ଉଡାଣର ୩ ଘଣ୍ଟା ପୂର୍ବରୁ ଟିକେଟ ବୁକିଙ୍ଗ କଲେ ଏୟାରଇଣ୍ଡିଆ ଦେବ ଡିସ୍କାଉଣ୍ଟ

Published By : Prameya-News7 Bureau | May 12, 2019 IST

ବିମାନ ଉଡାଣ କରିବା ପୂର୍ବରୁ ଟିକେଟ୍ ବୁକିଙ୍ଗ କଲେ ଏବେ ଅଧିକ ଅର୍ଥ ନୁହେଁ  ରିହାତି ଦେଉଛି ଏୟାର ଇଣ୍ଡିଆ । ଏୟାରଇଣ୍ଡିଆର ଡୋମେଷ୍ଟିକଫ୍ଲାଇଟ୍ ରେ ଏବେ ଏହି ସୁବିଧା ମିଳୁଛି।  ଅନ୍ତତଃ ବିମାନ ଉଡାଣର ୩ ଘଣ୍ଟା ପୂର୍ବରୁ ଟିକେଟ କଲେ ଏହି ରିହାତି ମିଳିପାରୁଛି। ତେବେ ବିମାନ କମ୍ପାନୀ କେତେ ପରିମାଣର ରିହାତି ଦେଉଛନ୍ତି ତାହା ଜଣାପଡି ନାହିଁ । କୌଣସି ଜରୁରି କାମ ପାଇଁ ବିମାନ ଉଡାଣର ଅନ୍ତିମ କ୍ଷଣରେ ଟିକେଟ କାଟୁଥିବା ଯାତ୍ରୀଙ୍କୁ ଏବେ ରିହାତି ଦିଆଯାଉଥିବା ଏୟାରଲାଇନ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

{"id":111246}

ଯାତ୍ରୀ ଏହି ଟିକେଟ୍ ଏୟାର ଇଣ୍ଡିଆ ବୁକିଂ କାଉଣ୍ଟର, ଓ୍ବେବସାଇଟ୍, ମୋବାଇଲ ଏପ୍ ଅଥବା ଏଜେଣ୍ଟଙ୍କ ଜରିଆରେ କରୁଥିଲେ ମଧ୍ୟ ପାଇ ପାରିବେ। ଅନ୍ତିମ କ୍ଷଣରେ ବିମାନଯାତ୍ରୀଙ୍କୁ ଟିକେଟରେ ରିହାତି ପ୍ରଦାନ ନିମନ୍ତେ ବାଣିଜ୍ୟ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିରେ ଶେଷ ପର୍ଯ୍ୟାୟରେ ବିମାନ ଯାତ୍ରା କରୁଥିବାଯାତ୍ରୀଙ୍କୁ ସର୍ବାଧିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ ନିମନ୍ତେ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ତେବେ କେତେ ପ୍ରତିଶତ ରିହାତି ମିଳିପାରୁଛି ତାହା ଯାତ୍ରୀମାନେ ଜାଣିପାରିବେ।

{"id":111247,"width":570,"height":318}

ଏପର୍ଯ୍ୟନ୍ତ ଅନ୍ତିମକ୍ଷଣରେ ବିମାନଯାତ୍ରା ପାଇଁ ଯାତ୍ରୀଙ୍କ ଠାରୁ ୪୦ ପ୍ରତିଶତ ଅଥବା ତା ଠାରୁ ଅଧିକ ଅର୍ଥ ଆଦାୟ କରାଯାଉଥିଲା। ତେବେ ଜେଟ ଏୟାରଓ୍ବେଜର ପରିଚାଳନା ବନ୍ଦ ହେବା ପରେ ଏଥିରେ ପରିବର୍ତ୍ତନ ହୋଇଛି। ଏଭଳି କ୍ଷେତ୍ରରେ ଯଦିଓ ଯାତ୍ରୀଙ୍କଠାରୁ ଅଧିକ ଅର୍ଥ ଆଦାୟ ହେଉଛି ତେବେ ତାହା ନିୟମିତ ମୂଲ୍ୟର ପ୍ରାୟ ପାଖାପାଖି । ହେଲେ ଏୟାର ଇଣ୍ଡିଆ ପ୍ରଥମ ଥର  ରିହାତି ପ୍ରଦାନର ବ୍ୟବସ୍ଥା କରିଥିବାରୁ ଯାତ୍ରମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.