇଲା ୧୫ ଦିନର କଟକଣା, କରୋନା ପଜିଟିଭ୍ ଯାତ୍ରୀଙ୍କୁ ଦୁଇ ଥର ଯାତ୍ରା କରାଇଛି

Published By : Prameya-News7 Bureau | September 18, 2020 IST

ନୂଆଦିଲ୍ଲୀ ୧୮/୦୯: ଦୁବାଇ ବିମାନବନ୍ଦରକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫ୍ଳାଇଟ ୧୫ ଦିନ ପାଇଁ ଅସ୍ଥାୟୀ ଭାବେ ନିଲମ୍ବିତ କରିଦିଆଯାଇଛି। ଦୁଇ ଥର କରୋନା ପଜିଟିଭ୍ ଯାତ୍ରୀଙ୍କୁ ବସାଇବା ଯୋଗୁ ଫ୍ଲାଇଟ୍ ଉପରେ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି। ଏହା ସହ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦୁବାଇ ନେଇଥିବା କରୋନା ରୋଗୀଙ୍କ ସବୁ ଚିକିତ୍ସା ଓ କ୍ବାରେଣ୍ଟାଇନ୍ ଖର୍ଚ ମଧ୍ୟ ବହନ କରିବ। ଯାତ୍ରୀଙ୍କ କରୋନା ଟେଷ୍ଟ ପଜିଟିଭ୍ ଥିବା ଜାଣି ଯାତ୍ରା କରାଇଥିବାରୁ ଏଭଳି ଅଭିଯୋଗ ଏୟାର ଇଣ୍ଡିଆ ଏକ୍ସପ୍ରେସ ଉପରେ ଲଗାଯାଇଛି।

ସେପ୍ଟେମ୍ବର ୨ ତାରିଖରେ ଜଣେ ଯାତ୍ରୀ କରୋନା ଭାଇରସ ପଜିଟିଭ୍ ଜଣାପଡ଼ିବା ପରେ ମଧ୍ୟ ଫ୍ଲାଇଟରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା। ଏହା ଦ୍ବାରା ଫ୍ଲାଇଟରେ ଥିବା ଅନ୍ୟ ଯାତ୍ରୀଙ୍କ ଜୀବନ ମଧ୍ୟ ବିପଦ ମୁହଁକୁ ପକାଗଲା। କେବଳ ଏତିକି ନୁହେଁ ଏହା ବିମାନ ଯାତ୍ରା ସମ୍ବନ୍ଧିତ ନିୟମ ଉଲ୍ଲଘଂନ କରିଛି।

ସୂଚନାଯୋଗ୍ୟ, ଏବେ ବି କରୋନା ଭାଇରସ ବିପଦ ଦେଶରୁ ଟଳି ନାହିଁ। ଦିନକୁ ଦିନ ରେକର୍ଡ ସଂଖ୍ୟକ ମାମଲା ସାମ୍ନାକୁ ଆସୁଛି। ସଂକ୍ରମଣ ମାମଲା ଏବେ ୫୨ ଲକ୍ଷ ଟପିଗଲାଣି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁସାରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୬,୪୨୪ ନୂଆ ମାମଲା ସାମ୍ନାକୁ ଆସିଛି ଓ ୧,୧୭୪ଜଣ ପ୍ରାଣ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.