Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଘର ଖାଲି କରିବାକୁ ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ନିର୍ଦ୍ଦେଶ, ଧର୍ମଘଟ କରିବେ କର୍ମଚାରୀ

14/10/2021 at 12:15 PM

ନୂଆଦିଲ୍ଲୀ,୧୪।୧୦: ଏୟାର ଇଣ୍ଡିଆର ନିଲାମ ପରେ ଏହାର କର୍ମଚାରୀଙ୍କ ଉପରେ ଏବେ ସଙ୍କଟ ଘନେଇବାରେ ଲାଗିଛି । ଏୟାର ଇଣ୍ଡିଆ ଟାଟା ସନ୍ସଙ୍କ ହାତକୁ ଯିବା ପରେ ବର୍ତ୍ତମାନ ଏୟାର ଇଣ୍ଡିଆର ୟୁନିଅନ ଧର୍ମଘଟ କରିବାକୁ ଯୋଜନା କରିଛି । ଏୟାର ଇଣ୍ଡିଆର କର୍ମଚାରୀମାନଙ୍କ ୬ ମାସ ମଧ୍ୟରେ ଆବଣ୍ଟିତ ଘର ଖାଲି କରିବାକୁ କମ୍ପାନୀ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

କର୍ମଚାରୀଙ୍କ ମଧ୍ୟରେ ଏହି ଆଦେଶ ବିରୋଧରେ ବଢିବାରେ ଲାଗିଛି ଅସନ୍ତୋଷ । ୨୦୨୧ ନଭେମ୍ବର ୨ରୁ ହରତାଳ କରିବାକୁ ଏୟାର ଇଣ୍ଡିଆ ୟୁନିଅନ ମୁମ୍ବାଇର ଶ୍ରମ କମିଶନରଙ୍କୁ ସୂଚନା ଦେଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନିୟମ ଅନୁଯାୟୀ ଧର୍ମଘଟ କରିବା ପୂର୍ବରୁ ୟୁନିୟନକୁ ୨ ସପ୍ତାହ ନୋଟିସ ଦେବା ଆବଶ୍ୟକ । ଏୟାର ଇଣ୍ଡିଆ ମିଳିତ କାର୍ଯ୍ୟ କମିଟି ପକ୍ଷରୁ ମୁମ୍ବାଇର ଆଞ୍ଚଳିକ ଶ୍ରମ କମିଶନରଙ୍କୁ ଏହି ବିଜ୍ଞପ୍ତି ଦିଆଯାଇଛି ।

ଅକ୍ଟୋବର ୫ରେ କର୍ମଚାରୀମାନଙ୍କୁ ଏକ ନୋଟିସ୍‌ ମିଳିଥିଲା । ନୋଟିସ୍‌ରେ ଉଲ୍ଲେଖ କରାଯାଇଥିଲା ଯେ, କର୍ମଚାରୀମାନେ ୨୦ ଅକ୍ଟୋବର ୨୦୨୧ ସୁଦ୍ଧା ଏୟାର ଇଣ୍ଡିଆର ଘରୋଇକରଣର ୬ ମାସ ମଧ୍ୟରେ ଘର ଖାଲି କରିବାକୁ ଲିଖିତ ଆକାରରେ ଦେବେ। ଏହା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଥିଲା।

   Related Posts