Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କର୍ମଚାରୀଙ୍କୁ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଛୁଟିରେ ପଠାଇବ ଏୟାର ଇଣ୍ଡିଆ, ମିଳିବ ନାହିଁ ଦରମା

15/07/2020 at 7:26 PM

ନୂଆଦିଲ୍ଲୀ ୧୫।୦୭: ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ(AirIndia) ନିଜର କିଛି କର୍ମଚାରୀଙ୍କୁ ଛଅ ମାସରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଛୁଟିରେ ପଠାଇବାକୁ ପ୍ରସ୍ତୁତି କରିଛି। ଏଥିପାଇଁ ଏୟାର ଇଣ୍ଡିଆ ବୋର୍ଡର ମଞ୍ଜୁରୀ ମିଳି ଯାଇଛି। ବୋର୍ଡର ସଭାପତି ତଥା ପରିଚାଳକ ନିର୍ଦ୍ଦେଶକ ଏୟାର ଇଣ୍ଡିଆର କିଛି ସଦସ୍ୟଙ୍କୁ ବିନା ବେତନରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଛୁଟିରେ ପଠାଇବା ସୁପାରିସ୍‌କୁ ମଞ୍ଜୁରୀ ଦେଇଛନ୍ତି। ଯୋଜନା ଆଧାରରେ ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ୬ ମାସର ଅବୈତନିକ ଅବକାଶରେ ପଠାଇବା ପରେ ଏହାକୁ ୬୦ ମାସ ଅର୍ଥାତ ୫ ବର୍ଷ ପର୍ଯ୍ୟନ୍ତ ବଢାଯାଇପାରେ।

ଅଧିକାରୀ ଆଦେଶରେ କୁହାଯାଇଛି, ଏହି ଯୋଜନା(LWP)କମ୍ପାନୀର ସ୍ଥାୟୀ କର୍ମଚାରୀଙ୍କୁ ବିନା ବେତନରେ ଛୁଟିରେ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଏଥିରେ କର୍ମଚାରୀଙ୍କୁ ଛଅ ମାସରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଛୁଟିରେ ପଠାଯାଇପାରେ। ଏହି ଯୋଜନା କମ୍ପାନୀର ସ୍ଥାୟୀ କର୍ମଚାରୀଙ୍କ ପାଇଁ ଲାଗୁ ହେବ।

ଆଦେଶରେ କୁହାଯାଇଛି, ୨୦୨୦ ଜୁଲାଇ ୭ରେ ସଂପନ୍ନ ବୋର୍ଡ ଅଫ ଡିରେକ୍ଟର୍ସର ୧୦୨ତମ ବୈଠକରେ ଏହି ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ଏଥିରେ କର୍ମଚାରୀ ଛଅ ମାସରୁ ନେଇ ଦୁଇ ବର୍ଷ ପର୍ଯ୍ୟନ୍ତ ଛୁଟିରେ ଯାଇ ପାରିବେ। ଏହାର ଅବଧି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରି ପାରିବେ।

କୁହାଯାଉଛି ଏୟାରଲାଇନ ସଙ୍କଟରୁ ମୁକୁଳିବା ଏବଂ ଖର୍ଚ୍ଚକାଟ୍ ପାଇଁ ଏହି ଯୋଜନା ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ଏୟାର ଇଣ୍ଡିଆ ଏହି ପଦକ୍ଷେପ ଠିକ୍ ଏମିତି ସମୟରେ ଉଠାଇଛି, ଯେବେ କେନ୍ଦ୍ର ସରକାର ଏୟାରଲାଇନକୁ ବିକ୍ରି କରିବାକୁ ଉଦ୍ୟମ ଜାରି ରଖିଛି। ସଂପ୍ରତି ଏୟାରଲାଇନ୍‌ର ବିକ୍ରି ପ୍ରକ୍ରିୟା କରୋନା ସଂକ୍ରମଣର ପ୍ରକୋପ କାରଣରୁ ଅଧାରେ ଅଟକିଛି।

ଆଦେଶରେ ଏହା ମଧ୍ୟ କୁହାଯାଇଛି, ମ୍ୟାନେଜମେଣ୍ଟକୁ ଏହି ଅଧିକାର କୌଣସି ବି କର୍ମଚାରୀଙ୍କ ମୂଲ୍ୟାଙ୍କନ କରି ଏୟାରଲାଇନ୍‌ର ଆବଶ୍ୟକତାକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କୁ ଅବୈତନିକ ଅବକାଶରେ ପଠାଇ ପାରିବ। ଯୋଜନାର ଘୋଷଣା ପରେ ଏୟାର ଇଣ୍ଡିଆ ମୁଖ୍ୟାଳୟରେ ସମସ୍ତ ବିଭାଗ ଓ ଆଞ୍ଚଳିତ ଅଫିସରେ ଆଞ୍ଚଳିକ ନିର୍ଦ୍ଦେଶକ  କର୍ମଚାରୀଙ୍କ ପ୍ରଦର୍ଶନର ସମୀକ୍ଷା କରିବେ। ସମୀକ୍ଷା ପରେ ଅବୈତନିକ ଛୁଟିରେ ପଠାଯିବାକୁ ଥିବା କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରାଯିବ। ଏହି ତାଲିକାକୁ ସିଏମଡି ମୋହର ମାରିବା ପରେ କର୍ମଚାରୀଙ୍କୁ ବିନା ବେତନ ଅବକାଶରେ ପଠାଇ ଦିଆଯିବ।

   Related Posts