ସୁନା ବିସ୍କୁଟ ଚୋରାଚାଲାଣ ବେଳେ ଧରା ପଡିଲେ ଏୟାର ଇଣ୍ଡିଆ କର୍ମଚାରୀ

Published By : Prameya-News7 Bureau | July 17, 2018 IST

ସୁନା ବିସ୍କୁଟ ଚୋରାଚାଲାଣ ବେଳେ ଧରା ପଡିଲେ ଏୟାର ଇଣ୍ଡିଆ କର୍ମଚାରୀ । ଜଣେ ଯାତ୍ରୀ ଧରି ଆସିଥିବା ୯ ଟି ସୁନା ବିସ୍କୁଟକୁ ଯାଞ୍ଚ ଏରିଆ ପାର୍ କରାଇବାକୁ ଉଦ୍ୟମ ବେଳେ ସିଆଇଏସଏଫ୍ ହାତରେ ଧରାପଡିଛନ୍ତି ଅଭିଯୁକ୍ତ । ସ୍ପାଇସ୍ ଜେଟ୍ରେ ଦୁବାଇରୁ ଦିଲ୍ଲୀ ଆସିଥିବା ଜଣେ ଯାତ୍ରୀ ଚୋରାରେ ୯ଟି ସୁନା ବିସ୍କୁଟ ଧରି ଆସିଥିଲେ । ସେହି ସୁନା ବିସ୍କୁଟ ଗୁଡିକୁ ଯାଞ୍ଚ ଅଞ୍ଚଳ ପାର କରାଇବାକୁ ପ୍ରତିଶ୍ରୁତି ଦେଇ ନେଇଥିଲେ ଜଣେ ଏୟାର ଇଣ୍ଡିଆ କର୍ମଚାରୀ । ତେବେ ତାର ସୁରାକ ପାଇଯାଇଥିଲା ସିଆଇଏସଏଫ୍ । ୱାସ୍ରୁମ୍ରେ ଜେରା ବେଳେ ସଂପୃକ୍ତ ବିମାନ କର୍ମଚାରୀ ଦୋଷ ମାନିଯାଇଥିଲା । ୯ଟି ସୁନା ବିସ୍କୁଟ ଜବତ କରିବା ସହ କଷ୍ଟମ୍ସ ଆକ୍ଟ ୧୯୬୨ ଆନୁଯାୟୀ ତାଙ୍କୁ ଗିରଫ କରାଯାଇଛି । ସିଆଇଏସଏଫ୍ ପକ୍ଷରୁ ତଦନ୍ତ ବି ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.