ଏୟାର୍ ଇଣ୍ଡିଆ କର୍ମଚାରୀ କରୋନା ପଜିଟିଭ୍ : ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟ ସିଲ୍

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ ୧୨/୦୫ : କରୋନା ସ୍ଥିତି ମଧ୍ୟରେ ବିଦେଶରୁ ପ୍ରବାସୀ ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବାକୁ ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ କାର୍ଯ୍ୟରତ ରହିଛି | ଏୟାର ଇଣ୍ଡିଆର ଜଣେ କର୍ମଚାରୀ ବର୍ତ୍ତମାନ କରୋନାରେ ଆକ୍ରାନ୍ତ | ଏୟାର ଇଣ୍ଡିଆର କମର୍ସିୟାଲ ଡିପାର୍ଟମେଣ୍ଟର ଜଣେ କର୍ମଚାରୀ ସୋମବାର ଦିନ କରୋନା ପଜିଟିଭ ଥିବା ଜଣାପଡିଛି | ଏହାପରେ ନୂଆଦିଲ୍ଲୀ ଅଶୋକ ରୋଡ଼ ସ୍ଥିତ ଏୟାର ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟକୁ ସିଲ କରିଦିଆଯାଇଛି | କାର୍ଯ୍ୟାଳୟକୁ ସାନିଟାଇଜ କରାଯାଉଛି | 

ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣର ଶିକାର ହୋଇଥିବା କର୍ମଚାରୀ ମହାନିର୍ଦେଶକଙ୍କ କାର୍ଯ୍ୟାଳୟ ସହ ଜଡିତ ଥିଲେ | ଏହି କର୍ମଚାରୀଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ଚିହ୍ନଟ କରାଯାଉଛି | ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି କ୍ଵାରା଼ଣ୍ଟିନକୁ ପଠାଯିବ ପ୍ରକ୍ରିୟା ଆରମ୍ଭ କରାଯାଇଛି |

ସୂଚନାଯୋଗ୍ୟ ଯେ, ଏୟାର ଇଣ୍ଡିଆ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବନ୍ଦେ ଭାରତ ମିଶନରେ କାର୍ଯ୍ୟ କରୁଛି | ବନ୍ଦେ ଭାରତ ମିଶନ ଜରିଆରେ ଲକ ଡାଉନ ସମୟରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଅଣାଯାଉଛି | ଗତ କିଛି ଦିନରେ ଦୁନିଆର ଅଲଗା ଅଲଗା ଦେଶରୁ ଅନେକ ଭାରତୀୟଙ୍କୁ ସ୍ବଦେଶକୁ ଅଣାଯାଇଛି | ଦିଲ୍ଲୀ, ମୁମ୍ବାଇ ସମେତ ଅନେକ ସହରକୁ ବିମାନ ଯୋଗେ ଲୋକଙ୍କୁ ଅଣାଯାଉଛି | ଏହି ମିଶନରେ କମର୍ସିୟାଲ ବିଭାଗର କାର୍ଯ୍ୟ ଗୁରୁତ୍ୱପୂର୍ଣ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.