ପୁଣି ବଢିଲା Air India ନିଲାମ ସମୟସୀମା, ଜୁନ ୩୦କୁ ଧାର୍ଯ୍ୟ ହେଲା ଦିନ

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ ୨୮।୪: ଏୟାର ଇଣ୍ଡିଆର ନିଲାମ ଲାଗି ସମୟ ସୀମା ପୁଣି ବଢାଇଛନ୍ତି ସରକାର। ଋଣଭାରାଗ୍ରସ୍ତ ଏହି ସରକାରୀ ବିମାନ କମ୍ପାନୀର ବିକ୍ରି ଲାଗି ସରକାର ୨୭ ଜାନୁୟାରୀରୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ତେବେ କୋଭିଡ-୧୯ ମହାମାରୀ ଯୋଗୁ ସାରା ବିଶ୍ୱରେ ଆର୍ଥିକ ଗତିବିଧି ପ୍ରଭାବିତ ହୋଇଛି। ଏଣୁ କମ୍ପାନୀର ନିଲାମ ଲାଗି ସରକାର ଦ୍ୱିତୀୟବାର ସମୟ ଘୁଞ୍ଚାଇଥିବା ବେଳେ ଜୁନ ୩୦ ତାରିଖକୁ ଧାର୍ଯ୍ୟ କରିଛନ୍ତି।

{"id":261685,"sizeSlug":"large"}

ନିବେଶ ଓ ସାର୍ବଜନିକ ସମ୍ପତ୍ତି ପ୍ରବନ୍ଧନ ବିଭାଗ (ଡିଆଇପିଏଏମ୍) ଏ ନେଇ ରିଭାଇଜଡ୍ ଇଣ୍ଟରେଷ୍ଟ ପେପର ଜାରି କରି କୋଭିଡ-୧୯ ଯୋଗୁ ଉପୁଜିଥିବା ପରିସ୍ଥିତିରେ ବୋଲି ଲଗାଇବା ପାଇଁ ଆଗ୍ରହୀ କମ୍ପାନୀମାନେ ସମୟ ସୀମା ବଢେଇବାକୁ ନିବେଦନ କରିଛନ୍ତି। ସେହି ଅନୁସାରେ ନିଲାମ ଲାଗି ଧାର୍ଯ୍ୟ ସମୟ ସୀମାକୁ ସମ୍ପ୍ରସାରିତ କରାଯାଇଛି। ଏହା ପୂର୍ବରୁ ମାର୍ଚ୍ଚ ୧୭ ତାରିଖକୁ ନିଲାମ ତାରିଖ ଧାର୍ଯ୍ୟ ହୋଇଥିଲା।

{"id":261689,"sizeSlug":"large"}

ଡିଆଇପିଏଏମ୍ ଏୟାର ଇଣ୍ଡିଆର ନିଲାମ ସମ୍ପର୍କରେ ତାଙ୍କ ୱେବ୍ ସାଇଟ୍‌ରେ ସୂଚନା ଜାରି କରିଥିବା ବେଳେ ନିଲାମରେ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ କ୍ୟୁଆଇବି ଦାଖଲର ସମୟ ସୀମାମଧ୍ୟ ଜୁଲାଇ ୧୪ ତାରିଖକୁ ସମ୍ପ୍ରସାରିତ କରିଛନ୍ତି। କେବଳ ଏୟାରଇଣ୍ଡିଆ ନୁହେଁ  ସରକାର ଭାରତ ପେଟ୍ରୋଲିୟମ କର୍ପୋରେସନରେ ଥିବାତାଙ୍କ ୫୮.୯୮ ପ୍ରତିଶତ ଭାଗିଦାରୀ ମଧ୍ୟ ନିଲାମ କରିବେ। ଏଥିପାଇଁ ମଧ୍ୟ ସମୟ ସୀମା ଘୁଞ୍ଚାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.